ଆମେରିକା-ଇରାନ ଯୁଦ୍ଧ ବର୍ତମାନ ଖୁବ ଘନୀଭୂତ ହୋଇଯାଇଛି,ହୋର୍ମୁଜ ଷ୍ଟ୍ରେଟ ଖୁବ ଭୟାବହ ହୋଇଯାଇଛି,ଏହି ସମୟରେ ଓମାନ ତଟରେ ଥିବା ଆଉଗୋଟିଏ ଭାରତୀୟ ଜାହାଜ ‘MT -ଜଲବୀର ‘ ଉପରେ ଆକ୍ରମଣ ହୋଇ ଯାଇଛି, ଯେଉଁଥିରେ ୨୪ ଭାରତୀୟ କୃ ସଦସ୍ୟ ଥିଲେ, ଯେଉଁ ମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଓ ୩ଜଣ ମୃତ୍ୟୁ ବରଣ କରିଛନ୍ତି l
ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଜାହାଜ ଫନଲ ଓ ଇଂଜନ ରୁମ ରେ ନିଅଁ ଲାଗି ଯାଇଥିଲା, ଯାହାଦ୍ୱାରା ଜାହାଜ ଟି କ୍ଷତି ହେବାର ସମ୍ଭାବନା ବଢି ଯାଇଥିଲା, ଜାହାଜ ରେ ଭାରତୀୟ ନାବିକ ଉପସ୍ଥିତ ଥିଲେ, ଭାରତୀୟ କୃ ସଦସ୍ୟ ଙ୍କ ସଂଖ୍ୟା କିମ୍ବା ତାଙ୍କ ସୁରକ୍ଷା ବିଷୟରେ ବର୍ତମାନ ସୁଧା କୌଣସି ପୁଷ୍ଟି କରାଯାଇ ନାହିଁ l
ଯେଉଁଠି ଏହି ଆକ୍ରମଣ ହୋଇଛି , ସେହି ଅଂଚଳ ହୋର୍ମୁଜ ସ୍ଟ୍ରେଟ ନିକଟରେ, ଏହା ଗ୍ଲୋବାଲ ଅଏଲ ସୀପମେଣ୍ଟ ପାଇଁ ଗୋଟିଏ ରାସ୍ତା ଅଟେ, ଏହା ପୂର୍ବରୁ ପଲାଉ ର ଝଣ୍ଡା ଥିବା ଅଏଲ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ୨୪ ଭାରତୀୟ କୃ ସଦସ୍ୟ ଥିଲେ, ଏଥିରେ ୨୧ ଜଣଙ୍କୁ ରକ୍ଷା କରାଯାଇଥିବା ବେଳେ ୩ଜଣ ମୃତ୍ୟୁ ବରଣ କରିଛନ୍ତି l
ଏହି ଆକ୍ରମଣ ପରେ ଆମେରିକା ସେଣ୍ଟ୍ରାଲ କମାଣ୍ଡୋ କହିଛନ୍ତି କି ବିନା ମାଲ ରେ ଏହି ଜାହାଜ ଇରାନ ପୋର୍ଟ ଆଡକୁ ଯିବାକୁ ଚେଷ୍ଟା କରୁଥିଲା, ଏବଂ ନୌବାହିନୀ ର ଚେତାବନୀ କୁ ଅଣଦେଖା କରୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l
ଇରାନ ଓ ଆମେରିକା ମଧ୍ୟେ ରେ ଉତେଜନା ଏଭଳି ବୃଦ୍ଧି ପାଇଛି କି ଇରାନ ବାହାରିନ ଉପରେ ଆକ୍ରମଣ କରିଛି, ଯାହାଦ୍ୱାରା ବାହାରିନ ସରକାର ଚିନ୍ତାରେ ରହିଛନ୍ତି l
