Odisha news

ଦିଲ୍ଲୀରେ ବଢି ଚାଲିଛି H1N1 ର ବିପଦ, କମୁଛି ଅକ୍ସିଜେନ ଲେବୁଲ

0

ଦିଲ୍ଲୀରେ ଭାଇରଲ କୋଲଡ ଫ୍ଲୁ ଓ ଇନଫ୍ଲୁଏଞ୍ଜା  ଦ୍ରୁତ ଗତିରେ ବଢି ଚାଲିଛି, ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ର ସେ,ମମୀକ୍ଷା ଚାଲିଛି , କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡା ଙ୍କ ଅଧକ୍ଷତରେ ହୋଇଥିବା ବୈଠକ ରେ ସରକାରଙ୍କ ପ୍ରସ୍ତୁତି ଓ ଡାକ୍ତରଖାନା ଗୁଡିକରେ ଉପଲବ୍ଧ ସୁବିଧା ବିଷୟରେ ଆଲୋଚନା ହୋଇଥିଲା l

ଦିଲ୍ଲୀ ସରକାର ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ପଙ୍କଜ କୁମାର ସିଂ କହିଛନ୍ତି ଯେ ୨୦୨୬ ରେ ବର୍ତମାନ ସୁଧା ୧୭୭୭ ଜଣ H1N1 ରୋଗୀ ଚିହ୍ନଟ ହୋଇଛନ୍ତି, ଏବଂ ଅନ୍ୟ ସଂକ୍ରମଣ ର ୪୪୦ ରୋଗୀ ଙ୍କ ମଧ୍ୟ ଚିହ୍ନଟ କରାଯାଇଛି l ଡାକ୍ତରଖାନା ଗୁଡିକରେ ବେଡ଼ ର ସଂଖ୍ୟା ବଢ଼ା ଯାଇଛି, ଏବଂ ଅକ୍ସିଜେନ ସିଲିଣ୍ଡର ସ୍ଟକ ରେ ମଧ୍ୟ ରଖାଯାଇଛି l

ବିଶେଷ ଭାବରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ H1N1 ଭାଇରସ ର ଲକ୍ଷଣ ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଛନ୍ତି l ଯାହାଦ୍ୱାରା ରୋଗୀ ଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରାଯାଇପାରିବ l

H1N1 ର ଲକ୍ଷଣ କଣ ରହିଛି –

– H1N1 ଭାଇରସ ରେ ଆକ୍ରାନ୍ତ ରୋଗୀ ମାନଙ୍କୁ ଜ୍ୱର ରେ ପୀଡିତ ହୋଇ ଥାଆନ୍ତି l

– ଏହାଛଡା ପ୍ରବଳ କାଶ , ମୁଣ୍ଡବିନ୍ଧା, ତଣ୍ଟି ରେ ଯନ୍ତ୍ରଣା, ଏବଂ ଲଗାତାର କଫ ବଢି ରହିଥାଏ l

– ଏବଂ ଆଉକିଛି ମାମଲାରେ ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା ହୋଇଥାଏ ଓ ଥକା ଲାଗିଥାଏ l

– ରୋଗୀ ମାନଙ୍କର ଅକ୍ସିଜେନ ସ୍ତର କମିବାରେ ଲାଗେ , ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥାଏ l

– କିଛି କ୍ଷେତ୍ରରେ ଓଠ ନୀଳ ମଧ୍ୟ ପଡ଼ିଯାଏ l ଯଦି ଏହିଭଳି କିଛି ଲକ୍ଷଣ ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

କେଉଁ ବ୍ୟକ୍ତିମାନେ ଅଧିକ ପୀଡିତ ହେଉଛନ୍ତି –

– ବୟସ୍କ ବ୍ୟକ୍ତି, ଛୋଟ ପିଲା , ଗର୍ଭବତ୍ତୀ ମହିଳା, ମଧୁମେହ ରୋଗୀ , ହାର୍ଟ ପେସେଣ୍ଟ ଏବଂ ଇମ୍ୟୁନିଟି କମ ଥିବା ଓ ଆସ୍ଥମା ରୋଗୀମାନେ ଏହି ଗମ୍ଭୀର ରୋଗରେ ପୀଡିତ ହେଉଛନ୍ତି l

Nalco
Leave A Reply