Odisha news

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

0

ନୂଆଦିଲ୍ଲୀ: ଦଶନ୍ଧି ଦଶନ୍ଧି ଧରି ଭାରତ ଓ ରୁଷିଆ ମଧ୍ୟରେ ସାଂସ୍କୃତିକ ବନ୍ଧନ ଚଳଚ୍ଚିତ୍ର ଜରିଆରେ ଏହାର ସର୍ବାଧିକ ମଜଭୁତ ଅଭିବ୍ୟକ୍ତିକୁ ଖୋଜି ପାଇଛି । ରାଜ କପୁରଙ୍କ କାଳଜୟୀ ଅଭିବ୍ୟକ୍ତି ଠାରୁ ରୁଷୀୟ ଦର୍ଶକମାନଙ୍କ ମଧ୍ୟରେ ମିଥୁନ ଚକ୍ରବର୍ତ୍ତୀଙ୍କର ବିପୁଳ ଲୋକପ୍ରୟିତାକୁ ନେଇ ଭାରତୀୟ ଚଳଚ୍ଚିତ୍ରଗୁଡିକ ରୁଷୀୟ କଳ୍ପନାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।
ଯାହା ଏକଦା ପ୍ରଶଂସାରୁ ଆରମ୍ଭ ହୋଇଥିଲା ତାହା ଏବେ ଅଧିକ ଉଲ୍ଲେଖନୀୟ ବିଷୟକୁ ରୂପାନ୍ତରିତ ହୋଇଛି, ତାହା ହେଉଛି କାହାଣୀ କଥନ, କଳାତ୍ମକ ବିନିମୟ ଏବଂ ବୈଶ୍ୱିକ ଆକାଂକ୍ଷାରେ ମୂଳ ରଖୁଥିବା ଅଗ୍ରଗାମୀ ସୃଜନଶୀଳ ସହଭାଗୀତା ।
ସମ୍ପ୍ରତି ସେହି ସମ୍ପର୍କ ବୃହଦାକାୟ ଭାରତ-ରୁଷୀୟ ସହ-ପ୍ରଯୋଜନାଗୁଡିକ ଜରିଆରେ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରୁଛି, ଯେଉଁଥିରେ ସଂସ୍କୃତି, ସ୍ଥଳବିଶେଷ, ପ୍ରତିଭା ଏବଂ ଚଳଚ୍ଚିତ୍ରଗତ ପରମ୍ପରାଗୁଡିକର ଅପ୍ରତ୍ୟାଶିତ ଭାବରେ ସମ୍ମିଶ୍ରଣ ଘଟୁଛି ।
ରୁଷର ଅନ୍ୟତମ ଅଗ୍ରଣୀ ମିଡିଆ ଗୋଷ୍ଠୀ ‘ଗାଜପ୍ରୋମ-ମିଡିଆ ହୋଲ୍‌ଡିଂ’ ସମଗ୍ର ଭାରତରେ ବ୍ୟାପକ ଭାବରେ ପ୍ରକଳ୍ପଗୁଡିକର ବିକାଶ ଏବଂ ପ୍ରଯୋଜନା ଦ୍ୱାରା ଏହି ସହଯୋଗୀତାକୁ ଆଗେଇ ନେବାରେ ଏକ ମୁଖ୍ୟ ଶକ୍ତି ପାଲଟିଛି । ସେମାନଙ୍କର ବର୍ଦ୍ଧିତ ଉପସ୍ଥିତି କେବଳ ବାଣିଜି୍ୟକ ଆକାଂକ୍ଷାରେ ନୁହେଁ, ବରଂ ଦୁଇ ଦେଶ ମଧ୍ୟରେ ଗଭୀର ସାଂସ୍କୃତିକ ଅନୁସନ୍ଧିତ୍ସାରେ ପ୍ରତିଫଳିତ ହେଉଛି ।
ଆଗାମୀ ପ୍ରକଳ୍ପଗୁଡିକ ମଧ୍ୟରେ ଆନ୍ନା ପାଭଲୋଭା ଏବଂ ନିକୋଲାସ ରୋରିଚ୍‌ଙ୍କ ଭଳି କିମ୍ବଦନ୍ତ୍ରୀ ପୁରୁଷଙ୍କର ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଦ୍ୱାରା ଅନୁପ୍ରେରିତ ଚଳଚ୍ଚିତ୍ରଗୁଡିକ ରହିଛି, ଯାହାଙ୍କର କଳାତ୍ମକ ଯାତ୍ରା ଭାରତ ସହିତ ବିପୁଳ ଐତିହାସିକ ଏବଂ ଆଧ୍ୟାତ୍ମିକ ସଂଯୋଗର ସହଭାଗୀତା କରୁଛି ।
