ଦୀପାବଳୀ ଅମାବାସ୍ୟା ର ପୂର୍ବଦିନ ଟିକୁ ନରକ ଚତୁର୍ଦଶୀ ଭାବରେ ପାଳନ କରାଯାଇଥାଏ , ଏହିଦିନ ଟି ଯମ ଦେବ ଙ୍କୁ ଦୀପ ଦାନ କରିବାର ମହତ୍ୱ ରହିଛି, ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଯମଦେବ ଙ୍କୁ ଦୀପ ଦାନ କରିବାର ଦ୍ୱାରା ସନ୍ତାନ ମାନଙ୍କର ଜୀବନ ସୁଖ ମୟ ହୋଇଥାଏ l
– ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ଯମଦେବ ଙ୍କ ନିମିତ୍ତ ଦୀପଦାନ କରିବା ଦ୍ୱାରା ପରିବାର ଅକାଳମୃତ୍ୟୁ ଭୟ ସଙ୍କଟ ଦୂର ହୋଇଥାଏ l
– ମାନ୍ୟତା ରହିଛି ଯେ ବ୍ୟକ୍ତି ନରକ ଚତୁର୍ଦଶୀ ରେ ବିଧି ବିଧାନ ଦ୍ୱାରା ଯମ ଦେବତା ଙ୍କ ପାଇଁ ଦୀପଦାନ କରିବାର ମହତ୍ୱ ରହିଛି, ଏହାଦ୍ୱାରା ନର୍କ ର ଦ୍ୱାରା ବନ୍ଦ ହୋଇ ଯାଇଥାଏ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ l
– ନରକ ଚତୁର୍ଦଶୀ ରେ ଯେଉଁ ବ୍ୟକ୍ତି ଦୀପ ଦାନ କରିଥାଏ ସନ୍ତାନ ମାନେ ଦୀର୍ଘାୟୁ ହୋଇ ଥାଆନ୍ତି , ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l
ଗୋଟିଏ ପ୍ରଚଳିତ କଥା ଅନୁସାରେ ଧର୍ମାତ୍ମା ରାଜା ରଂତିଦେବ ଙ୍କ ଅନ୍ତିମ ସମୟ ରେ ଅଜାଣତ ରେ ହୋଇଥିବା ଗୋଟିଏ ପାପ କାରଣରୁ ଯମଦୂତ ନେବାକୁ ଆସିଥିଲେ, ସେତେବେଳେ ରୁଷି ମାନଙ୍କ କହିବା ଅନୁସାରେ ସେ କାର୍ତିକ କୃଷ୍ଣପକ୍ଷ ଚତୁର୍ଦଶୀ ର ବ୍ରତ ରଖିଥିଲେ ଓ ଯମ ଦେବ ଙ୍କ ଆରାଧନା କରିଥିଲେ , ଯେଉଁଠି ତାଙ୍କୁ ନର୍କ ପରିବର୍ତେ ସ୍ୱର୍ଗ ପ୍ରାପ୍ତି ହୋଇଥିଲା l ସେହିଦିନ ଠାରୁ ନର୍କ ଚତୁର୍ଦଶୀ ପାଳନ କରାଯାଇ ଆସୁଛି l
