ଆଜି ହେଉଛି ପବିତ୍ର ଦୀପାବଳୀ ଓ କାଳୀପୂଜା ୠଣମୁକ୍ତି ପାଇଁ କରନ୍ତୁ ଏହି ଉପାୟ
ଦୀପାବଳୀ ରେ ମା ଲକ୍ଷ୍ମୀ ଙ୍କୁ ପୂଜାର୍ଚନା କରାଯାଇଥାଏ, ମାନ୍ୟତା ଅନୁସାରେ ଏହାଦ୍ୱାରା ସୁଖ ସମୃଦ୍ଧିର ଆଗମନ ହୋଇଥାଏ, ତେଣୁ ଆଜିର ପବିତ୍ର ଦିନରେ ମାଙ୍କ କୃପା ଲାଭ ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛିଟା ଉପାୟ କରିବା ଜରୁରୀ l
– ଦୀପାବଳୀ ର ସନ୍ଧ୍ୟା ସମୟରେ ଗୋଲାପ ଫୁଲ ମାତା ଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ କାହିଁକିନା ଏହି ଫୁଲ ଟି ଲକ୍ଷ୍ମୀଙ୍କ ର ଖୁବ ପ୍ରିୟ ଅଟେ, ଯଦି ଆପଣ ଋଣ ରୁ ମୁକ୍ତି ଚାହୁଁଛନ୍ତି ତେବେ ଗୋଟିଏ ଗୋଲାପ ଫୁଲ କୁ ମା ଲକ୍ଷ୍ମୀ ଙ୍କ ସମୁଖରେ ରଖି ତା ମଝିରେ ଖଣ୍ଡିଏ କର୍ପୁର ରଖି ଜଳେଇ ଦିଅନ୍ତୁ, ଏହାଦ୍ୱାରା ଋଣ ରୁ ମୁକ୍ତି ମିଳିବ l
– ଦୀପାବଳୀ ଦିନ ରାତିରେ ପାଞ୍ଚଟି ଗୁଆ, ୫ଖଣ୍ଡ ହଳଦୀ , ୫ଟି ଗୋମତୀ ଚକ୍ର, ୫ଟି ହଳଦିଆ କଉଡ଼ି କୁ ଗୋଟିଏ ହଳଦିଆ କପଡ଼ାରେ ବାନ୍ଧି ନିଅନ୍ତୁ, ଏବଂ ଏହାକୁ ମା ଲକ୍ଷ୍ମୀ ଓ ଗଣପତି ଙ୍କ ସ୍ଥାନରେ ରଖନ୍ତୁ, ଏବଂ ପରଦିନ ଏହାକୁ ନିଜ ଆଲମିରା ରେ ରଖି ଦିଅନ୍ତୁ, ଧନ ସମସ୍ୟା ଦୂର ହେବ l
– ଦୀପାବଳୀ ଦିନ ରାତିରେ ଭଗବାନ ଗଣେଶ ଙ୍କୁ ହଳଦୀ ର ୨ଟି ଖଣ୍ଡ ଅର୍ପଣ କରନ୍ତୁ, ପରଦିନ ଏହାକୁ ନିଜ ପର୍ସ ରେ ରଖି ଦିଅନ୍ତୁ, ଏହାଦ୍ୱାରା ଧନ ସମସ୍ୟା ଦୂର ହୋଇଥାଏ l
– ଦୀପାବଳୀ ଅମାବାସ୍ୟା ଦିନ ସନ୍ଧ୍ୟା ସମୟରେ ଦହି, ସିନ୍ଦୁର ଓ ଗୋଟା ବିରୀ ଓସ୍ତ ବୃକ୍ଷ ମୂଳରେ ରଖି ଦୀପ ଟିଏ ଜଳାଇଲେ ସମସ୍ତ ସମସ୍ୟା ଦୂର ହଜ଼ୀଟ୍ଠେ l
– ଦୀପାବଳୀ ଦିନରାତିରେ ମା ଲକ୍ଷ୍ମୀ ଙ୍କୁ କ୍ଷୀର ଓ ଗୁଡ଼ ପ୍ରସାଦ ରେ ଅର୍ପଣ କରନ୍ତୁ ଏବଂ ଖଣ୍ଡିଏ ନାଲି ଆସନ ରେ ବସି ଲକ୍ଷ୍ମୀ ମହାମନ୍ତ୍ର ପାଠ କରନ୍ତୁ l ଏବଂ ଲକ୍ଷ୍ମୀଙ୍କ ନିକଟରେ ୯ଟି ବତୀ ଥିବା ଦୀପ ଟିଏ ଅର୍ପଣ କରନ୍ତୁ l
