Odisha news

FDA ର ନୋଟିସ ପରେ ଭାଇରଲ ହେଲା ଶାହରୁଖ ଖାନ ଙ୍କ ବୟାନ

0
ଶାହରୁଖ ଖାନ , ଅଜ୍ଞ ଦେବଗନ ଓ ଟାଇଗର ସର୍ଫ ଙ୍କୁ ଜାରି ହୋଇଛି  କାରଣ ଦର୍ଶାଅ ନୋଟିସ, ମହାରାଷ୍ଟ୍ର ଫୁଡ ଏଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେଟିଭ ଦ୍ୱାରା ବିମଳ ଇଲାଇଚି ର ବିଜ୍ଞାପନ କୁ ନେଇ ଏହି ତିନି ବଲିଉଡ କଳାକାର ଙ୍କୁ ନୋଟିସ ଜାରି କରିଛନ୍ତି, FDA ପକ୍ଷରୁ ଆରୋପ ଲାଗିଛି କି ବିମଳ ଇଲାଇଚି ବିଜ୍ଞାପନ ଜରିଆରେ ରାଜ୍ୟରେ ପ୍ରତିବନ୍ଧକ ବିମଳ ପାନ ମସଲା ର ପ୍ରଚାର କରାଯାଉଛି l ଏହି ସ୍ଥିତିରେ ନୋଟିସ ଜାରି କରାଯାଇ ୧୫ ଦିନ ମଧ୍ୟରେ ଜବାବ ମଗା ଯାଇଛି l ଠିକ ଏହି ସମୟରେ ଶାହରୁଖ ଙ୍କର ଗୋଟିଏ ପୁରୁଣା ବୟାନ ଭାଇରଲ ହେଉଛି l

ଶାହରୁଖ ପୂର୍ବରୁ ମଧ୍ୟ କହି ସାରିଛନ୍ତି ଯେ ଯଦି କୌଣସି ପ୍ରଡକ୍ଟ ଶରୀରପାଇଁ କ୍ଷତିକାରକ ତେବେ ସରକାର ତୁରନ୍ତ ତାହାକୁ ବନ୍ଦ କରିବା ଜରୁରୀ, କିଛି ବର୍ଷ ପୂର୍ବରୁ ଗୋଟିଏ ଇଣ୍ଟରଭିୟୁ ରେ ଶାହରୁଖ ଙ୍କୁ ପଚରା ଯାଇଥିଲା ଯେ ସରକାର ସେଲିବ୍ରେଟି ମାନଙ୍କୁ ଏଭଳି କିଛି ପ୍ରଡକ୍ଟ ର ବିଜ୍ଞାପନ ନ କରିବା ପାଇଁ ବରଂ କରୁଛନ୍ତି ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ହାନି କାରକ ଅଟେ l ଏହାର ଜବାବ ରେ ଶାହରୁଖ କହିଥିଲେ ଯେ ଯଦି କୌଣସି ଉତ୍ପାଦନ ଶରୀର ପାଇଁ କ୍ଷତିକାରକ ତେବେ ତାହାକୁ ବଜାରରେ ନବିକିବା ପାଇଁ ସରକାର ଅନୁମତି ଦେବା ଉଚିତ ନୁହେଁ l

ଯଦି ସିଗାରେଟ ସ୍ୱାସ୍ଥ୍ୟ ପକ୍ଷରେ ହାନି କାରକ ତେବେ ଏହାର ଉତ୍ପାଦନ ବନ୍ଦ କରିଦେବା ଉଚିତ l ଯଦି ସଫ୍ଟ ଡ୍ରିଂକ୍ସ ଖରାପ ତେବେ ଏହାକୁ ପ୍ରସ୍ତୁତ କରନାହିଁ l ସରକାର ଏଭଳି ଉତ୍ପାଦନ ଏଥିପାଇଁ ବନ୍ଦ କରୁନାହାନ୍ତି କାହିଁକିନା ତାଙ୍କୁ ରିଭିନିୟୁ ମିଳୁଛି l ଏମିତିରେ ଆକ୍ଟରଙ୍କର ରୋଜଗାର ବନ୍ଦ କରିବା ଉଚିତ ନୁହେଁ l ଏହି ବୟାନ ଶାହରୁଖ ସଫ୍ଟ ଡ୍ରିଂକ୍ସ କୁ ନେଇ ହୋଇଥିବା ବିବାଦ ପରେ ଦେଇଥିଲେ l

FDA ର ନୋଟିସ ରେ କଣ କୁହାଯାଇଛି ?

FDA ପକ୍ଷରୁ ୩ କଳାକାର ଙ୍କୁ ପ୍ରମାଣ ରଖିବା ପାଇଁ ନିର୍ଦେଶ ଦିଆଯାଇଛି କି ବିମଳ ଇଲାଇଚି କଣ ଗୋଟିଏ ଅଲଗା ପ୍ରଡକ୍ଟ କି, ଯାହା ମାର୍କେଟ ରେ ବିକ୍ରି ହୋଇଥାଏ ? FDA ପକ୍ଷରୁ ସମସ୍ତ ଟିଭି ଚ୍ୟାନେଲ , ଡିଜିଟାଲ ଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ କୁ ତଥ୍ୟ ମଗାଯାଇଛି , ଯେଉଁଥିରେ ଏହି ଆଡ଼ ଟେଲିକଷ୍ଟ ହୋଇଛି କିମ୍ବା ପବ୍ଲିସ ହୋଇଛି, ଏହାଛଡା ନୋଟିସ ରେ ଆକ୍ଟର ଙ୍କୁ  ଯେ ତାଙ୍କ ମଧ୍ୟରେ ଓ ବ୍ରାଣ୍ଡ ଓନର ଙ୍କ ମଧ୍ୟରେ କେଉଁ ପ୍ରକାରର କାମର୍ସିୟାଲ କିମ୍ବା ଲିଗାଲ ଏଗ୍ରିମେଣ୍ଟ ହୋଇଥିଲା , ୩ କଳାକାର ଙ୍କୁ ନୋଟିସ ମିଳିବାର ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି l

Nalco
Leave A Reply