ଆଜି ରାମଚରିତମାନସ ର ରଚୟିତା ତୁଲସୀଦାସ ଙ୍କୁ ସଭିଙ୍କ ନିକଟରେ ପରିଚିତ l ସନାତନ ଧର୍ମରେ ରାମଚରିତମାନସ କେବଳ ଗୋଟିଏ ଧାର୍ମିକ ପୁସ୍ତକ ନୁହେଁ, ବରଂ ଏହା ପ୍ରଭୁ ଶ୍ରୀରାମ ଙ୍କ ଜୀବନର ଆଦର୍ଶ ଅଟେ, ଏହାକୁ ଭକ୍ତି ଓ ଆଦର୍ଶର ଗ୍ରନ୍ଥ ଭାବରେ ପୂଜା ମଧ୍ୟ କରାଯାଏ, ତେଣୁ ଘରେ ଏହି ଗ୍ରନ୍ଥଟିକୁ ରଖିବା ଦ୍ୱାରା ସକାରାତ୍ମକ ଉର୍ଜା ର ବିକାଶ ହୋଇଥାଏ l
ହିନ୍ଦୁ ଧର୍ମରେ ପ୍ରତ୍ୟେକ ଧାର୍ମିକ ଗ୍ରନ୍ଥ ର ବିଶେଷ ମହତ୍ୱ ଥାଏ, ଏହାକୁ ପଢିବା କେବଳ ଜୀବନ ଉପରେ ପ୍ରଭାବ ପକାଇ ନଥାଏ, ଏହାକୁ କେଉଁ ସ୍ଥାନରେ ଓ କିପରି ରଖିବେ ତାହା ମଧ୍ୟ ପ୍ରଭାବ ପକାଇଥାଏ l
ରାମଚରିତ ମାନସ କୁ କୌଣସି ଅସୁଚିତ ସ୍ଥାନରେ ରଖନ୍ତୁ ନାହିଁ, ଯେପରିକି ବାଥ୍ରୁମ୍ , ସିଢି ନିକଟରେ , ଅପରିଷ୍କାର ସ୍ଥାନରେ ରଖିବା ଉଚିତନୂହେଁ, ଏବଂ କଦାପି ଏହି ଧର୍ମ ଗ୍ରନ୍ଥ କୁ କୋଳରେ ରଖି ମଧ୍ୟ ପଡିବା ଉଚିତ ନୁହେଁ, ଯଦିବି ଆମେ ଏହି ପୁସ୍ତକ କୁ ଭୂମି ଉପରେ ରଖୁଛୁ ତେବେ ଏହା ଧର୍ମକୁ ଅବମାନନା ଅଟେ l
ଶାସ୍ତ୍ର ଅନୁସାରେ ରାମଚରିତ ମାନସ ହେଉ କିମ୍ବା ଅନ୍ୟ ଧର୍ମ ଗ୍ରନ୍ଥ ହେଉ ସଠିକ ସ୍ଥାନରେ ରଖିବା ଜରୁରୀ , ଏସମସ୍ତ ଧର୍ମ ଗ୍ରନ୍ଥକୁ ଐଶାନ୍ୟ କୋଣ ରେ ରଖିବା ଆବଶ୍ୟକ l ନଚେତ ପୂର୍ବ ଦିଗରେ ରଖନ୍ତୁ l
ରାମଚରିତ ମାନସ ରଖିବା ଦ୍ୱାରା ମିଳିଥାଏ ଏହିସବୁ ଲାଭ –
– ଘରେ ସକାରାତ୍ମକ ବାତାବରଣ ରହିଥାଏ l
– ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ l
– ପରିବାରରେ ପ୍ରେମ ବୃଦ୍ଧି ହୋଇଥାଏ l
– ସଙ୍କଟ କୁ ସାମ୍ନା କରିବାର ମିଳିଥାଏ ସାହାଯ୍ୟ l
– ଧର୍ଯ୍ୟ ଓ ସଂଯମ ବୃଦ୍ଧି ହୋଇଥାଏ l
