Odisha news

ନୂଆ ପାସପୋର୍ଟ ନେଇ ବଙ୍ଗଳାଦେଶ ଫେରିବେ ଶେଖ ହସିନା

0

ନୂଆଦିଲ୍ଲୀ : ବଙ୍ଗଳାଦେଶ ର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ଦେଶକୁ ଫେରିବାର ନିଷ୍ପତି ନେଇଛନ୍ତି, ନୂଆଦିଲ୍ଲୀ ସ୍ଥିତ ବଙ୍ଗଳାଦେଶ ଦୂତାବାସ ରୁ ନୂଆ ପାସପୋର୍ଟ ଓ ରାଷ୍ଟ୍ରୀୟ ପରିଚୟ ପତ୍ର ଜାରି କରିବା ପାଇଁ ଅନୁରୋଧ କରିଛନ୍ତି, ଅଗଷ୍ଟ 2024 ରେ ଜନ ଆକ୍ରୋଶ ଓ ହିଂସା ପରେ ଭାରତରେ ଶରଣ ନେଇଥିଲେ ଶେଖ ହସିନା , ବଙ୍ଗଳାଦେଶ ଦୂତାବାସ ସହିତ ଏହା ଥିଲା ତାଙ୍କର ପ୍ରଥମ ଔପଚାରିକ ସମ୍ପର୍କ l

ଲଣ୍ଡନ ସ୍ଥିତ ମେଟ୍ରିକ୍ସ ଚମ୍ବରସ ର ପ୍ରତିନିଧି ମାନେ ନୂଆଦିଲ୍ଲୀ ରେ ବଙ୍ଗଳାଦେଶର କାର୍ଯ୍ୟବାହକ ଙ୍କୁ ଗୋଟିଏ ଅଫିସିଆଲ ପତ୍ର ହସ୍ତାନ୍ତର କରିଛନ୍ତି, ଏଥିରେ ଲେଖାଯାଇଛି ଯେ ବଙ୍ଗଳାଦେଶର ଅନ୍ତରୀମ ସରକାରଙ୍କ ଦ୍ୱାରା ହସିନା ଙ୍କ ପରିଚୟପତ୍ର ଓ ପସପୋର୍ଟ ରଦ୍ଧ କରାଯାଇଥିବାରୁ ତାଙ୍କୁ ନୂଆ ପାସପୋର୍ଟ ଓ ପରଚୟପତ୍ର ଜାରି କରାଯାଉ l ମିଳିଥିବା ରିପୋର୍ଟ ଅନୁସାରେ ଶେଖ ହସିନା ଡିସେମ୍ବର ମାସରେ ବଙ୍ଗଳାଦେଶ ଫେରି ନ୍ୟାୟାଳୟ ରେ ଆତ୍ମସମର୍ପଣ କରିବେ ବୋଲି ଯୋଜନା ରହିଛି l କିନ୍ତୁ ହସିନା ଙ୍କର ଏହି ପ୍ରତ୍ୟାବର୍ତନ ବଙ୍ଗଳାଦେଶ ରେ ରାଜନୈତିକ ହିଂସା କୁ ପୁନର୍ବାର ସୃଷ୍ଟି କରିପାରେ l

ନଭେମ୍ବର 2025 ରେ ବଙ୍ଗଳାଦେଶର ର ଗୋଟିଏ ଅଦାଲତ 2024 ର ବିରୋଧ ପ୍ରଦର୍ଶନ ସମୟରେ ହିଂସା କାରଣରୁ କୋର୍ଟ ରେ ଅନୁପସ୍ଥିତ କାରଣରୁ ମୃତ୍ୟୁଦଣ୍ଡ ଶୁଣାଇ ସାରିଛନ୍ତି l

ଜୁନ 2024 ରେ ସରକାରୀ ଚାକିରୀରେ 30 ପ୍ରତିଶତ ସ୍ୱତନ୍ତ୍ରତା ସେନାନୀ କୋଟା ପ୍ରଣାଳୀ ର ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ରେ ପରିବର୍ତ୍ତନ ହୋଇଥିଲା, ଏହି ଛାତ୍ର ଆନ୍ଦୋଳନ ଜନ ଆନ୍ଦୋଳନ ରେ ପରିବର୍ତ୍ତନ ହୋଇଥିଲା l ଏହାପରେ ଏହି ହିଂସା ଏତେ ବଢିଯାଇଥିଲା ଯେ ହସିନା ଙ୍କ ପାର୍ଟି ଅବମି ଲିଗ କୁ ବଙ୍ଗଳାଦେଶରେ ପ୍ରତିବନ୍ଧ ଲଗାଯାଇଥିଲା l ଏବଂ ଅଗଷ୍ଟ 5 ରେ ଶେଖ ହସିନା ଆର୍ମି ବିମାନ ଯୋଗେ ଭାରତ ଆସି ଭାରତରେ ଶରଣ ନେଇଥିଲେ l

Ad2
Leave A Reply