ଆଜିକାଲି ଖାଦ୍ୟ ପଦାର୍ଥରେ ଖୁବ ଅଧିକ ଚିନିର ଵ୍ୟଵହାର ହେଉଛି , ଚା, କଫି, ମିଠା ଜିନିଷ ବିସ୍କୁଟ, କେକ ଏବଂ ଅନେକ ଫୁଡ ପ୍ରଡକ୍ଟସ ରେ ଚିନିରେ ବ୍ୟବହାର ହେଉଛି, ଏପରିସ୍ଥିତି ରେ ଯଦି କୌଣସି ବ୍ୟକ୍ତି ଗୋଟିଏ ମାସ ପର୍ଯ୍ୟନ୍ତ କୌଣସି ଖାଦ୍ୟରେ ଚିନି ଖାଇବ ନାହିଁ ତେବେ ଶରୀରରେ ସବୁ କେଉଁ ପରିବର୍ତ୍ତନ ହେବ ? ଏହା ସମସ୍ତଙ୍କ ପାଇଁ ଜାଣିବା ଖୁବ ଜରୁରୀ ଅଟେ l ତେବେ ଆସନ୍ତୁ ଜଜାଣିବା ଗୋଟିଏ ମାସ ଚିନି ନଖାଇଲେ କଣ ହେବ l

ଆମେ ପ୍ରତିଦିନ ଚା, କଫି, ବିସ୍କୁଟ, ଚକୋଲେଟ , କେକ ରେ ପ୍ରଚୁର ପରିମାଣ ରେ ଚିନି ଖାଇଥାଉ, ତେଣୁ ଅଚାନକ ଚିନି ଛାଡିବା ସମ୍ଭବ ନୁହେଁ, କିନ୍ତୁ ଧୀରେ ଧୀରେ ଅଭ୍ୟାସ ହୋଇଗଲେ ଚିନି ଛାଡିବା ସମ୍ଭବ ହୋଇଥାଏ l ଏବଂ ପ୍ରାକୃତିକ ଭାବରେ ମିଠା ଜିନିଷ ଖାଇବା ଆମେ ଅଭ୍ୟାସ କରିଦେଇ ଥାଉ l

* ଓଜନ ହ୍ରାସ ହେବାରେ ମିଳିଥାଏ ସାହାଯ୍ୟ –
ଅଧିକ ଚିନି ଯୁକ୍ତ ଖାଦ୍ୟରେ କ୍ୟାଲୋରୀ ଅଧିକ ରହିଥାଏ, ବିଶେଷ ଭାବରେ କୋଲଡ ଡ୍ରିଂକ୍ସ , ମିଠା ଜିନିଷ, ପ୍ୟାକେଜଡ଼ ଫୁଡ ରେ ଚିନି ର ମାତ୍ରା ଅଧିକ ରହିଥାଏ, ଯଦି ଆପଣ ଗୋଟିଏ ମାସ ପର୍ଯ୍ୟନ୍ତ ମାସ ପର୍ଯ୍ୟନ୍ତ ଏହିସବୁ ଜିନିଷ କୁ ଖାଇବା ଛାଡ଼ିଦେବେ ତେବେ ଓଜନ ହ୍ରାସ କରିବାରେ ସୁବିଧା ହେବ l ଏହାଛଡା ମଧ୍ୟ ଅନ୍ୟ ଖାଦ୍ୟକୁ ମଧ୍ୟ ସନ୍ତୁଳିତ ରଖିବା ଜରୁରୀ ଅଟେ l

* ଏନର୍ଜି ଲେବୁଲ ରେ ପରିବର୍ତ୍ତନ ହୋଇଥାଏ –
ଖୁବ ଅତ୍ୟଧିକ ମିଠା ଖାଇବା ଦ୍ୱାରା କିଛି ସମୟ ପାଇଁ ଶରୀରରେ ଏନର୍ଜି ବୃଦ୍ଧି ହେବା ଭଳି ଲାଗିଥାଏ, କିନ୍ତୁ ପରେ ଥକା ଲାଗିଥାଏ, ଯଦି ଆପଣ ଅଧିକ ଚିନି ଯୁକ୍ତ ଖାଦ୍ୟ ଖାଇବାକୁ ବାରଣ କରି ଥାଆନ୍ତି , ତେବେ ଆରମ୍ଭ ରେ ଅସ୍ବସ୍ତି ଲାଗିଥାଏ, କିନ୍ତୁ ପରେ ଏନଆରଜେଟୀକ ଲାଗି ଶରୀର ସୁସ୍ଥ ଲାଗିଥାଏ l

* ଅତ୍ୟଧିକ ମିଠା ଖାଇବା ଦ୍ୱାରା ଦାନ୍ତ ପାଇଁ ମଧ୍ୟ ଅସୁବିଧା ହୋଇଥାଏ , ଅତ୍ୟଧିକ ଏସିଡ ମଧ୍ୟ ହୋଇଥାଏ. ଯାହାକି ଉଭୟ ଦାନ୍ତ ଓ ପେଟ ପାଇଁ କ୍ଷତିକାରକ ଅଟେ, ତେଣୁ ଉଭୟ ଚିନି ଓ ମିଠା ଖାଇବା ଠାରୁ ଦୁରେଇ ରହିବା ଖୁବ ଆବଶ୍ୟକ l