ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟ ଓ କର୍ମର ଫଳ ଦାତା ବୋଲି କୁହାଯାଇଥାଏ, ମାନ୍ୟତା ରହିଛି ଯେ ଶନି ଦେବ ବ୍ୟକ୍ତି କୁ ତାର କର୍ମ ଅନୁସାରେ ଫଳ ଦେଇଥାଆନ୍ତି, ଏହି ଅନୁସାରେ ଶନି ଙ୍କ ପ୍ରଭାବ ପ୍ରତ୍ୟେକ ରାଶି ଉପରେ ପଡିଥାଏ, ଯେତେବେଳେ ଶନି ବକ୍ରୀ ଅବସ୍ଥାରୁ ସିଧା ଚଳନ କରିଥାଆନ୍ତି , ତେବେ ଜୀବନରେ ଅନେକ ପରିବର୍ତନ ହୋଇଥାଏ, ଏହି ସମୟରେ ଲମ୍ବା ସମୟରୁ ଅଟକିଥିବା କାର୍ଯ୍ୟ ହୋଇଯାଇଥାଏ l
ପଞ୍ଚାଙ୍ଗ ଅନୁସାରେ ଡିସେମ୍ବର ୧୧ ତାରିଖ ୨୦୨୬ ରେ ଶନି ଦେବ ମୀନ ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି, ଶନି ଙ୍କର ଏହି ଚଳନ ର ପ୍ରଭାବ ୧୨ ଟି ରାଶିରେ ଦେଖିବାକୁ ମିଳିବ, ବିଶେଷ ଭାବରେ ମକର, ତୁଳା, କୁମ୍ଭ ଓ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ବିଶେଷ ରହିବ l ଏହି ଜାତକର ବ୍ୟକ୍ତିଙ୍କୁ ଚାକିରୀ ଓ ବ୍ୟବସାୟ କ୍ଷେତତ୍ରରେ ସଫଳତା ମିଳିବାର ସୁଯୋଗ ଲାଭ ହେବ l
କେବେ ମାର୍ଗୀ ହେବେ ଶନି ଦେବ ?
ପଞ୍ଚାଙ୍ଗ ଅନୁସାରେ ଶନିଦେବ ୧୧ ଡିସେମ୍ବର ୨୦୨୬ ସକାଳ ୫ଟା ରୁ ମୀନ ରାଶିରେ ମାର୍ଗୀ ହେବେ, ଏବଂ ଏହି ରାଶିରେ ଜୁନ ୨୦୨୭ ପର୍ଯ୍ୟନ୍ତ ରହିବେ, ଏହାପରେ ନିଜ ନୀଚ ରାଶି ମେଷ ରାଶିରେ ପ୍ରବେଶ କରିବେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଙ୍କ ମାର୍ଗୀ ଚଳନ ଅନେକ ରାଶି ପାଇଁ ମହତ୍ଵପୁର୍ଣ ପରିବର୍ତନ ଅଟେ l
* ମେଷରାଶି ର ବ୍ୟକ୍ତି ବିଶେଷଙ୍କ ପାଇଁ ଶନି ଦେବଙ୍କ ମାର୍ଗୀ ଚଳନ ଲାଭଦାୟକ ରହିବ, ଏହି ସମୟରେ ଧନ ଲାଭର ସମ୍ଭାବନା ରହିଛି, ଚାକିରିଆ ଙ୍କୁ ନୂଆ ଚାକିରୀ ର ସୁଯୋଗ ମିଳିବ, ବ୍ୟବସାୟୀ ନିଜ ବ୍ୟବସାୟ ରେ ସୁଧାର ଆଣିବେ , ଏବଂ ଏହି ସମୟରେ ସମସ୍ତ କ୍ଷେତ୍ରରେ ଧର୍ଯ୍ୟ ଧରିବା ଜରୁରୀ l
* ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଙ୍କ ମାର୍ଗୀ ଚଳନ ଅନେକ ଶୁଭ ଖବର ନେଇ ଆସିବ, ଚାକିରିଆ ଙ୍କର ପ୍ରମୋସନ ହେବ ଓ ବେତନ ବୃଦ୍ଧି ହେବ, ବ୍ୟବସାୟୀ ଙ୍କୁ ଅନେକ କ୍ଷେତ୍ରରେ ସଫଳତା ଲାଭ ହେବ, ଆର୍ଥିକ ସ୍ଥିତିରେ ସୁଧାର ଆସିବ l
* ମକର ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଦେବଙ୍କ ମାର୍ଗୀ ହେବା ଅନେକ ଦିନରୁ ପଡି ରହିଥିବା ଅସୁବିଧା ଦୂର ହେବ, ନୂଆ ଦାୟିତ୍ୱ ମିଳିପାରେ, ପୁରୁଣା ନିବେଶ ରେ ଭଲ ଲାଭ ମିଳିବ, ଡିସେମ୍ବର ମାସରୁ ଶନି ଦେବଙ୍କ ବିଶେଷ କୃପା ମିଳିବ l
* କୁମ୍ଭ ରାଶିର ବ୍ୟକ୍ତି ଙ୍କ ପାଇଁ ଶନି ଙ୍କ ମାର୍ଗୀ ଚଳନ ଶୁଭ ପରିଣାମ ନେଇ ଆସିବ, ଏହି ସମୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ରେ ସଫଳତା ଲାଭ ହୋଇପାରେ l ଏବଂ ଏହି ସମୟରେ ଅଯଥା ଖର୍ଚ୍ଚ ରୁ ଦୁରେଇ ରହିବା ଆବଶ୍ୟକ l
