‘ଭତ୍ତା’କୁ ଏକ ରାଜନୈତିକ ଖେଳନା ଭାବେ ବ୍ୟବହାର କରୁଥିଲା ବିଜେଡି ସରକାର
ପବିତ୍ର ଜଗନ୍ନାଥଙ୍କ ଭୂମିରେ ଜଣଙ୍କର ମୃତୁ୍ୟ ହେଲେ ଆଉ ଜଣେ ଭତ୍ତା ପାଇବାର କ୍ରୁର ବ୍ୟବସ୍ଥାର ସମାପ୍ତ ଘଟିଛି : ଇରାସିସ ଆଚାର୍ଯ୍ୟ
ରାଜ୍ୟରେ ଏବେ ଭତ୍ତା ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ୬୧ ଲକ୍ଷ ୨୩ ହଜାରରୁ ଊର୍ଦ୍ଧ୍ୱ
ନୂତନ ଆବେଦନ ପାଇଁ ଉନ୍ମୋଚିତ ହେଲା ‘ୟୁପିଏମ୍ପି’ ପୋର୍ଟାଲ, ଆବେଦନର ମାସକ ମଧ୍ୟରେ ସିଧାସଳଖ ଆକାଉଣ୍ଟକୁ ଯିବ ଅର୍ଥ
ଭତ୍ତା ବାବଦରେ ୨୦୧୯ ରୁ ୨୦୨୪ ମଧ୍ୟରେ ବିଜେଡି ସରକାର ୫ ବର୍ଷରେ ସମୁଦାୟ ୧୬,୪୬୦ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୨୦୨୪-୨୦୨୯ ମଧ୍ୟରେ ବିଜେପି ସରକାର ୪୨,୮୨୨ କୋଟି ଟଙ୍କା ପ୍ରଦାନ କରିବେ
ଭୁବନେଶ୍ୱର, ତା.୧୧/୧୧: ରାଜ୍ୟକୁ ବିକଶିତ କରିବାକୁ ହେଲେ ସରକାରଙ୍କ ଯୋଜନାକୁ ଜନସାଧାରଣଙ୍କ ଆଗରେ ସର୍ବବ୍ୟାପୀ, ସର୍ବସ୍ପଶୀ ଏବଂ ଅନ୍ତ୍ୟୋଦୟ ହେବା ଉଚିତ୍ । ୨୦୨୪ରେ ସରକାର ଆସିବା ପରେ ସରକାରଙ୍କ ସମସ୍ତ ଯୋଜନା ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଓ ଅର୍ନ୍ତେ୍ୟାଦୟ କରିବାକୁ ଆମେ ସଦାସର୍ବଦା ଚେଷ୍ଟିତ ଅଛୁ । ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ଏକ ସମ୍ବେଦନଶୀଳ ବିଭାଗ ଅଟେ । ଏହି ପ୍ରସଙ୍ଗକୁ ନେଇ ରାଜନୀତି କରିବା ଅନୁଚିତ୍ ଅଟେ । ସମାଜର ଅନ୍ତିମ ଧାଡିରେ ଥିବା ନିଷ୍ପେସିତ, ପ୍ରପିଡିତ ବ୍ୟକ୍ତିମାନଙ୍କ କଲ୍ୟାଣ କରିବାକୁ ଏହି ବିଭାଗକୁ ତକôାଳୀନ ବିଜେଡି ସରକାର ଏକ ରାଜନୈତିକ ଖେଳନା ଭାବେ ବ୍ୟବହାର କରୁଥିଲେ । ଆମ ସରକାର ଆସିବା ପରେ ମୋହନ ମାଝୀଙ୍କ ସରକାର ଲୋକପ୍ରିୟ ହୋଇଛନ୍ତି । ଭତ୍ତା ବଣ୍ଟନକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଅନ୍ତ୍ୟୋଦୟ କରିବାକୁ ବିଜେପି ସରକାର ସଦାସର୍ବଦା ବଦ୍ଧପରିକର । ଗତକାଲି ବାଲେଶ୍ୱରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପେକ୍ଷାରତ ୫,୦୫,୮୩୧ ଜଣ ହିତାଧିକାରୀଙ୍କୁ ଏକକାଳୀନ ଭତ୍ତା ପ୍ରଦାନ କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ୫୬,୧୮,୩୩୬ ଜଣଙ୍କୁ ଭତ୍ତା ମିଳୁଥିବା ବେଳେ, ରାଜ୍ୟରେ ଏବେ ଭତ୍ତା ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ୬୧,୨୪,୧୬୭ କୁ ପହଂଚିଛି । ବର୍ତ୍ତମାନ ରାଜ୍ୟରେ ଭତ୍ତା ପାଇଁ ଆଉ କୌଣସି ଆବେଦନକାରୀ ଅପେକ୍ଷାରତ ନାହାନ୍ତି । ନୂତନ ଆବେଦନ ପାଇଁ ଉନ୍ମୋଚିତ ହୋଇଥିବା ‘ୟୁପିଏମ୍ପି’ ବା “ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ’ ମାଧ୍ୟମରେ ଆବେଦନର ମାସକ ମଧ୍ୟରେ ବୃଦ୍ଧବୃଦ୍ଧା, ଯେକୌଣସି ବୟସର ବିଧବା, ଭିନ୍ନକ୍ଷମ, ସ୍ୱାମୀ ପରିତ୍ୟକ୍ତା, କୋଭିଡ୍/ଏଡ୍ସ ପ୍ରପୀଡ଼ିତ ଏବଂ ଟ୍ରାନ୍ସଜେଣ୍ଡର ଭଳି ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରାପ୍ୟ ଟଙ୍କା ପହଂଚିବ । ଏହାକୁ ବିରୋଧୀ ଦଳମାନେ ସହ୍ୟ କରିପାରୁନାହାଁନ୍ତି ବୋଲି ମାନ୍ୟବର ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖଟୁଆ କହିଛନ୍ତି ଯେ; ୨୦୧୯ ରୁ ୨୦୨୪ ମଧ୍ୟରେ ବିଜେଡି ସରକାର ୫ ବର୍ଷରେ ସମୁଦାୟ ୧୬,୪୬୦ କୋଟି ଟଙ୍କା ପ୍ରଦାନ କରିଥିଲେ । କିନ୍ତୁ ବର୍ତ୍ତମାନର ବିଜେପି ସରକାର ଶାସନକୁ ଆସିବାର ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ୨୦,୬୫୫ କୋଟି ଟଙ୍କା ପ୍ରଦାନ ସାରିଛନ୍ତି । ଆଗାମୀ ଅଢ଼େଇ ବର୍ଷ ମଧ୍ୟରେ ଆହୁରି ୨୨,୧୬୭ କୋଟି ଟଙ୍କା ପ୍ରଦାନ କରାଯିବ । ଅର୍ଥାତ୍ ୨୦୨୪ ରୁ ୨୦୨୯ ମଧ୍ୟରେ ଆମ ସରକାର ଭତ୍ତା ବାବଦରେ ସମୁଦାୟ ୪୨,୮୨୨ କୋଟି ଟଙ୍କା ପ୍ରଦାନ କରିବେ, ଯାହାକି ପୂର୍ବ ସରକାରଙ୍କ ତୁଳନାରେ ଅଢ଼େଇ ଗୁଣରୁ ଅଧିକ ।
ଭତ୍ତା ବାବଦରେ କେନ୍ଦ୍ରୀୟ ସହାୟତା ବର୍ଷକୁ ପାଖାପାଖି ୫ଶହ ୯୫କୋଟି ଟଙ୍କା ଆସେ, ଯାହା ପୂର୍ବ ବିଜେଡି ସରକାରରେ ଆସୁଥିଲା ଏବଂ ବର୍ତମାନ ମଧ୍ୟ ଆସୁଛି । କିନ୍ତୁ ରାଜ୍ୟ ସରକାର ଆବଶ୍ୟକତାକୁ ଉପଲବ୍ଧି କରି ଏହି ଯୋଜନାକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ କରିବା ପାଇଁ ୬୦ବର୍ଷ ଅତିକ୍ରମ କରିବା ମାତ୍ରେ ଆପେ ଆପେ ତାଲିକାଭୁକ୍ତ ହେବା ଏବଂ ନୂତନ ହିତାଧିକାରୀଙ୍କୁ ଘରେ ବସି ରହି ଡିଜିଟାଲ ପ୍ଲାର୍ଟଫର୍ମ ଜରିଆରେ ଆବେଦନ କରି ସମସ୍ତ ସୁବିଧା ପାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ଗୋଟିଏ ସରକାର ଯେତେବେଳେ ସରକାରକୁ ଆସେ ସେ ବଜେଟ୍କୁ ଅନୁଧ୍ୟାନ କରି ତା ଆୟକୁ ଦେଖି ବ୍ୟୟ କରେ । ଅତ୍ୟଧିକ ଟିକସ ବସାଇବା ବିଜେଡି ସରକାରର ଢାଂଚା ଥିଲା । ଆମେ ବଜେଟ୍ ର ଲୋକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିଛୁ । ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛି । ତେଣୁ ଗତ କାଲି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଷ୍ପତି ଏକ ଐତିହାସିକ ଦିନ ଅଟେ । ଏହି ନିଷ୍ପତିକୁ ଆମେ ସ୍ୱାଗତ କରୁଛୁ । ଏହି ପ୍ରସଙ୍ଗକୁ ନେଇ ବିଜେଡି ରାଜନୀତି କରିବା ଏବଂ ବିଭ୍ରାନ୍ତ ସୃଷ୍ଟି କରିବା ଅତ୍ୟନ୍ତ ଲଜ୍ଜାଜନକ ଅଟେ ବୋଲି ଶ୍ରୀ ଖଟୁଆ କହିଛନ୍ତି ।
୨୦୧୩ ମସିହା ପର୍ଯ୍ୟନ୍ତ ଏମବିପିୱାଇ ଯୋଜନା ଅଧିନରେ ୩୦୦ଟଙ୍କା ଭତ୍ତା ପ୍ରଦାନ କରାଯାଉଥିଲା । ୨୦୧୩ ମସିହା ପରେ ୨୦୧୮ ମସିହା ପର୍ଯ୍ୟନ୍ତ ଏହି ଭତ୍ତା ରାଶି ୬୦ ରୁ ୭୯ ବର୍ଷ ୩୦୦ଟଙ୍କା ଏବଂ ୮୦ରୁ ଉଦ୍ଧ୍ୱର୍ଙ୍କୁ ୫୦୦ଟଙ୍କା ପ୍ରଦାନ କରାଯାଇଥିଲା । ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସରକାର ୨୦୧୯ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଏହି ପରିମାଣ ୬୦ବୟସରୁ ୭୯ବୟସର ବ୍ୟକ୍ତିମାନଙ୍କୁ ୫୦୦ଟଙ୍କା ଏବଂ ୮୦ ବୟସରୁ ଉଦ୍ଧ୍ୱର୍ ବ୍ୟକ୍ତିମାନଙ୍କୁ ୭୦୦ ଟଙ୍କା ପ୍ରଦାନ କରିଥିଲେ । ପୁଣି ଥରେ ନିଜ ରାଜନୈତିକ ସ୍ୱାର୍ଥ କାରଣରୁ ସାଧାରଣ ନିର୍ବାଚନ ପୂର୍ବରୁ ଗତ ୨୦୨୪ମସିହା ଫେବୃଆରୀରେ ୬୦ବୟସରୁ ୮୦ବୟସ ପର୍ଯ୍ୟନ୍ତ ୧୦୦୦ ଟଙ୍କା ଓ ୮୦ ବୟସରୁ ଉଦ୍ଧ୍ୱର୍ ହିତାଧିକାରୀମାନଙ୍କୁ ୧୨୦୦ଟଙ୍କା ଭତା ରାଶି ପ୍ରଦାନ କରୁଥିଲେ । ୨୦୨୪ ମସିହା ଜୁନରେ ଆମ ଲୋକପ୍ରିୟ ବିଜେପି ସରକାର ଶାସନକୁ ଆସିବା ପରେ ଏହାକୁ ସମୀକ୍ଷା କରି ଦେଖିଲେ ଯେ, ଏହି ଯୋଜନା ସର୍ବବ୍ୟାପୀ, ସର୍ବସ୍ପର୍ଶୀ ହେଉନାହିଁ । ସଶକ୍ତିକରଣ ଓ ଭିନ୍ନକ୍ଷମରେ ଭତା ପାଇବାପାଇଁ ବହୁତ ଲୋକ ଅପେକ୍ଷା କରି ରହିଛନ୍ତି । ଏହାକୁ ସରକାର ସମ୍ବେଦନଶୀଳତାର ସହ ନେଇ ଅପକ୍ଷୋରତ ୫ଲକ୍ଷ ୫ହଜାର ୮୩୧ଜଣଙ୍କୁ ଏକକାଳୀନ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱରରୁ ପ୍ରଦାନ କରିଛନ୍ତି । ଏମବିପିୱାଇ ଏବଂ ଏନଏସିପିୱାଇ ଜରିଆରେ ଆସୁଥିବା ଭତ୍ତା ଟଙ୍କାକୁ ଏକାଠି କରି ହିତାଧିକାରୀଙ୍କ ଆକାଉଂଟରେ ଜମା କରିବା ପାଇଁ ଆବଶ୍ୟକୀୟ ଆଇଟି ବା ପ୍ରଯୁକ୍ତି ପ୍ଲାଟଫର୍ମରେ ସମସ୍ୟା ଦେଖାଯାଉଥିଲା । ବର୍ତ୍ତମାନ ଏହି ତୃଟି ବା ସମସ୍ୟାର ସମାଧାନ ହୋଇଛି, ଆଗକୁ ସମସ୍ୟା ସୃଷ୍ଟି ହେବ ନାହିଁ ଶ୍ରୀ ଖଟୁଆ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଭଟଲୀ ବିଧାୟକ ଶ୍ରୀ ଇରାଶିଶ୍ ଆଚାର୍ଯ୍ୟ ବିଜେଡି ସରକାରଙ୍କ ପୂର୍ବ କାର୍ଯ୍ୟଶୈଳୀକୁ ସମାଲୋଚନା କରି କହିଛନ୍ତି ଯେ, ଓଡିଶାରେ ଦୀର୍ଘ ଦିନ ଧରି ଗତ ନବୀନ ବାବୁଙ୍କ ସରକାର ଆଡବାୟା ରାଜା ଦୋହଲିକ୍ଙ୍କ ଶାସନ ଚଲାଉଥିଲେ । ଜଣେ ମରିବା ପର୍ଯ୍ୟନ୍ତ ସୁବିଧା ପାଇବା ପାଇଁ ଅପେକ୍ଷା କରି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଥିଲା ପୂର୍ବ ସରକାର ସମୟରେ ଲୋକମାନେ ଜୀବନସାରା ଭତ୍ତା ପାଇଁ ଅପେକ୍ଷା କରି ରହୁଥିଲେ ଏବଂ ଦଳୀୟ ଭିତ୍ତିରେ ଭତ୍ତା ବଣ୍ଟନ ହେଉଥିଲା । ଏହାର ଅନ୍ତ ଘଟାଇ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ “ସବ୍କା ସାଥ୍, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ’ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ନୀତିକୁ ଆଧାର କରି ଦଳ ମତ ନିର୍ବିଶେଷରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ତାଙ୍କ ନାର୍ଯ୍ୟ ଅଧିକାର ପ୍ରଦାନ କରି ପବିତ୍ର ଜଗନ୍ନାଥଙ୍କ ଭୂମିରେ କ୍ରୁରତାର ବ୍ୟବସ୍ଥାକୁ ସମାପନା କରିଛନ୍ତି । ଏହାକୁ ଆମେ ସମସ୍ତେ ସ୍ୱାଗତ କରୁଛୁ । ସରକାରୀ ସୁବିଧାରୁ କେହି ବି ବଞ୍ଚିତ ହେବେ ନାହିଁ — ଏହା ହିଁ ଆମ ସରକାରଙ୍କ ଲକ୍ଷ୍ୟ ଓ ପାର୍ଟିର ବିଚାରଧାରା ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏହି ଅବସରରେ ମୁଖପାତ୍ର ଦିଲୀପ ମଲ୍ଲିକ ଏବଂ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଶ୍ରୀ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
