Odisha news

କଣ ବୟସ ବୃଦ୍ଧି ସହିତ ଆମିଷ ଠାରୁ ଦୁରେଇ ଯିବା ଜରୁରୀ ? ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ

0

କିଛି ଲୋକ ଭାବି ଥାଆନ୍ତି  ବୟସ ବଢିବା ମାତ୍ରକେ ଆମିଷ ଖାଇବା ଉଚିତ ନୁହେଁ, ବିଶେଷ ଭାବରେ ୪୦ କିମ୍ବା ୫୦ ବର୍ଷ ପରେ l  ଏହାକୁ ନେଇ ଗୋଟିଏ ରିସର୍ଚ୍ଚ ହୋଇଯାଇଛି, ଯେଉଁଥିରେ କୁହାଯାଇଛି ଯେ ଶରୀରକୁ ଆମିଷ କୌଣସି କ୍ଷତି କରିନଥାଏ, ବିଶେଷ କଥାଟି ହେଲା ଆପଣ ଆମିଷ କେତେ ମାତ୍ରାରେ ଖାଉଛନ୍ତି ଓ କିପରି ଖାଉଛନ୍ତି ତାହା ଉପରେ ନିର୍ଭର କଇଥାଏ l

ବୟସ ବଢିବା ପରେ କେଉଁ ଆମିଷ ଖାଦ୍ୟ ଶରୀରକୁ କ୍ଷତି କରିଥାଏ ?

ମଣିଷ ବୟସ ବଢିବା ଦ୍ୱାରା ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ, ଏପରି ସ୍ଥିତିରେ ନିଜ ଖାଦ୍ୟ ଓ ପାନୀୟ ର ବିଶେଷ ଧ୍ୟାନ ରଖିବା ଜରୁରୀ, ବିଶେଷ ଭାବରେ ମଟନ , ଗୋ ମାଂସ , ଓ ପ୍ରୋସେସଡ଼ ମିଟ ଭଳି ସସେଜ ବେକନ ଅଧିକ ସେବନ କରିବା ଉଚିତ ନୁହେଁ l ଏହିସବୁ ଖାଦ୍ୟରେ ସାଚୁରେଟେଡ଼ ଫ୍ୟାଟ ଅଧିକ ରହିଥାଏ ଓ ଲୁଣ ମଧ୍ୟ ଅଧିକ ରହିଥାଏ, ଯାହାକି କୋଲେଷ୍ଟ୍ରଲ ଓ ହାର୍ଟ ରୋଗର କାରଣ ହୋଇଥାଏ, ଏହାଛଡା ରେଡ ମିତ ଓ ପ୍ରୋସେସଡ଼ ମିତ ଅଧିକ ସେବନ ଦ୍ୱାରା ଲିଭର କ୍ୟାନ୍ସର ହେବାର ବିପଦ ରହିଥାଏ l ଏବଂ ୟୁରିକ ଏସିଡ ମଧ୍ୟ ବୃଦ୍ଧି ହୋଇଥାଏ l

ଯଦି ଆମିଷ ଖାଉ ନାହାନ୍ତି ତେବେ ଏହାକୁ ଦୃଷ୍ଟି ରେ ରଖନ୍ତୁ –

– ଆପଣ ଯଦି ଆମିଷ ଛାଡ଼ୁଛନ୍ତି ତେବେ ତା ସ୍ଥାନରେ ଫଳ, ପନିପରିବା , ଡାଲି ଓ ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ ଖାଆନ୍ତୁ l ସାକାହାରୀ ଭୋଜନ ରେ ଫାଇବର ଖୁବ ଭଲ ମାତ୍ରାରେ ମିଳିଥାଏ l ସାକାହାରୀ ଭୋଜନ ରେ କୋଲେଷ୍ଟ୍ରଲ, ଓଜନ , ବ୍ଲଡ଼ ପ୍ରେସର ନିୟନ୍ତ୍ରିତ ହୋଇଥାଏ l

– ଯଦି ଆପଣ ସମ୍ପୂର୍ଣ ଭାବରେ ଆମିଷ ଛାଡ଼ୁଛନ୍ତି ତେବେ ଶରୀରକୁ ପ୍ରୋଟିନ ଦେବା ପାଇଁ ଡାଲି ଜାତୀୟ ଖାଦ୍ୟ, ଦୁଗ୍ଧ, ଦହି, ପାଣିର, ସୋୟାବିନ, ରାଜମା ନିୟମିତ ଖାଆନ୍ତୁ l ଏବଂ ଭିଟାମିନ B 12 , ପ୍ରୋଟିନ ମିଳୁଥିବା ଖାଦ୍ୟ ମଧ୍ୟ ଖାଆନ୍ତୁ l ଏବଂ ଡାକ୍ତରଙ୍କୁ ପରାମର୍ଶ କରି ସପ୍ଲିମେଣ୍ଟ ମଧ୍ୟ ନେବା ଜରୁରୀ l କିଛି ମାତ୍ରା ରେ ଅଣ୍ଡା ଏବଂ ମାଛ ମଧ୍ୟ ସପ୍ତାହକୁ କିଛିଦିନ ଖାଇବା ଜରୁରୀ ଅଟେ l

Ad2
Leave A Reply