Odisha news

ଠକଙ୍କ ପ୍ରତି ସାବଧାନ

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ଥରେ ଜଣେ ବିଦେଶୀ ଦାର୍ଶନିକ ଲଘୁ ମନ୍ତବ୍ୟ ଦେଇ କହିଥିଲେ ଯେ, ପ୍ରତ୍ୟେକ ଭାରତୀୟ ଜଣେ ଜଣେ ଡାକ୍ତର ବା ଚିକିସôକ । ଯଦି କୌଣସି ରୋଗ ସଂପର୍କରେ କିଛି କୁହାଯାଏ, ତେବେ ତୁରନ୍ତ ତା’ର ଉତର ମିଳିଯାଏ । ଏହି ଜିନିଷ ଖାଇଦେଲେ ଭଲ ଭଲ ହୋଇଯିଏ, ଏହା କରିଦେଲେ ସୁସ୍ଥ ହୋଇଯିବେ, ଏଭଳି ଉତର ତତକ୍ଷଣାତ୍ ମିଳିଥାଏ । ଯେଉଁଥିପାଇଁ କି ଭାରତରେ କ୍ୱାକେରୀ ଏବଂ ବୈଦ୍ୟମାନଙ୍କର ଅଭାବ ନାହିଁ । ଦେଶରେ କ୍ୱାକେରୀ, ଦିଶାରୀ ଜଡିବୁଟି ଆଦି କୁହୁକ ଔଷଧ ପ୍ରତ୍ୟେକ ଭାରତୀୟଙ୍କର ଜୀବନର ଅଂଶବିଶେଷ ହୋଇପଡ଼ିଛି । ଏବେ ସାରା ବିଶ୍ୱ ପ୍ରାଣଘାତୀ ତଥା ଅଚିହ୍ନାବ୍ୟାଧି ‘କରୋନା’ କବଳରେ କବଳିତା ବିଶ୍ୱର ୨୧୩ଟି ଦେଶରେ ଆତଙ୍କ ସୃଷ୍ଟି କରିଛି । ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢି ଚାଲିଛି । ଏହାର କୌଣସି ଔଷଧ ନାହିଁ । କେବଳ ପ୍ରତିକାର ରହିଛି । ଆମେରିକା, ବ୍ରିଟେନ, ଫ୍ରାନସ୍, ଇଟାଲୀ ଭଳି ବିଶ୍ୱର ସର୍ବଶକ୍ତିମାନ ଏବଂ ସମୃଦ୍ଧି ରାଷ୍ଟ୍ର ଏବେ କରୋନା ସଂକ୍ରମଣରେ ଆତଙ୍କିତ ।

ତେବେ ଏହାର ପ୍ରତିଷେଧକ ହେଉଛି ସତର୍କତା, ସଂଜମତା, ସଚେତନତା, ମାସ୍କ ପରିଧାନ, ସାାମଜିକ ଦୂରତା ରକ୍ଷା, ବାରମ୍ବାର ହାତ ଧୋଇବା ଏବଂ ସର୍ବୋପରି ନିଜକୁ ଏକାକୀ ରଖିବା ବା ଘରେ ଆବଦ୍ଧ ରଖିବା । ଭାରତ ମଧ୍ୟ ଏହି ରୋଗ ସଂକ୍ରମଣରୁ ବାଦ୍ ପଡ଼ିନାହିଁ । ଦେଶରେ ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିଚାଲିଛି । ଏହି ରୋଗର ଔଷଧ ତିଆରି ପାଇଁ ସାରା ବିଶ୍ୱର ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି । ଇତି ମଧ୍ୟରେ ରୋଗ ସଂକ୍ରମଣର ୬ମାସ ବିତିଯାଇଥିଲେ, ଔଷଧ ବାହାରି ପାରିନାହିଁ । କେହି କେହି ମଝିରେ ମଝିରେ ଔଷଧ ତିଆରି କରିଥିବା ଦାବି କରିଛନ୍ତି । ମାତ୍ର ପରୀକ୍ଷା ନିରୀକ୍ଷା ବେଳେ ତାହା ବିଫଳ ହୋଇଛି । କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱବାସୀଙ୍କୁ ବିବ୍ରତ କରି ଦେଇଛି । ଏହା କେବଳ ଜୀବନ ନେଉନାହିଁ, ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଛି । ସାରା ବିଶ୍ୱର ଧନୀ ହେଉ ଅବା ଗରିବ ଦେଶ ହେଉ ସମସ୍ତ ଦେଶର ଅର୍ଥନୀତି ଏବେ ବିପର୍ଯ୍ୟାୟ । ତେବେ ଏହା ସୁଯୋଗ ସୃଷ୍ଟି କରିଛି, ଲାଭଖୋର ବେପାରୀଙ୍କ ପାଇଁ ବୋଲି କହିଲେ ହୁଏତ ଭୁଲ ହୋଇନପାରେ ।

