ପାଂଚ ପୀଢ ୩୦/୧ କରଞ୍ଜିଆ ଅବକାରୀ ବିଭାଗ ଓ ପୋଲିସ ବିଭାଗର ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉରେ ବିପୁଳ ପରିମାଣର ପୋଚ ଓ ଦେଶୀମଦ ମଦ ଜବତ୍ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କରଞ୍ଜିଆ ବ୍ଲକର ଜରାସାହୀ ଓ ଖଡିକୁଦର ଜଙ୍ଗଲରେ ମଦ ତିଆରି ହେଉଥିବା ଜାଣିବାକୁ ପାଇଲା ପରେ ଉଭୟ ବିଭାଗ ଆଜି ଉଭୟ ସ୍ଥାନରେ ଚଢ଼ାଉ କରିଥିଲେ। ସେଠାରୁ ୨୯୦୦ କିଲୋଗ୍ରାମ ପୋଚ ଓ ୧୫୦ ଲିଟର ଦେଶୀ ମଦ ଜବତ୍ କରି ନଷ୍ଟ କରିଥିଲେ। ତେବେ ଏସଂକ୍ରାନ୍ତରେ କୌଣସି ଲୋକଙ୍କୁ ଗିରଫଦାରୀ ହୋଇନାହିଁ ବୋଲି କରଞ୍ଜିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଧିରେନ କୁମାର ବେହେରା ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଅବକାରୀ ବିଭାଗ ପକ୍ଷରୁ ସବ୍ ଇନ୍ସପେକ୍ଟର ପ୍ରଭାକର ଡିଲା, ସହକାରୀ ସଵ୍ ଇନ୍ସପେକ୍ଟର ଆହ୍ଲାଡି ମାରାଣ୍ଡି, କନଷ୍ଟେବଳ ତୀର୍ଥନାଥ ମୁର୍ମୁ ଓ ରାଜେଶ କୁମାର ଦାସ ଥିବା ଵେଳେ କରଞ୍ଜିଆ ପୋଲିସ ଥାନା ପକ୍ଷରୁ ସହକାରୀ ସଵ୍ ଇନ୍ସପେକ୍ଟର ଗୁରୁବାରୀ ମୁଣ୍ଡା କନଷ୍ଟେବଳ ଦୁର୍ଯୋଧନ ମହାନ୍ତ ପ୍ରଭାକର ମହାନ୍ତ କଳାବତୀ ଗିରି ତପସ୍ୱିନୀ ମହାନ୍ତ କରମଚାନ୍ଦ ମାରାଣ୍ଡି ରହିଥିବା ଜଣାପଡିଛି।