ଭଗବାନ ପ୍ରଭୁ ଶ୍ରୀରାମ ଙ୍କ ନଗରୀ ଅଯୋଧ୍ୟାରେ ଆଜି ନଭେମ୍ବର ୭ତାରିଖ ରେ ଭବ୍ୟ ଦୀପ ମହୋତ୍ସବ ପାଳିତ ହେବ, ସରଜୁ ନଦୀ କୂଳରେ ୫୬ ଟି ଘାଟ ରେ ୩୦ ଲକ୍ଷ ରୁ ଅଧିକ ଦୀପ ପ୍ରଜ୍ବଳନ ହେବ, ଏବଂ ୨୧୦୦ ଡ୍ରୋନ ଆକାଶରେ ରାମାୟଣ ର ପ୍ରସଙ୍ଗ ଦେଖାଇବେ, ଚଳିତବର୍ଷ ପ୍ରଥମଥର ଶ୍ରଦ୍ଧାଳୁ ମୋବାଇଲ ରେ 3D ରାମାୟଣ ଦେଖିବାକୁ ପାଇବେ l
ଅଯୋଧ୍ୟାରେ ଏହା ଦୀପ ମହୋତ୍ସବ ର ଦଶମ ବର୍ଷ ଆୟୋଜନ ଅଟେ, ୨୦୧୭ ରେ ୧. ୭୧ ଲକ୍ଷ ଦୀପ ପ୍ରଜ୍ବଳନ ର ଆୟୋଜନ ହୋଇଥିଲା, ଯାହାକି ଆଜି ୩୦ ଲକ୍ଷରେ ପହଂଚିଛି, ଏହି କାର୍ଯ୍ୟକ୍ରମ ରେ ୩୫ ହଜାର ଛାତ୍ରଛାତ୍ରୀ ଓ ସ୍ୱୟଂ ସେବକ ଅଂଶ ଗ୍ରହଣ କରିବେ, ନିର୍ଧାରିତ ସମୟ ଅନୁସାରେ ସନ୍ଧ୍ୟା ୬ ଟା ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ l ଏହିଥରର ବଡ଼ ଆକର୍ଶଣ ରହିବ ସ୍ବଦେଶୀ ଡ୍ରୋନ, ଯାହାକି ୧୫ ମିନିଟ ପର୍ଯ୍ୟନ୍ତ ଆକାଶ ମାର୍ଗରେ ରାମାୟଣ ର ଗାଥା ମଧ୍ୟ ଦେଖାଇବେ l
ଗତବର୍ଷ ୧୧୦୦ ଡ୍ରୋନ ର ବ୍ୟବହାର ହୋଇଥିଲା, ଦୀପ ଉତ୍ସବ ରେ ପ୍ରଥମଥର AR ଯନ୍ତ୍ର ବିଦ୍ୟାର ବ୍ୟବହାର ହୋଇଛି, ଶ୍ରଦ୍ଧାଳୁ ମାନେ ମୋବାଇଲ ଦ୍ୱାରା ରାମାୟଣ ଗାଥା କୁ ଦେଖିପାରିବେ l ଆଜିର ଦିନରେ ଭବ୍ୟ ମହା ଆରତୀ ର ମଧ୍ୟ ଆୟୋଜନ ହୋଇଛି, ୫ ଦେଶର କଳାକାର ରାମାୟଣ ପ୍ରସ୍ତୁତ କରିବେ, ଧାର୍ମିକ ମାନ୍ୟତା ଅନୁସାରେ ପ୍ରଭୁ ଶ୍ରୀରାମ ୧୪ ବର୍ଷର ବନବାସ ପରେ ଅଯୋଧ୍ୟା ଫେରିବା ଖୁସିରେ ନଗରବାସୀ ଦୀପ ପ୍ରଜ୍ବଳନ କରିଥିଲେ, ଏହି ପରମ୍ପରା କୁ ଦୀପ ଉତ୍ସବ ଭାବରେ ପାଳନ କରାଯାଇଥିଲା l
