କେଶ ଝଡ଼ୁ ଥିଲେ ଚିନ୍ତିତ ହେବାର କିଛି ନାହିଁ, ଆୟୁର୍ବେଦ ଅନୁସାରେ ନଡ଼ିଆ ତେଲ ଏଥିପାଇଁ ଖୁବ ଭଲ, ଏବଂ ନଡ଼ିଆ ତେଲ ରେ ବିଶେଷ ଭାବରେ ୩ଟି ଜିନିଷ ମିଶାଇ ଲଗାଇବା ଦ୍ୱାରା
କେଶ ଝଡ଼ିବା ବନ୍ଦ ହୋଇଥାଏ l
– ପ୍ରଥମରେ ରହିଛି ଏଲୋଭେରା ଜେଲ, ଏଥିରେ ରହିଥାଏ ପ୍ରଚୁର ପରିମାଣ ରେ ମଇଶ୍ଚରାଇଜର, ତେଣୁ ଦୁଇଚାମଚ ନଡ଼ିଆ ତେଲରେ ଗୋଟିଏ ଚାମଚ ଏଲୋଭେରା ଜେଲ କୁ ମିଶାଇ ନିଅନ୍ତୁ, ଏବଂ ଏହାକୁ କେଶ ମୂଳରୁ ଅଗ ପର୍ଯ୍ୟନ୍ତ ମାଲିସ କରନ୍ତୁ, ଏବଂ ପରଦିନ ସାମ୍ପୁ କରି ଧୋଇ ନିଅନ୍ତୁ l ସପ୍ତାହକୁ ଏଭଳି ଦୁଇଥର କଲେ କେଶ ଝଡ଼ିବା ବନ୍ଦ ହୋଇଯିବ l
– ଦ୍ଵିତୀୟରେ ମେଥି ଦାନା , ମେଥି ଦାନାକୁ ନଡ଼ିଆ ତେଲ ରେ ଫୁଟାଇ ଉଷୁମ ଉଷୁମ କେଶ ମୂଳରେ ମାଲିସ କରନ୍ତୁ, ଏହାକୁ କେଶ ର ମୂଳ ପର୍ଯ୍ୟନ୍ତ ମାଲିସ କରି ଛାଡ଼ି ଦିଅନ୍ତୁ, ଏହାଦ୍ୱାରା କେଶ ଛିଡ଼ିବା ବନ୍ଦ ହେବ ଓ କେଶ ମୂଳ ମଧ୍ୟ ସଫା ରହିବ , କେଶ ଘନ ଓ ଲମ୍ବ ହେବ l
– ତୃତୀୟ ରେ ଭୃଷୁଙ୍ଗ ପତ୍ର , ଗୋଟିଏ କପ ନଡ଼ିଆ ତେଲରେ ୮ରୁ ୧୦ ଟି ଭୃଷୁଙ୍ଗା ପତ୍ର କୁ ଛେଚି ମିଶାଇ ଭଲ ଭାବରେ ଗରମ କରି ନିଅନ୍ତୁ, ଗରମ କରିବା ସମୟରେ ଧ୍ୟାନ ରଖିବେ ଯେପରି ଅଳ୍ପ ଆଞ୍ଚ ରେ ଗରମ ହେବ, ଏବଂ ପରେ ଏହାକୁ ଥଣ୍ଡା କରି କେଶ ମୂଳରେ ଲଗାଇ ନିଅନ୍ତୁ l ଏହାପରେ ୧ଘଣ୍ଟା ରଖି ମୁଣ୍ଡକୁ ଶାମ୍ପୁ କରି ନିଅନ୍ତୁ l କେଶ ସୁନ୍ଦର ଓ ଘନ ହେବ l
ଏହାଛଡା ପ୍ରୋଟିନ ଯୁକ୍ତ ଭୋଜନ ଖାଆନ୍ତୁ, ଅଧିକ ପାଣି ପିଅନ୍ତୁ, ଭିଟାମିନ ସି ନିୟମିତ ସେବନ କରନ୍ତୁ l ସତେଜ ଫଳ ଓ ପନିପରିବା ଖାଆନ୍ତୁ l