କେତେକ ଠକ କମ୍ପାନୀ କରୋନା ଔଷଧ ତିଆରି କରିଥିବା ନେଇଥିବା ଦାବି କରିବା ସହ ବିଜ୍ଞାପନ ମଧ୍ୟ ଛାପିଛନ୍ତି । ନିକଟରେ ପତଞ୍ଜଳି ଆୟୁର୍ବେଦ ଅନୁରୂପ ଦାବି କରିବା କରୋନା ଔଷଧ ତିଆରି କରିଥିବା ବିଜ୍ଞାପନ ମଧ୍ୟ ଗଣମାଧ୍ୟମରେ ପ୍ରକାଶ କରିଥିଲା । ଦେଶର ସମସ୍ତ ଆଇନକାନୁନ୍, ନୀତି ନିୟମକୁ ଅଣଦେଖା କରି ଏହାର ବିକ୍ରି ମଧ୍ୟ ଆରମ୍ଭ କରିଦେଇଥିଲା । ଏପରିକି କରୋନା ରୋଗର ଶତପ୍ରତିଶତ ଆରୋଗ୍ୟ ସାଧନକାରୀ ବୋଲି ଦାବି କରାଯାଇଥିଲା । ପତଞ୍ଜଳୀ ଏହି ଔଷଧର ନାମ ‘କରୋନିଲ୍ କିଟ୍’ ରଖିଥିବା ବେଳେ ୫୦ ଜଣ ଭୂତାଣୁ ସଂକ୍ରମିତଙ୍କ ଠାରେ ଔଷଧ ପରୀକ୍ଷା କରାଯାଇଥିବା ମଧ୍ୟ ଦାବି କରାଯାଇଥିଲା । ୫୦ ଜଣଙ୍କ ମଧ୍ୟରୁ ୪୫ ଜଣ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ଖୋଦ୍ ବାବା ରାମଦେବ ମଧ୍ୟ ଦାବି କରି ବଜାର ପ୍ରବେଶ କରାଇଥିଲେ । ତେବେ ଔଷଧର ଗୁଣବତା ଓ ମାନକୁ ରାଜସ୍ଥାନ ସହ କେତେକ ରାଜ୍ୟ ସରକାର ଦୃଢ ବିରୋଧ କରିବା ପରେ ଏବେ ପତଞ୍ଜଳୀ ଆୟୁର୍ବେଦ ନିଜ ଦାବିରୁ ଓହରିଯାଇଛି । କେବଳ ଦାବିରୁ ଓହରି ନାହିଁ, କରୋନିଲ୍ କିଟ୍, ନାମରେ କୌଣସି ଔଷଧ ତିଆରି କରିନାହିଁ ବୋଲି ଘୋଷଣା କରିଛି । ପ୍ରଶ୍ନ ଉଠୁଛି, ଏହି ଔଷଧ କିଏ ତିଆରି କରିଛି । ବାବା ରାମଦେବ ଏହାକୁ ବଜାର ପ୍ରବେଶ କରାଇଲେ କିପରି? ଏହା କେବଳ ଲୋକଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଇପାରେ । ଏହା ସତ୍ୟ ଯେ, ବାବା ରାମଦେବ ଦେଶରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ।

ତେବେ ବାବା ରାମଦେବ ଏହି ଔଷଧକୁ ବଜାର ପ୍ରବେଶ କରାଇଲେ କିପରି? ଏହା ସମ୍ପର୍କରେ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ । କରୋନାରେ ଆମ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୫ଲକ୍ଷକୁ ଟପିଥିବା ବେଳେ ଦୈନିକ ୨ ହଜାର ଆକ୍ରାନ୍ତ ହେଉଛନ୍ତି । ମୃତକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଦୈନିକ ସଂକ୍ରମଣ ବଢିଚାଲିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆମେ ଉଲ୍ଲ୍ଖେ କରିଛୁ ଯେ, ବିପତି ସମୟରେ ଲାଭଖୋରମାନେ ସକ୍ରୀୟ ହୋଇ ଉଠିଥାନ୍ତି । ଅନ୍ୟର ସର୍ବନାଶ ବେଳେ ସେମାନଙ୍କର ପୁଷମାସ ହୋଇଥାଏ । ଏଭଳି ସଂସ୍ଥା ବିରୁଦ୍ଧରେ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ । ବିପଦ ବେଳେ ଜନସାଧାରଣଙ୍କୁ ଭୂତେଇ ଶୋଷଣ କରିବା ସହ ଜୀବନ ସହ ଖେଳ ଖେଳୁଥିବା ଠକ୍ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ପ୍ରତି କଠୋର ଦଣ୍ଡ ବିଧାନ କରାଯିବା ଜରୁରୀ । ଅନ୍ୟଥା ବିପତି ବେଳେ ଠକଙ୍କ ପ୍ରାଦୁର୍ଭାବ ବଢିବ ଏଥିରେ ସନେ୍ଦହ ନାହିଁ । ଠକଙ୍କ ପ୍ରତି ସାବଧାନ ।

Leave A Reply