ପାକିସ୍ଥାନ ର ସେନା ପ୍ରମୁଖ ଫିଲଡ ମାର୍ଶାଲ ଅସୀମ ମୁନୀର ଆଉଥରେ ଭାରତ ବିରୁଦ୍ଧରେ ବିଷ ଓଗାଳିଛନ୍ତି, ଅପରେସନ ସିନ୍ଦୁର କୁ ଏକବର୍ଷ ହେବା ପରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମ ରେ ସେ ଭାରତକୁ ଧମକ ଦେଇଛନ୍ତି l ୨୦୨୫ ମଇ ମାସ ୬ ଓ ୭ ତାରିଖ ରେ ଭାରତ ପାକିସ୍ଥାନ ର ସଂପ୍ରଭୁତା କୁ ଉଲଂଘନ କରିଥିଲା ଓ ପାକିସ୍ଥାନ ଏହାର ଜବାବ ମଧ୍ୟ ଦେଇଥିଲା l ଯଦି ଭାରତ ଭବିଷ୍ୟତ ରେ ଏଭଳି ପୁନର୍ବାର କରିଛି ତେବେ ପାକିସ୍ଥାନ ଏହାର କଡା ଜବାବ ଦେବ l
ମୁନୀର କହିଥିଲେ ଯେ ଏହା କେବଳ ଦୁଇଟି ଦେଶର ଯୁଦ୍ଧ ନଥିଲା, ଏହା ଦୁଇ ବିଚାରଧାରା ର ଯୁଦ୍ଧ ଥିଲା l ମୁନୀର ଦାବି କରିଥିଲା ଯେ ଏହି ଯୁଦ୍ଧରେ ପାକିସ୍ଥାନ ର ବିଜୟ ହୋଇଥିଲା l ଏହାଛଡା ମୁନୀର କହିଥିଲେ ଯେ ଭାରତର ସଂସଦ ଆକ୍ରମଣ, ମୁମ୍ବାଇ ଆକ୍ରମଣ, ଉରୀ ଆକ୍ରମଣ ଓ ପୁଲବାମା ଆକ୍ରମଣ ନାମରେ ଭାରତ ଫ୍ଲସ ଆକ୍ରମଣ କରିଥିଲା ପାକିସ୍ଥାନ ଉପରେ l
ଭାରତ ପୂର୍ବରୁ ସଫା ସଫା ନିଜ ମନୋଭାବ ଦର୍ଶାଇ ସାରିଛି, ଏବଂ ପାକିସ୍ଥାନ ପୁଲବାମା ଆକ୍ରମଣ ପରେ ଅପରେସନ ସିନ୍ଦୁର କରିଥିଲା l ପୁଲବାମା ଆକ୍ରମଣ ରେ ଧର୍ମ ପଚାରି ଭାରତୀୟ ଙ୍କୁ ହତ୍ୟା କରାଯାଇ ଥିଲା l