Odisha news

ମହାଭାରତ ଧାରାବାହିକ ରେ କର୍ଣ୍ଣ ଚରିତ୍ରରେ ଅଭିନୟ କରୁଥିବା ପଙ୍କଜ ଧୀର ୬୮ ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ

0

ବଲିଉଡ ଏବଂ ଟିଭି ଇଣ୍ଡସ୍ଟ୍ରୀ ରେ ଜଣାଶୁଣା ନାଁ ଟି ହେଉଛି ପଙ୍କଜ ଧୀର, ସେ ବି.ଆର. ଚୋପ୍ରା ନିର୍ଦେଶିତ ଚଳଚିତ୍ର ରେ କର୍ଣ ଭୂମିକାରେ ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ, ଧୀରେ ଧୀରେ ଅନେକ ହିନ୍ଦୀ ଧାରାବାହିକ ଏବଂ ଚଳଚିତ୍ର ରେ ନିଜର ନିଖୁଣ ଅଭିନୟ ରେ ଦର୍ଶକଙ୍କ ମନ କିଣିଥିଲେ ପଙ୍କଜ ଧୀର l ବୁଧବାର ଅକ୍ଟୋବର ୧୫ ତାରିଖ ରେ ସକାଳ ୧୧ ଟା ୩୦ ମିନିଟ ସମୟରେ ପଙ୍କଜ ଙ୍କ ନିଧନ ହୋଇଥିଲା l ମୃତ୍ୟୁର ଖବର ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ l

ମହାଭାରତର କର୍ଣ୍ଣ ଭୂମିକାରେ ତାଙ୍କର ଅଭିନୟ ତାଙ୍କୁ ଗୋଟିଏ ସ୍ୱତନ୍ତ୍ର ପରିଚୟ ଦେଇଥିଲା l ତାଙ୍କ ବନ୍ଧୁ ଅମିତ ବହଳ ଇଣ୍ଡିଆ ଟୁଡ଼େ କୁ ଏହି ଦୁଖଦଃ ସମ୍ବାଦ ଦେଇଛନ୍ତି l ଏହି ଖବର ମିଳିବା  ପରେ ପ୍ରଶଂସକ  ମନରେ ଦୁଃଖର ଲହରୀ ଖେଳି ଯାଇଛି l ପଙ୍କଜ ଧୀର ଙ୍କୁ ମୃତ୍ୟୁ ବେଳକୁ ୬୮ ବର୍ଷ ହୋଇଥିଲା l

ମହାଭାରତରେ ଅର୍ଜୁନ ଭୂମିକା ରେ ଅଭିନୟ କରିଥିବା ଫିରୋଜ ଖାନ ପଙ୍କଜ ଙ୍କ ନିଧନ ରେ ଗଭୀର ଦୁଃଖ ପ୍ରକଟ କରିଛନ୍ତି ଏବଂ କହିଛନ୍ତି ପଙ୍କଜ ମୋର ଜଣେ ପ୍ରିୟ ବନ୍ଧୁ ଥିଲେ, ମୁଁ ତାଙ୍କୁ ହରାଇ ଥିବାରୁ ଅତ୍ୟନ୍ତ ମର୍ମାହତ ହୋଇଛି l

IEC 2 years
Leave A Reply