ଏହି ସମ୍ମାନଜନକ ପ୍ରୟାସଗୁଡିକ ସହିତ ସମକାଳୀନ ସାଂଗୀତିକ କମେଡି ‘ପର୍ସିମ୍ମୋନ୍‌ ଅଫ ମାଇଁ ଲଭ୍‌’ ମୁମ୍ବାଇ, ଉଦୟପୁର ଏବଂ ଯୋଧପୁରରେ ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ର ରୁଷୀୟ କାହାଣୀ କଥନ ସହିତ ଅନେକ ସମୟରେ ସଂଯୁକ୍ତ ଭାବଗତ ବାସ୍ତବତାକୁ ଭାରତୀୟ ଚଳଚ୍ଚିତ୍ର ସହିତ ପରିମାଣାତ୍ମକ, ସଂଗୀତ ଏବଂ ପରିଦୃଶ୍ୟମାନ ଭାବରେ ସମ୍ମିଶ୍ରିତ କରିବାକୁ ଏକ ଅନନ୍ୟ ଉଦ୍ୟମର ପ୍ରତିନିଧିତ୍ୱ କରୁଛି ।
ଏହି ପରିବର୍ତ୍ତିତ ସହଯୋଗୀତାର କେନ୍ଦ୍ର ସ୍ଥଳରେ ରହିଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ‘ନୀଳ ମାଧବ ପଣ୍ଡା’, ଯିଏ ଗାଜପ୍ରୋମ୍‌-ମିଡିଆ ହୋଲ୍‌ଡିଂ ସହିତ ଚାରିଟି ପ୍ରକଳ୍ପ ନିମନ୍ତେ ଅଂଶୀଦାର ବ୍ୟବସ୍ଥାରେ ସ୍ୱାକ୍ଷର କରିଛନ୍ତି । ଏହି ପ୍ରୟାସକୁ ଭାରତ ଓ ରୁଷିଆ ମଧ୍ୟରେ ସମ୍ପ୍ରତି ନୂଆକରି ସୃଷ୍ଟି ହେଉଥିବା ଅନ୍ୟତମ ସର୍ବାଧିକ ଉଲ୍ଲେଖନୀୟ ସୃଜନଶୀଳ ସମ୍ପର୍କର ସେତୁ ଭାବରେ ବିବେଚନା କରାଯାଉଛି ।
ଏହି ସହଯୋଗୀତା ମଧ୍ୟରେ ରହିଛି ଫାଣ୍ଟାସି ଡ୍ରାମା ସିରିଜ ‘ଚେଲ୍ୟାବିନ୍‌ସ୍କ ରାଜା’, ଯାହା ସମ୍ପ୍ରତି ରୁଷିଆର ଜଣେ କଳାକାର ଏବଂ କ୍ରିୟୁଙ୍କୁ ନେଇ ଜୟପୁରରେ ରାଜସ୍ଥାନର ରାଜକୀୟ ସ୍ଥାପତ୍ୟ ଏବଂ ସୁସଂହତ ସାଂସ୍କୃତିକ ଦୃଶ୍ୟପଟ୍ଟରେ ସୁଟିଂ କରାଯାଉଛି ।
ବୋରିସ୍‌ ଖାନ୍‌ଚାଲ୍ୟାନ୍‌, ଡେପୁଟି ସିଇଓ, ଗାଜପ୍ରୋମ୍‌- ମିଡିଆ ହୋଲ୍‌ଡିଂ କହିଥିଲେ, “ଆମେ ଭାରତକୁ ସମଗ୍ର ବିଶ୍ୱରେ ଅନ୍ୟତମ ସର୍ବାଧିକ ଅଗ୍ରଗାମୀ ସୃଜନଶୀଳ ଅର୍ଥନୀତି ଭାବରେ ଲକ୍ଷ୍ୟ କରୁଛୁ । ଏହା ଉଭୟ ରାଷ୍ଟ୍ରର ଦର୍ଶକଙ୍କ ପାଇଁ ମେଳ ଖାଉଥିବା ଏବଂ ବୈଶ୍ୱିକ ବଜାରରେ ପହଞ୍ଚିବା ସାମର୍ଥ୍ୟ ରଖୁଥିବା ସହ-ପ୍ରଯୋଜିତ ବିଷୟବସ୍ତୁ ନିମନ୍ତେ ଏକ ଆଦର୍ଶ ପରିବେଶ ସୃଷ୍ଟି କରୁଛି ।
