Odisha news

ଚାଣକ୍ୟ ନୀତି : ଏହି ୫ଟି ଜିନିଷ ମଣିଷକୁ ଭିତରୁ କରିଦେଇ ଥାଏ ନଷ୍ଟ

0

ଜୀବନରେ ଅନେକ ସମୟରେ ଆମେ କିଛି ନା କିଛି ଅସୁବିଧା ଦେଇ ଯାଇଥାଉ, କିଛି ଅସୁବିଧା ଏଭଳି ରହିଥାଏ ଯାହା ବାହାରକୁ ଜଣାପଡେ ନାହିଁ, କିନ୍ତୁ କିଛି ଲୋକ ଏହିଭଳି ଥାଆନ୍ତି ଯାହାକି ଅନ୍ୟକୁ ଦେଖାଯାଇ ଥାଏ, ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଏଭଳି କିଛି ତଥ୍ୟ ଦେଇଛନ୍ତି ଯାହାକି ବ୍ୟକ୍ତିକୁ ଭିତରୁ ଖୁବ କଷ୍ଟ ଦେଇଥାଏ l

ଚାଣକ୍ୟ ଙ୍କ ନୀତି ଅନୁସାରେ ଜୀବନ ରେ କିଛି ଦୁଃଖ ଏଭଳି ରହିଥାଏ , ଯାହାଦ୍ୱାରା ବ୍ୟକ୍ତିର ମନ ଅଶାନ୍ତ ରହିଥାଏ, ଆତ୍ମବିଶ୍ୱାସ କମି ଯାଇଥାଏ, ଋଣ ଭାର ବଢ଼ିଯାଇ ଥାଏ, ପ୍ରିୟଜନ ଙ୍କ ନିକଟରୁ ଅଲଗା ହୋଇଯାଇ ଥାଉ l ଆସନ୍ତୁ ଜାଣିବା ଏହି ୫ଟି ପରିସ୍ଥିତି କଣ ?

* ପ୍ରିୟଜନ ଙ୍କ ନିକଟରୁ ମିଳିଥିବା ଅପମାନ –
ଯଦି କୌଣସି ବ୍ୟକ୍ତିକୁ ନିଜ ପ୍ରିୟଜନ ଙ୍କ ନିକଟରୁ ଅପମାନ ମିଳିଥାଏ ତେବେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ଭୁଲିପାରେ ନାହିଁ, ଅଜଣା ବ୍ୟକ୍ତି ଠାରୁ ଶୁଣିଥିବା କଟାକୁ ଭୁଲିବାକୁ ସହଜ ହୋଇଥାଏ, କିନ୍ତୁ ପରିବାର ସଦସ୍ୟ ଙ୍କ କଟୁ କଥା ଭୁଲିବ ଖୁବ କଷ୍ଟ, ତେଣୁ ସମ୍ପର୍କ ରେ ଅହଂକାର ଠାରୁ ଦୁରେଇ ରହିବା ଜରୁରୀ ଅଟେ l

* ଋଣ ର ବୋଝ –
ଋଣର ବୋଝ ବଢିବା ବ୍ୟକ୍ତିର ସବୁଠୁ ବଡ଼ ଚିନ୍ତା, ଲଗାତାର ଭାବରେ ଏହି ଚିନ୍ତା ମଣିଷ କୁ ଖୁବ ଚିନ୍ତା ଗ୍ରସ୍ତ କରାଇ ଦେଇଥାଏ, ଏହାର ପ୍ରଭାବ ଘର ପରିବାର ଉପରେ ଏତେ ଅଧିକ ପଡିଥାଏ  , ଚାଣକ୍ୟ ନୀତି ଶିଖାଉଚି ଯେ ମଣିଷ ନିଜ ଆୟ ଅନୁସାରେ ଖର୍ଚ୍ଚ କରିବା ଜରୁରୀ l

* ଖରାପ ସଙ୍ଗ ଦୋଷ –
ସବୁବେଳେ ବ୍ୟକ୍ତି ଭାବି ଚିନ୍ତା କରି ସାଙ୍ଗ ବାଛିବା ଜରୁରୀ, ସ୍ବାର୍ଥୀ , ନକାରାତ୍ମକ ବ୍ୟକ୍ତି ଙ୍କ ସହିତ ରହିବା ଦ୍ୱାରା ବ୍ୟକ୍ତି ମନରେ ଉତେଜନା ଲଗାତାର ବୃଦ୍ଧି ପାଇଥାଏ, ତେଣୁ ସାମ୍ନାରେ ଥିବା ବ୍ୟକ୍ତି ର ସ୍ଵଭାଵ କୁ ପରଖି ବନ୍ଧୁତା କରିବା ଜରୁରୀ l

* ପ୍ରିୟଜନ ଙ୍କ ନିକଟରୁ ଅଲଗା ହେବା –
ଯେଉଁ ବ୍ୟକ୍ତି ଇମୋସନାଲ ସ୍ୱଭାବର ହୋଇଥାଏ , ସେହି ବ୍ୟକ୍ତିକୁ ନିଜ ଲୋକଙ୍କ ନିକଟରୁ ଅଲଗା ହେବା ଖୁବ କଷ୍ଟ ଦେଇଥାଏ, ସେ ନିଜକୁ ଖୁସି ରଖିବା ପାଇଁ ଲଗାତାର ଚେଷ୍ଟା କରିଥାଏ, ଏପରି ସ୍ଥିତି ରେ ବ୍ୟକ୍ତି ନିଜକୁ ଖୁସି ଲାଗୁଥିବା କାର୍ଯ୍ୟ କରିବା ଜରୁରୀ ଅଟେ l

* ଗରିବୀ ଓ ଆର୍ଥିକ ଅସୁବିଧା –
ଲଗାତାର ଆର୍ଥିକ ଅନାଟନ ଦ୍ୱାରା ବ୍ୟକ୍ତିର ଜୀବନରେ ବିଭିନ୍ନ ଅସୁବିଧା କୁ ଦୂର କରିବା ପାଇଁ ସଂଘର୍ଷ କରି ଚାଲିଥାଏ, ଲଗାତାର ସଂଘର୍ଷ ଦ୍ୱାରା ତାର ମାନସିକ ଉତେଜନା ଅଧିକ ବଢି ଯାଇଥାଏ , ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ l

ଚାଣକ୍ୟ ଙ୍କ ନୀତି କଣ ଶିଖାଉଚି ?
ସମ୍ପର୍କ ରେ ସମ୍ମାନ ରଖିବା ଜରୁରୀ, ଆର୍ଥିକ ମାମଲାରେ ଅନୁଶାସନ ରଖିବା ଆବଶ୍ୟକ, ଅସୁବିଧା ସମୟରେ ଧର୍ଯ୍ୟ ରଖିବା ଆବଶ୍ୟକ, ଉଚିତ ବ୍ୟକ୍ତି ସହିତ ବନ୍ଧୁତା ଜରୁରୀ, ଜୀବନରେ ପ୍ରତ୍ୟେକ ପରିସ୍ଥିତି ର ନିୟନ୍ତ୍ରଣ ଆମ ହାତରେ ନଥାଏ, ତଥାପି ଭାବି ଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରିବା ଆବଶ୍ୟକ l

Nalco
Leave A Reply