ଭୁବନ (ପୂର୍ଣ୍ଣଚନ୍ଦ୍ର ସାହୁ )- ସାପ୍ତାହିକ ହାଟ ଏକ ଭାଇଚାରାର କେନ୍ଦ୍ର ସ୍ଥଳ । ଯେଉଁଠି ଯୋଡିହୁଏ ସଂର୍ପକ . । ସପ୍ତାହକ ପଯର୍ୟନ୍ତ କରିଥାନ୍ତି ହାଟ ସଉଦା । ଆଖପାଖ ଗ୍ରାମବାସୀ ଙ୍କର ହାଟ ହୋଇଥାଏ ମିଳନ କେନ୍ଦ୍ର । ହାଟରେ ହାତ ପାହାନ୍ତାରେ ମିଳି ଥାଏ ସମସ୍ତ ଘରକରଣା ସାମଗ୍ରୀ । ସାମଗ୍ରୀ ଯୋଗାଇଥାନ୍ତି ସେହିମାନେ ଯେଉଁମାନେ ଅନ୍ୟ ଗ୍ରାମରୁ ଆସି ବ୍ୟବସାୟର ପଚସରା ମେଲାଇଥାନ୍ତି । କରୋନା ଯୋଗୁ ପ୍ରଥମେ ଭୟଭୀତ ହୋଇ ହାଟ ବନ୍ଦ ହେଲା । ପରେ ଲକଡାଉନ ଢପଳରେ ଜିଲ୍ଲା ପ୍ରଶାସନ ବନ୍ଦ କରିଛନ୍ତି ।
ଏବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତ ଅନଲକ ୧ । ସେହି କ୍ରମରେ ହାଟ ରେ ବିକ୍ରୀ ବଟା କରୁଥିବା ବ୍ୟବସାୟୀ ମାନେ ଦୀର୍ଘ ଦୁଇ ମାସ ହେବ ଆଉ ବ୍ୟବସାୟକୁ ଯାଇନାହାନ୍ତି । ବ୍ୟବସାୟରେ ହାତବାନ୍ଦି ବସିଛନ୍ତି କଣ କରିବେ ଭାବି ବି ପାରୁନାହାନ୍ତି । ନିଜର ବ୍ୟବସାୟକୁ କିଭଳି ଆଗେଇବେ ନା ଅନ୍ୟ ବ୍ୟବସାୟ ଆପଣାଇବେ । ଏ ନେଇ ଢେଙ୍କାନାଳ ଯାଜପୁର ଜିଲ୍ଲାର ପ୍ରାୟ ୧୫ଟି ହାଟ ଉପରେ ନିର୍ଭର କରୁଥିବା ହାଟ ବ୍ୟବସାୟୀ ସଂଘ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବଂଚିବାର ଅଧିକାର ପାଇଁ ଦାବି ରଖି ଛନ୍ତି ।
ଭୁବନ ଏନ.ଏ.ସି ଅନ୍ତର୍ଗତ ହାଟ ବଣିକ ସଂଘର କର୍ମକର୍ତା ସୋମବାର ସାମ୍ବଦିକ ସମ୍ମିଳନୀରେ ପ୍ରକାଶ କରିଥରଲେ କି -ଢେଙ୍କାନାଳ,ଯାଜପୁର ଜିଲ୍ଲାର ବିଭିନ୍ନ ସାପ୍ତାହୀକ ହାଟ ଅବିଳମ୍ବେ •ଲୁ କରିବା ନିମନ୍ତେ ଦାବି କରିଛନ୍ତି ।