ଆମ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଏକ ରଣକୋ÷ଶଳାତ୍ମକ ସହଭାଗୀତା ସ୍ତରରେ ପହଞ୍ଚିସାରିଛି । ଏହା ଅର୍ଥ, ସଂସ୍କୃତି ଓ ଗଣମାଧ୍ୟମ କ୍ଷେତ୍ରରେ ମିଳିତ ପ୍ରକଳ୍ପ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ ପକ୍ଷଙ୍କର ହୃଦ୍‌ବୋଧ ହୋଇଛି । ସରକାରୀ ସ୍ତରରେ ଯେତେବେଳେ ସମର୍ଥନ ମିଳେ, ସେତେବେଳେ ଏହା ସୃଜନଶୀଳ ଶିଳ୍ପସମୂହ ଏବଂ ଗଣମାଧ୍ୟମ ବ୍ୟବସାୟ ସଂସ୍ଥାଗୁଡିକ ନିମନ୍ତେ କାର୍ଯ୍ୟ କରିବା ସହଜ ଓ ଭରସାଯୋଗ୍ୟ ପାଲଟିଯାଏ ।”
ନୀଳ ମାଧବ ପଣ୍ଡା, ଡାଇରେକ୍ଟର, ଏଲିଆନୋରା ଇମେଜେସ୍‌ କହିଥିଲେ, “ଏହି ଚଳଚ୍ଚିତ୍ରଗୁଡିକ କେବଳ ପ୍ରଯୋଜନା ନୁହେଁ, ସେଗୁଡିକ ଦୁଇ ସଂସ୍କୃତି ମଧ୍ୟରେ ପ୍ରେମର ପତ୍ର ଭଳି । ଗୋଟିଏ ସମୟରେ ସାରା ବିଶ୍ୱ ଯେତେବେଳେ କୋଳାହଳକୁ ନେଇ ଅଧିକରୁ ଅଧିକ ବିଭାଜିତ ହେଉଛି, ସେତେବେଳେ ଆମେ ଭାବପ୍ରବଣତା, ସଂଗୀତ, ରୋମାନ୍ସ ଏବଂ ମାନବୀୟ ସମ୍ପର୍କକୁ ନେଇ କାହାଣୀ ସୃଷ୍ଟି କରିବାକୁ ଚାହୁଁଛୁ ଯାହା ଜନସାଧାରଣଙ୍କୁ ‘କଳା’ କାହିଁକି ପ୍ରଥମ ସ୍ଥାନ ବଜାୟ ରଖିଛି ତାହା ସ୍ମରଣ କରାଇଦେବ ।
ଏହି ସହଯୋଗୀତାକୁ ମୁଁ ଅତ୍ୟନ୍ତ ଆଶାବାଦୀ ଭାବରେ ଲକ୍ଷ୍ୟ କରୁଛି । ଗାଜପ୍ରୋମ୍‌- ମିଡିଆ ଲେଖକଙ୍କ ଦୃଷ୍ଟିକୋଣକୁ ସମ୍ମାନ ଜଣାଇବାବେଳେ କିଭଳି ପରିବ୍ୟାପ୍ତ ଦର୍ଶକଙ୍କ ନିମନ୍ତେ ଚଳଚ୍ଚିତ୍ର ନିର୍ମାଣ କରିବ, ତାହା ବୁଝିଛି । ମୋ ପାଇଁ ଏହା ଏକ ସଠିକ ସନ୍ତୁଳନ ହୋଇଛି । ମୋର ବିଶ୍ୱାସ ଯେ କେବଳ ପ୍ରଯୋଜକ ଭାବରେ ନୁହେଁ, ବରଂ ତାହାସହିତ ସୃଜନଶୀଳ ସହଭାଗୀ ଭାବରେ ଆମେ ଏକତ୍ର ଆଗକୁ ବଢିପାରିବୁ ।”
ଏହି ମୁହୂର୍ତ୍ତ ଏଥିପାଇଁ ବିଶେଷଭାବରେ ଗୁରୁତ୍ୱପୂର୍ଣ୍ଣ ଯେ ଏହି ସହଭାଗୀତା ଚଳଚ୍ଚିତ୍ର ନିର୍ମାଣର ଊଦ୍ଧ୍ୱର୍କୁ ମଧ୍ୟ ପରିବ୍ୟାପ୍ତ ହୋଇଛି । ଏହା ସାଂସ୍କୃତିକ କୂଟନୀତିରେ ଏକ ଉପାଦାନ ତଥା ଏକ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ସଫ୍ଟ ପାୱର ଭାବରେ ଚଳଚ୍ଚିତ୍ରର ବର୍ଦ୍ଧିତ ଭୂମିକାକୁ ପ୍ରତିଫଳିତ କରୁଛି ।
