ଟୋରଂଟୋ ରେ ଆୟୋଜିତ କାର୍ଯ୍ୟକ୍ରମ ‘ ହିନ୍ଦୁ ବିଶ୍ୱ ବନ୍ଧୁ – ଦୋସ୍ତି ମେଁ ଦୁନିଆକୋ ଅପନାଏଂ ‘ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ସଂଘଚାଳକ ମୋହନ ଭାଗବତ ଭାରତର ଚିନ୍ତାଧାରା, ସଂସ୍କୃତି ଓ ଦୁନିଆ ପ୍ରତି ତାର ରହିଥିବା ନଜରୀଆ କୁ ନେଇ ବାର୍ତା ଦେଇଛନ୍ତି, ସେ କହିଛନ୍ତି ଯେ ଭାରତର ପରମ୍ପରା ରେ ଅଲଗା ଅଲଗା ଧର୍ମ, ଭାଷା , ସମାଜ ଓ ସଂସ୍କୃତି ଅଲଗା ଭାବରେ ଗ୍ରହଣ କରାଯାଏ ନାହିଁ, ଭାରତର ଭାବନା ବିବିଧତା କୁ ଏକତାର ଅଂଶ ଭାବରେ ଗ୍ରହଣ କରିଥାଏ l
ଏହି କାର୍ଯ୍ୟକ୍ରମ ” କାନାଡିଆନ ହିନ୍ଦୁଝ ଫର ଆଉଟରିଚ, ରିଲେସନ୍ସ ଏଣ୍ଡ ଡାଇଲଗ ” ଦ୍ୱାରା ଆୟୋଜିତ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ସାମିଲ ହୋଇଥିଲେ l ଆରମ୍ଭରେ ପ୍ରବାସୀ ଭାରତୀୟ ସଦ୍ଦାସ୍ୟ ଭାରତୀୟ ସଂକୃତି କୁ ଉପସ୍ଥାପନ କରିଥିଲେ l
‘
ମୋହନ ଭାଗବତ ନିଜ ଭାଷଣ ରେ କହିଥିଲେ ଯେ ‘ ଦୁନିଆ ଯେତେବେଳେ କୌଣସି ସଂକଟରେ ଥାଏ ଭାରତ ନିଜ କ୍ଷମତା ଅନୁସାରେ ସାହାଯ୍ୟର ହାତ ବଢ଼ାଇଥାଏ , ଏବଂ ଭାରତର ଉଦେଶ୍ୟ ବିଶ୍ୱରେ ଶାନ୍ତି, ସଦ୍ଭାବନା ସର୍ବଦା ରହୁ, ଯଦି ଗୋଟିଏ ହିନ୍ଦୁ ଜାଗ୍ରତ ହେବ ତେବେ ସାରା ବିଶ୍ୱ ଜାଗ୍ରତ ହେବ, ଭାରତ ରେ ବିଭିନ୍ନ ଭାଷା, ଧର୍ମ ଓ ସଂକୃତି ରହିଛି, ତଥାପି ଏହା ଏକତାର ପ୍ରତୀକ ଅଟେ , ମାନବିକତା ଦୃଷ୍ଟି କୋଣ ରୁ ଯଦି ଦେଖିବା ସମସ୍ତେ ସମସ୍ତଙ୍କ ସହିତ ଜଡିତ , ଆମେ ସାରା ଗୋଟିଏ ପରିବାର ଭଳି ଦେଖିବା ଜରୁରୀ, l ‘
ଏହି କାର୍ଯ୍ୟକ୍ରମ ରେ କାନାଡ଼ା ର ପୂର୍ବ ରକ୍ଷାମନ୍ତ୍ରୀ ଓ ଆଲବର୍ଟ ର ପୂର୍ବ ପ୍ରିମିୟର ଯେସନ କେନି ମଧ୍ୟ ଉପସ୍ଥିତ ଥିଲେ ଉଭୟ ନେତା ଭାରତ-କାନାଡ଼ା ସମ୍ବନ୍ଧ ଉନ୍ନତ ହୋଇଥିବାର ଦେଖିବାକୁ ମିଳିଛି, ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ମଧ୍ୟ ପ୍ରଶଂସା କରିଥିଲେ l