ଭୁବନ ର ହାଟୁଆ ମାନେ ଢେଙ୍କାନାଳ ଜିଲ୍ଲାର ଟିପିଲେଇ,କାମାକ୍ଷାନଗର,ବିଧାରପୁର,ଷଡଙ୍ଗୀ,ଗଁନ୍ଦିଆ,ବିରାଶାଳ,ଓଡିଶ,ପଣ୍ଡୁଆ,ନୂଆଗାଁ,ଜିରାଳ,ବାମଢୋଲିଆ,ବାଞ୍ଝକୁସୁମ ଓ ଯାଜପୁର ଜିଲ୍ଲାର ଟାଟା ମାଇନିଙ୍ଗ,କୁହିକା,ସୁକରିଙ୍ଗ,ମଙ୍ଗଳପୁର,ସୁକିନ୍ଦା,ଡୁବୁରି,ପିମ୍ପୁଡିଆ,ହରିପୁର,ବ୍ରାହ୍ମଣୀପାଳ ପ୍ରଭୃତି ହାଟ କୁ ଯାଇ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ ।
ମହାମାରୀ କରୋନା ଜନିତ ଲକଡାଉନ ସକାଶେ ସମସ୍ତ ହାଟ ବନ୍ଦ ହୋଇଯିବା କାରଣରୁ ଦୀର୍ଘ ୨ ମାସରୁ ଉଦ୍ଧ୍ୱର୍ ଦିନ ହେଲା ସେମାନଙ୍କର ବ୍ୟବସାୟ ସଂପୂର୍ଣ୍ଣ ବନ୍ଦ ଅଛି । ଫଳରେ ମହାଜନୀ ଋଣ ପରିଶୋଧ ସାଙ୍ଗକୁ ପରିବାର ଚଳାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଜୀବନ ପାଇଁ ତାଙ୍କ ଜୀବିକା ସଂପୂର୍ଣ୍ଣ ଉଜୁଡି ଗଲାଣି ।
ଏହାର ସମାଧାନ ନିମନ୍ତେ ବିଭିନ୍ନ ସାପ୍ତାହିକ ହାଟରେ ତାଙ୍କ ନାମ ପଞ୍ଜିକରଣ କରାଯିବା,ଲକଡାଉନ ଥିବା ପର୍ଯ୍ୟନ୍ତ ପ୍ରତି ମାସରେ ଆର୍ଥôକ ସହାୟତା ପ୍ରଦାନ କରାଯିବା,ଏମଏସଏମଇ ଯୋଜନାରେ ଋଣ ପ୍ରଦାନ କରାଯିବା,ହାଟକୁ ଯାଉଥିବା ଗାଡି(ପରିବହନ) ବ୍ୟବସ୍ଥା କୁ କୋହଳ କରାଯିବା ଓ ବନ୍ଦ କରାଯାଇଥିବା ସାପ୍ତାହିକ ହାଟ ଗୁଡିକୁ ଅବିଳମ୍ବେ •ଲୁ କରାଯିବା,ଏନଏସି ପରିସରରେ ସ୍ଥାୟୀ ହାଟର ବ୍ୟବସ୍ଥା କରାଯିବା ସଂପର୍କରେ ଭୁବନ ତହସିଲଦାର ଙ୍କ ଜରିଆରେ ଢେଙ୍କାନାଳ ଜିଲ୍ଲାପାଳ,ଯାଜପୁର ଜିଲ୍ଲାପାଳ,ମୁଖ୍ୟ ଶାସନ ସଚିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ପ୍ରେରଣ କରାଯିବାକୁ ନିଷ୍ପତି ଗ୍ରହଣ ହୋଇଥିବା ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ପ୍ରେମାନନ୍ଦ ମହାନ୍ତି ପବିତ୍ର ମୋହନ ସାହୁ ଶରତ ଦାସ, ମନମୋହନ ସାହ, କ୍ଷୀରେଦ କୁମାର ନାୟକ ଙ୍କ ସମେତ ବହୁ ଫେରି ବ୍ୟବସାୟୀ ଉପସ୍ଥିତ ଥିଲେ ।
