Odisha news

ଆଜି ହେଉଛି ପବିତ୍ର ପୁତ୍ରଦା ଏକାଦଶୀ ଓ ରବି ନାରାୟଣ ବ୍ରତ, ଭୁଲ ରେ ସୁଧା ତୋଳନ୍ତୁ ନାହିଁ ତୁଳସୀ ପତ୍ର

0

ପବିତ୍ର ଶ୍ରାବଣ ମାସ ଚାଲିଛି, ଏହି ମାସର ଏକାଦଶୀ ରେ ମା ବୃନ୍ଦାବତୀ ମଧ୍ୟ ଶ୍ରୀହରି ଙ୍କ ପାଇଁ ଏକାଦଶୀ ବ୍ରତ ରଖି ଥାଆନ୍ତି, ଏବଂ ଆଜିର ଦିନରେ ଶ୍ରୀହରୀ ଙ୍କ ପୂଜା ରେ ବିଶେଷ ଭାବରେ ଲାଗିଥାଏ, ଧାର୍ମିକ ମାନ୍ୟତା ଅନୁସାରେ ଶ୍ରୀହରି ଙ୍କର ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ, ଏହି କାରଣରୁ ଏକାଦଶୀ ପୂଜାରେ ତୁଳସୀ ଅର୍ପଣ କରିବା ଦ୍ୱାରା ପୂଜାର ମହତ୍ୱ ଅତ୍ୟନ୍ତ ବଢି ଯାଇଥାଏ, ଏବଂ ହିନ୍ଦୁ ଧର୍ମରେ ଏକାଦଶୀ ଦିନ ତୁଳସୀ ତୋଳିବା ଉଚିତ ନୁହେଁ l

ଏହାଛଡା ଆଜିର ଦିନରେ ମଧ୍ୟ ରବି ନାରାୟଣ ବ୍ରତ ଅଟେ, ଏହି ବ୍ରତରେ ମଧ୍ୟ ତୁଳସୀ ପତ୍ରର ବ୍ୟବହାର ହୋଇଥାଏ, ତେଣୁ ତୁଳସୀ ପତ୍ର ପୂର୍ବଦିନ ତୋଳି ରଖିଦେବା ଜରୁରୀ ଅଟେ l

କାହିଁକି ଏକାଦଶୀ ରେ ତୁଳସୀ ତୋଳାଯାଏ ନାହିଁ ?

ଧାର୍ମିକ ମାନ୍ୟତା ଅନୁସାରେ ଏକାଦଶୀ ରେ ମଧ୍ୟ ତୁଳସୀ ଙ୍କ ଉପରେ ଜଳ ଅର୍ପଣ କରାଯାଏ ନାହିଁ, ମାନ୍ୟତା ଅନୁସାରେ ଏହିଦିନ ବୃନ୍ଦାବତୀ ମଧ୍ୟ ବ୍ରତ ରଖି ଥାଆନ୍ତି, ତେଣୁ ଏହି ସମୟରେ ମାଆ ଙ୍କ ବ୍ରତ ରେ ବାଧା ନ ଆଣିବା ପାଇଁ ତୁଳସୀ ରେ ପାଣି ଦିଆଯାଏ ନାହିଁ , ତୁଳସୀ ପତ୍ର ଶ୍ରୀହରି ଙ୍କ ତୋଳା ଯାଇନାହିଁ l

ତୁଳସୀ ପତ୍ର ତୋଳିବା ସମୟରେ ଏହିସବୁ କଥାକୁ ରଖନ୍ତୁ ଧ୍ୟାନ –

– ଅଗାଧୁଆ ତୁଳସୀ ତୋଳା ଯାଇନାହିଁ, କିମ୍ବା ତୁଳସୀ ତୋଳିବା ସମୟ ରେ ଦେଖିବେ ଯେପରି ଗଛ କୁ କଷ୍ଟ ନହୁଏ l

– ତୁଳସୀ ତୋଳିବା ପୂର୍ବରୁ ମାଆ ବୃନ୍ଦାବତୀ ଙ୍କୁ ହାତଯୋଡ଼ି କ୍ଷମା ମାଗିବା ଜରୁରୀ , ଏବଂ ନଖ ସାହାଯ୍ୟରେ ନ ତୋଳି ନିଜ ବୁଢା ଆଙ୍ଗୁଠି ଓ ତର୍ଜନୀ ଆଙ୍ଗୁଳି ରେ ତୋଳନ୍ତୁ l

– ସନ୍ଧ୍ୟା ସମୟରେ ତୁଳସୀ ତୋଳିବା ଉଚିତ ନୁହେଁ, ସ୍ନାନ ନ ସାରି ତୁଳସୀ ତୋଳିଲେ ଭଗବାନ ଗ୍ରହଣ କରନ୍ତି ନାହିଁ l

– ଏକାଦଶୀ ରେ କେବଳ ତୁଳସୀ ଙ୍କୁ ଧୂପ ଦୀପ ଦେଇ ପ୍ରଣାମ କରିପାରିବେ l

– ଏକାଦଶୀ ଦିନ ପୂର୍ବରୁ ତୋଳା ଯାଇ ରଖାଯାଇ ଥିବା ତୁଳସୀ ଶ୍ରୀହରୀ ଙ୍କୁ ନିକଟ ରେ ଅର୍ପଣ କରାଯାଏ l

Nalco
Leave A Reply