Odisha news

ଗବେଷଣାରୁ ଖୁଲାସା : ଜଣେ ମଧୁମେହ ରୋଗୀ କେତେ ମାତ୍ରାରେ ଖାଇପାରିବ ଆମ୍ବ ?

0

ରିସର୍ଚ ରୁ ଗୋଟିଏ ନୂଆ ତଥ୍ୟ ବାହାରିଛି, ଯାହାକି ମଧୁମେହ ରୋଗୀଙ୍କ ପାଇଁ ଗୋଟିଏ ଖୁସି ଖବର ଅଟେ, ଭାରତୀୟ ଗବେଷକଙ୍କ ଗୋଟିଏ ଗବେଷଣା ଅନୁସାରେ ଯେଉଁ ଆମ୍ବ କୁ ଖାଇବା ପାଇଁ ମଧୁମେହ ରୋଗୀ ଙ୍କୁ ବାରଣ କରାଯାଉଥିଲା ତାହାକୁ ବର୍ତମାନ ମଧୁମେହ ରୋଗୀ ଖାଇପାରିବେ, କିନ୍ତୁ କିଛିଟା ନିୟମ ମାନିବାକୁ ପଡିବ l

ମଧୁମେହ ଗୋଟିଏ ଏଭଳି ରୋଗ ଯେଉଁଥିରେ ନିଜ ଖାଦ୍ୟ ପେୟ ର ବିଶେଷ ଧ୍ୟାନ ରଖିବାକୁ ପଡିଥାଏ, ଏହି ରୋଗରେ ମିଠା ଖାଦ୍ୟ, ପ୍ରୋସେସଡ଼ ଫୁଡ, ବିଭିନ୍ନ ଫଳ ଯେଉଁଥିରେ ସୁଗାର ରହିଥାଏ, ସେଗୁଡିକ ଖାଇବାକୁ ବାରଣ କରାଯାଇଥାଏ l ଯେପରିକି ମଧୁମେହ ରୋଗୀ ଙ୍କୁ ଆମ୍ବ ନିଶେଧ ଅଟେ l କିନ୍ତୁ ନିକଟରେ ଗବେଷକ କହିଛନ୍ତି ଯେ ମଧୁମେହ ରୋଗୀ ସୀମିତ ମାତ୍ରାରେ ଆମ୍ବ ଖାଇପାରିବେ l ଏହି ରିସର୍ଚ୍ଚ କୁ ଓ଼ବେସିଟି ଓ ଡ଼ାଈବିଟିସ ଫାଉଣ୍ଡେସନ ମିଳିତ ଭାବରେ କରିଥିଲେ, ଏହି ଅଧୟନ ରେ ମିଳିତ ଭାବରେ 95 ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା l

ପୂର୍ବରୁ ଗବେଷଣାରେ କୁହାଯାଇଥିଲା ଯେ ସୁଗାର ରୋଗୀ ଙ୍କ ପାଇଁ ଆମ୍ବ ମନା , ଏହି ଅଧୟନ ରେ ସୁଗାର ରୋଗୀ ଙ୍କୁ ଜଳଖିଆ ରେ 250 ଗ୍ରାମ ଆମ୍ବ ଖାଇବାକୁ ଦିଆଯାଇଥିଲା , ଏବଂ ୩ଦିନ ପର୍ଯ୍ୟନ୍ତ ତାଙ୍କ ବ୍ଲଡ଼ ସୁଗାର ର ଯାଞ୍ଚ ହୋଇଥିଲା, ଯେଉଁଥିରେ ମିଳିଥିଲା ଯେ ଆମ୍ବ ଖାଇବା ଦ୍ୱାରା ବିଶେଷ ଭାବରେ ସେଭଳି କୌଣସି ପ୍ରଭାବ ପଡୁନାହିଁ l

ଗବେଷଣା ରେ ଏହା ଜଣାପଡିଥିଲା ଯେ ଆମ୍ବ ରେ ଥିବା ଗ୍ଲାଇ ସେମିକ ଇଣ୍ଡେକ୍ସ 51 – 60 ମଧ୍ୟରେ ଥାଏ, ଏହି ଇଣ୍ଡେକ୍ସ କହିଥାଏ ଯେ କେଉଁ ଖାଦ୍ୟ ରକ୍ତରେ ସୁଗାର ଲେବୁଲ କୁ କେତେ ଦ୍ରୁତ ବେଗରେ ବଢ଼ାଇ ଥାଏ l

ସୁଗାର ରୋଗୀ ଧ୍ୟାନ ଦେବା ଜରୁରୀ ଯେ ପ୍ରତିଦିନ ଅଧିକ ମାତ୍ରାରେ ଆମ୍ବ ଖାଇବା ଉଚିତ ନୁହେଁ, ଖୁବ କମ ମାତ୍ରାରେ ଆମ୍ବ ଖାଇବା ଆବଶ୍ୟକ, ଏବଂ ସୁଗାର ରୋଗୀ ଯେକୌଣସି ଫଳ ଖାଉଛନ୍ତି ତା ପି[ଉର୍ବରୁ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

Ad2
Leave A Reply