ଅଯୋଧ୍ୟା ରାମ ମନ୍ଦିର ର ପଇସା ଚୋରୀ ଘଟଣା ଏ ପର୍ଯ୍ୟନ୍ତ ଥମିନାହିଁ, ଅଡୁଆ ସୁତା ଭଳି ଦିନକୁ ଦିନ ଗୁଡେଇ ତୁଡେଇ ହେବାରେ ଲାଗିଛି, ଇତି ମଧ୍ୟରେ ଜଣେ ମହିଳା ଚର୍ଚା କୁ ଆସିଛନ୍ତି ଯିଏକି ୪କୋଟି ଟଙ୍କା ଅଯୋଧ୍ୟା ରାମମନ୍ଦିର ଦାନ ଦେଇ ଫସି ଯାଇଛନ୍ତି ଚେକ ବାଉନ୍ସ କେଶ ରେ l ଉକ୍ତ ମହିଳା ଜଣଙ୍କ ରାମମନ୍ଦିର କର୍ମଚାରୀ ଙ୍କ ସୁବିଧା ପାଇଁ ୪ କୋଟି ଟଙ୍କା ର ଚେକ କାଟିଥିଲେ, କିନ୍ତୁ ବର୍ତମାନ ଜଣାପଡିଲା ଯେ ଉକ୍ତ ମହିଳା ଙ୍କ ଖାତାରେ ବାଲାନ୍ସ ବାବଦରେ ମାତ୍ର ୩ଟଙ୍କା ଅଛି l
ଚେନାଇ ର ମହିଳା ଶ୍ରଦ୍ଧାଳୁ ଏସ. ନାଗଲକ୍ଷ୍ମୀ ଗୋଟିଏ ଚେକ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ କୁ ଦେଇଥିଲେ, ଯେତେବେଳେ ଟ୍ରଷ୍ଟ ପକ୍ଷରୁ ଏହାକୁ ବ୍ୟାଙ୍କ ରେ ଜମା କରାଗଲା , ସେତେବେଳେ ଜଣା ପଡିଲା ଯେ ନାଗଲକ୍ଷ୍ମୀ ଙ୍କ ଖାତାରେ ୪ କୋଟି ତ ଛାଡ଼ ୪ ଟଙ୍କା ମଧ୍ୟ ନଥିଲା, ମହିଳା ଜଣଙ୍କ ମଧ୍ୟ ୧୦ ହଜାର ଟଙ୍କାର ଅଲଗା ଦାନ ମଧ୍ୟ ଦେଇଥିଲେ, ବର୍ତମାନ ବ୍ୟାଙ୍କ ଉକ୍ତ ମହିଳାଙ୍କୁ ନୋଟିସ ପଠାଇବାରେ ପ୍ରବନ୍ଧରେ ରହିଛି l ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ଯେ ଯଦି ଆକାଉଣ୍ଟ ରେ ପଇସା ନଥିଲା ତେବେ ସେ ଏତେ ଅଧିକ ରାଶିର ଚେକ କାହିଁକି କାଟିଥିଲେ l
ମିଳିଥିବା ମିଡ଼ିଆ ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ଲିଖିତ ଆଶ୍ୱାସନା ମାଗିଥିଲେ କି ସେ ଦେଇଥିବା ୪ କୋଟି ରାମ ମନ୍ଦିର ର କର୍ମଚାରୀ ଙ୍କ ବେତନ ଓ ସୁବିଧା ପାଇଁ ଖର୍ଚ୍ଚ ହେବା ଜରୁରୀ, ଏହାଛଡା ମହିଳା ଜଣଙ୍କ ରାମ ଲଲା ଦର୍ଶନ ନିମିତ୍ତ ଅଲଗା ୧୦ ହଜାର ଟଙ୍କାର ଚେକ ମଧ୍ୟ ଦାନ କରିଥିଲେ l
ଯଦି ଆମେ ଦେଖିବା ତେବେ ନେଗୋସିଏବୁଲ ଇନସ୍ଟମେଣ୍ଟସ ଆକ୍ଟ ୧୮୮୧ ର ଧାରା ୧୩୮ ଅନୁସାରେ ବିନା ବାଲାନ୍ସ ଚେକ ବାଉନ୍ସ ହେବା ଗୋଟିଏ ବଡ଼ ଅପରାଧ ଅଟେ, ଯେଉଁ କାରଣରୁ ୨ବର୍ଷ ସଶ୍ରମ କାରାଦଣ୍ଡ ମଧ୍ୟ ହୋଇପାରେ ଏବଂ ବାଉନସ ହୋଇଥିବା ରାଶି ଠାରୁ ଅଧିକ ଜୋରିମାନା ମଧ୍ୟ ଦେବାକୁ ପଡିପାରେ l ଯାହାକି ୩୦ ଦିନ ମଧ୍ୟରେ ଦେବାକୁ ପଡିପାରେ l
