Odisha news

ହିମାଚଳ ପ୍ରଦେଶ ର ଅଦ୍ଭୁତ ପରମ୍ପରା ଭକ୍ତଙ୍କ ରକ୍ତରେ ତିଳକ ଲଗାଇ ଥାଆନ୍ତି ମାଆ ଭଦ୍ରକାଳୀ

0

ପ୍ରତିବର୍ଷ ହିମାଚଳପ୍ରଦେଶ ର ରାଜଧାନୀ ସିମଲା ହଲୋଗ ରେ କାଳୀପୂଜା ସମୟରେ ଗୋଟିଏ ଅଦ୍ଭୁତ ପରମ୍ପରା ଦେଖିବାକୁ ମିଳିଥାଏ, ଏହି ପରମ୍ପରା ପାଇଁ ବହୁ ଦୂରଦୂରାନ୍ତର ରୁ ଅନେକ ଲୋକ ଅସିଥାଆନ୍ତି, ଏଠାରେ ଦୀପାବଳୀ ର ପରଦିନ ଆୟୋଜିତ ହେଉଥିବା ଧାମୀ ପଥର ଉତ୍ସବ ରେ ୨ ପାରମ୍ପରିକ ଦଳ ପରସ୍ପରଙ୍କୁ ପଥର ଫିଙ୍ଗି ଥାଆନ୍ତି, ଏବଂ ସେହି  ପଥର ଯେଉଁ ବ୍ୟକ୍ତିର ମୁଣ୍ଡରେ ବାଜିଥାଏ ତାର ରକ୍ତରେ ମା ଭଦ୍ରକାଳୀ ଙ୍କୁ ତିଳକ କରାଯାଇଥାଏ l

ଚଳିତବର୍ଷ ଏହି ପଥର ମହେଶ ବର୍ମା ଙ୍କୁ ବାଜିଥିଲା ଓ ତାଙ୍କ ଆଖି ପତା ଉପରୁ ରକ୍ତ ଶ୍ରାବ ହୋଇଥିଲା, ଏହାପରେ ତାଙ୍କୁ ମନ୍ଦିର ପରିସର କୁ ନିଆଯାଇଥିଲା,ରବିନ ମାଆ ଙ୍କ ତିଳକ କରାଯାଇଥିଲା, ଏହି ପଥର ଫିଙ୍ଗା କାର୍ଯ୍ୟ ସେତେବେଳ ପର୍ଯ୍ୟନ୍ତ ଚାଲିଥାଏ, ଯେତେବେଳ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ମୁଣ୍ଡରୁ ରକ୍ତ ସ୍ରାବ ହୋଇନଥାଏ l

ଏହି ପଥର ମେଳା ଅନେକ ଦିନରୁ ଅନୁଷ୍ଠିତ ହୋଇଆସୁଛି, ଦୀପାବଳି ର ପରଦିନ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସମାଜ, ରାଜପରିବାର ର ପରମ୍ପରା ଓ ମାଆ ଭଦ୍ରକାଳୀ ଙ୍କ ପ୍ରତି ଲୋକଙ୍କ ଆସ୍ଥା ସହିତ ଜଡିତ, ଆଧୁନିକ ଯୁଗରେ ମଧ୍ୟ ଏହି ମେଳା ର ଆକର୍ଷଣ ହ୍ରାସ ହୋଇନାହିଁ, ନୂଆପିଢୀ ମଧ୍ୟ ଏହି ପରମ୍ପରା କୁ ପ୍ରାଥମିକତା ଦେଉଛନ୍ତି, ଐତିହାସିକ କଥା ଅନୁସାରେ ପୂର୍ବରୁ ଏହି ସ୍ଥାନରେ ମାଆ ଭଦ୍ରକାଳୀ ଙ୍କୁ ପ୍ରସନ୍ନ କରିବା ପାଇଁ ନରବଳୀ ଦିଆଯାଉଥିଲା l ଏବଂ ସମୟ ସହିତ ନରବଳୀ ବନ୍ଦ କରିଦିଆଗଲା l ୪୦୦ ବର୍ଷ ପୁରୁଣା ଏହି ପରମ୍ପରା ରେ ଲୋକ ମାନଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି l

Ad2
Leave A Reply