– ଆମେ ହାଟ କଲେ ପରିବାର ପୋଷୁ . ୨ ମାସ ହେଲା ହାଟକୁ ଯାଇନୁ । ଆମ ସଂଘର ସଦସ୍ୟ ମାନଙ୍କ ମଧ୍ୟରୁ ବହୁ ସଭ୍ୟ ଙ୍କ ଘରେ ଚୁଳି ଜଳିବା କଷ୍ଠକର ।କେବଳ ସରକାରଙ୍କ ଦ୍ୱାରା ପ୍ରଦତ ଡାଲି ଚାଉଳ କୁ ଭରସା କରି ଅଛନ୍ତି । ଏହି ସମ୍ମିଳନୀରେ ସଭାପତି ନିଳମଣୀ ମହାନ୍ତି କହିଥିଲେ
ଆମ ସଂଘରେ ୨୦୦ରୁ ଉର୍ଦ୍ଦ ସଦସ୍ୟ ଅଡଛନ୍ତି ଯେଉଁ ମାନେ ଶାଢୀ ,କପଡା ବହି ସାଇକେଲ ,ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହାଟକୁ ନେଇ ଥାଏ । ଆମ ବ୍ୟବସାୟୀ ଭାଇମାନେ ହାଟକୁ ଯାଉନତôବାରୁ ଗ୍ରାମ ଚଂଳର ଲୋକ ମାନେ ମଧ୍ୟ ସେମାନଙ୍କ ସାମଗ୍ରୀ କିଣି ନପାରି ହଇରାଣ ହେଉଛନ୍ତି । ସରକାରଙ୍କ ଅନୁରୋଧ ଆମ ଗୁହାରୀ ଶୁଣନ୍ତୁ ବୋଲି କୁହନ୍ତି ସଂଘ ସଂପାଦକ ଶୁସିଲ ଗୁଁଇ
ଦୀର୍ଘ ୩୦ ବର୍ଷ ହେଲା ମୁଁ ହାଟକୁ ଯାଉଛି । ଏଭଳି କେବେ ବି ଦେଖି ନଥିଲୁ । ଏହି ସମୟ ମଧ୍ୟରେ ଆମର ଗଛିତ ଅର୍ଥ ଶେଷ ହେବାକୁ ବସିଲାଣି । ଆମେ ଯାହା ରୋଜଗାରକରୁ ତାହା ପରିବାର ପ୍ରତିପୋଷଣରେ ଲଗାଇଥା । କିନ୍ତୁ ଲକଡାଉନ ଆମକୁ ବାନ୍ଦି ଦେଇଛି । ଆମକୁ ସରକାର ଠିକେ ସାହାର୍ଯ୍ୟ କଲେ ଆମ ପରିବାର ପୋଷିପାରନ୍ତୁ ବୋଲି କୁହନ୍ତୁ ବୁଲା ପୃଷ୍ଟି ।
ପାଠ ଶାଠ ପଢିଲୁ ଚାକିରୀ ପଛରେ ନଗୋଡାଇ ଆତ୍ମନର୍ଭର ହେବା ପାଇଁ ଚେଷ୍ଠା କରି ଆଜି ନିଜ ଗୋଡରେ ଠିଆ ହେଇଛୁ । ହେଲେ ଏ କରୋନା ଆମ ମେରୁଦଣ୍ତ ଭାଙ୍ଗି ଦେବାକୁ ବସିଛି । ଆାମକୁ ସରକାର ସାହାର୍ଯ୍ୟ କରନ୍ତିୁ । ଆମ ବ୍ୟବସାୟୀ ଭାଇମାନଙ୍କ ପ୍ରତି କିଛିଟା କୋହଳ ମନୋଡଭାବ ପ୍ରଦର୍ଶନ କଲେ ଆମେ ପୁଣି ପଶରା ମେଲାଇ ପେଟ ପୋଷି ପାରନ୍ତୁ ବୋଲି କୁହନ୍ତି ମନମୋହନ ସାହୁ ।