ଋାଷ୍ଟ୍ରଗୁଡିକ ଯେତେବେଳେ ଗଭୀର ଜନତା-ରୁ-ଜନତା ସଂଯୋଗ ଚାହୁଁଛନ୍ତି, ସେତେବେଳେ କାହାଣୀ କଥନ ପୁନର୍ବାର ଭୂଗୋଳ, ଭାଷା ଏବଂ ରାଜନୀତିକୁ ଅତିକ୍ରମ କରିବା ସାମର୍ଥ୍ୟ ରଖିବାରେ ଏକ ସେତୁ ପାଲଟୁଛି ।
ଜୟପୁର ସମ୍ପ୍ରତି “ଚେଲ୍ୟାବିନ୍‌ସ୍କ ରାଜା” ଜରିଆରେ ଏକ ରୁଷୀୟ ଫାଣ୍ଟାସି ସ୍ଥଳରେ ରୂପାନ୍ତରିତ ହେଉଛି ଏବଂ ମର୍‌ମନସ୍କର ଆର୍କଟିକ ଆକାଶ “ଚେଜିଂ ନର୍ଦର୍ଣ୍ଣ ଲାଇଟ୍‌ସ୍‌” ଜରିଆରେ ଭାରତୀୟ ଭାବପ୍ରବଣତାକୁ ପ୍ରତିଧ୍ୱନିତ କରିବା ଆରମ୍ଭ କରିଛି । ସମ୍ମିଳିତ ଭାବରେ ଏହି ପ୍ରକଳ୍ପଗୁଡିକ ଏକ ବିରଳ ଚଳଚ୍ଚିତ୍ରଗତ ସମ୍ପର୍କକୁ ପ୍ରତିନିଧିତ୍ୱ କରୁଛି, ଯେଉଁଠାରେ ଉଭୟ ରାଷ୍ଟ୍ର ଏକ ସମୟରେ କଳା ଜରିଆରେ ପରସ୍ପର ଅପରକୁ ଆବିଷ୍କାର କରୁଛନ୍ତି ।
ସଂସ୍କୃତିର ଊଦ୍ଧ୍ୱର୍ରେ ଏହି ସହଭାଗୀତାରେ ଏକ ମଜଭୁତ ଅର୍ଥନୈତିକ ଏବଂ ରଣକୋ÷ଶଳାତ୍ମକ ଦିଗ ମଧ୍ୟ ରହିଛି । ସହ-ପ୍ରଯୋଜନା, ସହଭାଗୀ ପରିବଣ୍ଟନ ନେଟୱର୍କ, ପ୍ରତିଭା ବିନିମୟ ଏବଂ ସମ୍ମିଳିତ ବିଷୟବସ୍ତୁ ସୃଷ୍ଟି ଜରିଆରେ ଭାରତ ଓ ରୁଷିଆ ପ୍ରତ୍ୟେକ ଅପରର ମନୋରଞ୍ଜନ ବଜାର ପାଇଁ ନୂତନ ପଥ ଉନ୍ମୁକ୍ତ କରୁଛନ୍ତି ଏବଂ ସେହି ସମୟରେ ସେମାନେ ନିଜକୁ ବୈଶ୍ୱିକ ଦର୍ଶକମାନଙ୍କ ନିମନ୍ତେ ଅବସ୍ଥିତ କରାଉଛନ୍ତି ।
ଏଥିସହିତ ଚଳଚ୍ଚିତ୍ର ନିର୍ମାତା ନୀଳ ମାଧବ ପଣ୍ଡାଙ୍କୁ ୨୯ତମ ସେଣ୍ଟ ପିଟର୍ସବର୍ଗ ଇଣ୍ଟରନ୍ୟାସନାଲ ଇକୋନୋମିକ ଫୋରମ୍‌ ୨୦୨୬ରେ ଜଣେ ବକ୍ତା ଭାବରେ ଆମନ୍ତ୍ରଣ କରାଯାଇଛି, ଯେଉଁଠାରେ ସେ ସାଂସ୍କୃତିକ ପରିଚୟ, ସୃଜନଶୀଳ ଶିଳ୍ପସମୂହ ଏବଂ ବୈଶ୍ୱିକ ସହଯୋଗୀତା ଉପରେ ଆଲୋଚନାରେ ଅଂଶଗ୍ରହଣ କରିବେ । ଏହା ଆନ୍ତର୍ଜାତିକ ସାଂସ୍କୃତିକ ସମ୍ପର୍କକୁ ଏକ ରୂପରେଖ ପ୍ରଦାନ କରିବାରେ ଚଳଚ୍ଚିତ୍ରର ବର୍ଦ୍ଧିତ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରୁଛି ।

Govt
Leave A Reply