ଆଜିର ଜୀବନଶୈଳୀ କୁ ସୁଗାର ବା ମଧୁମେହ ଗୋଟିଏ ସାଧାରଣ ରୋଗ ହୋଇଯାଇଛି, ରିସର୍ଚ୍ଚ କହୁଛି ଯେ ମଧୁମେହ କାରଣରୁ ଶରୀରରେ ଅନେକ ପ୍ରକାର ରୋଗ ହୋଇଥାଏ, ଗବେଷଣା କହୁଛି ଯେ ଯଦି ସୁଗାର କଣ୍ଟ୍ରୋଲ ରେ ନ ରହିଲା ତେବେ ଅନେକ ଅସୁବିଧାର କାରଣ ହୋଇଥାଏ l
ଡାଇବିଟିଜ , ବିଶେଷ ଭାବରେ ଟାଇପ -2 ଡାଇବିଟିଜ ଆଜିର ସମୟରେ ଦୁନିଆର ସବୁଠୁ ଖତରନାକ ରୋଗ ମଧ୍ୟରୁ ଗୋଟିଏ, ଏହାଦ୍ୱାରା ମୃତ୍ୟୁ ହୋଇ ନଥାଏ, କିନ୍ତୁ ଧୀରେ ଧୀରେ ଅନ୍ୟ ରୋଗରେ ପୀଡିତ କରିଥାଏ ଓ ଅଙ୍ଗ ପ୍ରତ୍ୟଙ୍ଗ କୁ ରୋଗ ଗ୍ରସ୍ତ କରିଦିଏ l ଏବଂ ମଣିଷ ପାଇଁ ଏହା ବଡ଼ ବିପଦର କାରଣ ହୁଏ l
WHO ଓ AMERICAN DIABETES ASSOCIATION ଅନୁସାରେ ଡାଇବିଟିଜ ରୋଗୀ ଙ୍କ ମଧ୍ୟରେ ହାର୍ଟ ଅଟ୍ଟାକ ଓ ଷ୍ଟ୍ରୋକ ର ଅଧିକ ରହିଥାଏ, ଲଗାତାର ହାଇ ସୁଗାର ଦ୍ୱାରା ବ୍ଲଡ଼ ଭାସେଲସ ରେ ଫ୍ୟାଟ ଜମା କରିଥାଏ, ଏବଂ ଆର୍ଟରିଜ ରେ ବ୍ଲକ ଆସିଥାଏ l
ଏହାଛଡା ନାସନାଲ ଇନ୍ଷ୍ଟିଚି଼ୟୁଟ ର ରିପୋର୍ଟ ଅନୁସାରେ ଡାଇବିଟିଜ କିଡ଼ନୀ ଫେଲିଅର ର ଗୋଟିଏ ବଡ଼ କାରଣ, ସୁଗାର ଲେବୁଲ ହାଇ ରହିଲେ କିଡ଼ନୀ ର ଫିଲ୍ଟର ଉପରେ ପ୍ରଭାବ ପଡିଥାଏ, ରିସର୍ଚ୍ଚ ଅନୁସାରେ 50 ପ୍ରତିଶତ ଡାଇବିଟିଜ ରୋଗୀ ଙ୍କୁ କୌଣସି ପ୍ରକାର ର ଭେନ ପ୍ରବ୍ଲେମ ରହିଥାଏ l
ସୁଗାର ରୋଗୀ ଙ୍କ ଇମ୍ୟୁନିଟି ଦୁର୍ବଳ ହୋଇଥାଏ, ତେଣୁ UTI ଇନଫେକ୍ସନ, ଲଙ୍ଗସ ଇନଫେକ୍ସନ, ସ୍କିନ ଇନଫେକ୍ସନ ଦେଖିବାକୁ ମିଳିଥାଏ, ଅଚାନକଙ୍କ ଭାବରେ ସୁଗାର ଲେବୁଲ ବଢିବା ଓ କମିବା ଦ୍ୱାରା ମଧ୍ୟ ରୋଗୀ କୋମା କୁ ମଧ୍ୟ ଯାଇପାରେ l ଏବଂ ମୃତ୍ୟୁର ଶିକାର ହୋଇଥାଏ l
