Odisha news

ଟିମ୍ ଇଣ୍ଡିଆକୁ ଫେରିବାର ଆଶା ଭାଙ୍ଗିଲା , ଟେଷ୍ଟ କ୍ରିକେଟ୍ରୁ ମହମ୍ମଦ ସାମୀ ନେଲେ ଅବସର 

0
ଦୀର୍ଘଦିନ ପ୍ରତୀକ୍ଷା କରି ଭାରତୀୟ କ୍ରିକେଟ ଦଳର ଦ୍ରୁତତମ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟ ରୁ ସନ୍ୟାସ ଘୋଷଣା କରିଛନ୍ତି, ଶୁକ୍ରବାର ନଭେମ୍ବର ୬ ତାରିଖ ଦିନ ଶାମି ସୋସିଆଲ ମିଡିଆରେ ଗୋଟିଏ ଗୋଟିଏ ଭିଡିଓ ଜାରି କରି ଦୀପାବଳୀ ର ଶୁଭେଚ୍ଛା ବାର୍ତା ଦେବା ସହିତ ଟେଷ୍ଟ କ୍ରିକେଟ ରୁ ଅବସର ନେବା ବିଷୟରେ କହିଛନ୍ତି, ସେ ଟିମ ଇଣ୍ଡିଆ ପାଇଁ ଶେଷ ଟେଷ୍ଟ କ୍ରିକେଟ 2023 ଜୁନ୍ ରେ ଖେଳିଥିଲେ, ଯାହାକି ଅଷ୍ଟ୍ରେଲିଆ ବିରୁଦ୍ଧରେ ୱାର୍ଲଡ ୭ ଚାମ୍ପିଅନସିପ ର ଫାଇନାଲ ଥିଲା l
ଶାମି ନିଜ ଭିଡିଓ ବାର୍ତା ରେ ସମସ୍ତଙ୍କୁ ପ୍ରଥମେ ଦୀପାବଳି ର ଶୁଭେଚ୍ଛା ଜଣାଇଛନ୍ତି, ଏବଂ ନିଜ କ୍ୟାପିସନ ରେ ରେଡ ବଲ ରେ କ୍ରିକେଟ ରୁ ସନ୍ୟାସ କଥା ଲେଖିଥିଲେ, ସେ ଲେଖିଥିଲେ ‘ ଧଳା ଜର୍ସି ରୁ ବିଦାୟ ନେଉଛି କିନ୍ତୁ ମୁଁ ଯେଉଁ ଭାରତର ଜର୍ସି ପ୍ରଥମେ ପିନ୍ଧିଥିଲି ତାହାକୁ କେବେ ଭୁଲିପାରିବି ନାହିଁ, ଯାହାକି ମୋ ପାଇଁ ଗୋଟିଏ ସ୍ବପ୍ନ ଥିଲା ଯେ ଭାରତ ପାଇଁ କିଛି କରିପାରିବି, ଏହାପରେ ମତେ ପ୍ରତ୍ୟେକ ସଂଘର୍ଷ, ପ୍ରତ୍ୟେକ କ୍ଷତ, ପ୍ରତ୍ୟେକ ଉଇକେଟ ନୂଆ କିଛି ଶିଖାଇ ଥିଲା l
‘ ଟେଷ୍ଟ କ୍ରିକେଟ ମୋ ଜୀବନ ଗୋଟିଏ ବଡ଼ ଅଂଶ ଥିଲା, ଆଜି ମୁଁ ଗୋଟିଏ ସୁନ୍ଦର ଅନୁଭବ ସହିତ ଟେଷ୍ଟ କ୍ରିକେଟ ରୁ ବିଦାୟ ନେବାର ନିଷ୍ପତି ନେଇଛି, ଏହି ଯାତ୍ରାରେ ମୋ ହାତ ଧରି ଠିଆ ହୋଇଥିବା ପ୍ରତ୍ୟେକ ଟିମ ମେମ୍ବର ଙ୍କୁ ମୋର ହୃଦୟ ରୁ କୃତଜ୍ଞତା l ବିସିସିଆଇ ଓ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ କୁ ମୋର ଧନ୍ୟବାଦ, ଯିଏକି ମୋ ଟ୍ୟାଲେଣ୍ତ ଉପରେ ଭରସା କରିଥିଲେ l
ମହମ୍ମଦ ଶାମି ନିଜ ୭ କ୍ୟାରିଅର ଖୁବ ସୁନ୍ଦର ସମାପ୍ତି କରିଛନ୍ତି, 122 ଟି ଇନିଂସ ଖେଳି 229 ଉଇକେଟ ନେଇଥିଲେ, ଯେଉଁଥିରେ ବେଷ୍ଟ ଥିଲା 118 ରନ ରେ 9 ଉଇକେଟ l
Ad2
Leave A Reply