Odisha news

CID ରାଡ଼ାର ରେ ସନି ଲିୟନୀ , ୨୪ ଶହ କୋଟି ଘୋଟାଲା ଯାଞ୍ଚ ର ମିଳିଲା ନୋଟିସ

0

ବଲିଉଡ ଅଭିନେତ୍ରୀ ସନି ଲିୟନୀ ବର୍ତମାନ ଫସିବାକୁ ଯାଉଛନ୍ତି CID ଜାଲରେ , କଥିତ ଫ୍ରଡ଼ କେଶ ରେ ଅଭିନେତ୍ରୀ CID ରାଡ଼ାର କୁ ଆସିଛନ୍ତି, ୨୪ ଶହ କୋଟି ଟଙ୍କାର ଶିବମ ଆସୋସିଏତ୍ସ ନିବେଶ ଘୋଟାଲା ଯାଞ୍ଚ ମଧ୍ୟରେ ସନି ଙ୍କ ନାମ ସାମ୍ନାକୁ ଆସିଛି, ଯାଞ୍ଚ ଏଜେନ୍ସି କହିଛି ଯେ ଶନି ଙ୍କୁ ପଠାଯାଇଥିବା ନୋଟିସ ଅର୍ଥ ନୁହେଁ ଯେ ସେ କୌଣସି ଭୁଲ କାମ କରିଛନ୍ତି lକର୍ଣ୍ଣାଟକ କ୍ରିମିନାଲ ଇନଭେସ୍ଟିଗେସନ ଡିପାର୍ଟମେଣ୍ଟ ଶିବମ ଆସୋସିଏଟ ର କଥିତ ଭାବରେ ୨୪ ଶହ କୋଟି ନିବେଶ ଘୋଟଲା ର ଯାଞ୍ଚ କରୁଛି, ଏହି ମାମଲା ସହିତ ଜଡିତ ଅଧିକାରୀ କହିଛନ୍ତି ଯେ CID କୁ ଶିବମ ଆସୋସିଏଟ ପକ୍ଷରୁ ନିର୍ଦ୍ଧିଷ୍ଟ ଚଳଚିତ୍ର ପାଇଁ  ଦିଆଯାଇଥିବା ପାରିଶ୍ରମିକ ବିଷୟରେ ତଥ୍ୟ ମାଗିଥିଲେ ଯାହାକୁ କି ମୁଖ୍ୟ ଆରୋପି କୋର୍ଟ ରେ ପ୍ରଡ୍ୟୁସ କରିଥିଲେ, ଶନି ଙ୍କୁ ଦିଆଯାଇଥିବା ନୋଟିସ ର ଅର୍ଥ ନୁହେଁ ଯେ ସନି କୌଣସି ଭୁଲ କାର୍ଯ୍ୟ କରିଛନ୍ତି l
ସିଆଇଡି ପକ୍ଷରୁ ଶିବମ ଆସୋସିଏଟ ଓ ତାର ମାଲିକ ଶିବାନନ୍ଦ ନୀଳନବର ପଇସା ଳେଣ – ଦେଣ ମାମଲାର ଯାଞ୍ଚ ଚାଲିଛି, ନୀଳନବର ଙ୍କ ଉପରେ ଆରୋପ ଲାଗିଛି ଯେ ସେ କଥିତ ଭାବରେ ମଞ୍ଜୁରୀ ବିହୀନ ଡିପୋଜିଟ ଓ ନିବେଶ କାର୍ଯ୍ୟକ୍ରମ ଜରିଆରେ ୪୦, ୭୦୦ ନିବେଶକ ଙ୍କ ନିକଟରୁ ପଇସା ନେଇଥିଲା, ଏବଂ ସିଆଇଡି ନିକଟରେ ନୀଳନବର ପ୍ରଡ୍ୟୁସ କରିଛନ୍ତି ଯେ ସନି ଲିୟନୀ ଙ୍କୁ ଶିବାନନ୍ଦ ଚଳଚିତ୍ର ଚମ୍ପିୟାନ ରେ ଗୋଟିଏ ଆଇଟମ ସଙ୍ଗ ରେ ପରଫର୍ମ ପାଇଁ ୧କୋଟି ଟଙ୍କା ଦେଇଥିଲେ l ଯାହାକୁ ସିଆଇଡି ପକ୍ଷରୁ ନୋଟିସ ଜାରି କରାଯାଇଛି l

IEC 2 years
Leave A Reply