ଯଦି ଭାରତରେ କୌଣସି ଡ୍ରିଂକ୍ସ ର ସବୁଠୁ ଅଧିକ ବିକ୍ରି ହୋଇଥାଏ ତେବେ ତାହା ହେଉଛି ଚା, ଯାହାକି ଗଳି କନ୍ଦି ର ଚାଳିଆ ଦୋକାନରୁ ନେଇ ଷ୍ଟାର ହୋଟେଲ ରେ ମଧ୍ୟ ବିକ୍ରି କରାଯାଇଥାଏ l ଏବଂ ଭାରତରେ ପ୍ରତ୍ୟେକ ଘରେ ସକାଳୁ ଚା ସସ୍ପେନ ଟିଏ ଚୁଲି ଉପରେ ନିହାତି ବସିଥାଏ, ସକାଳୁ ଚା ଟିକେ ପିଇ ଦେଲେ ଦେହ ଫୁର୍ତି ଲାଗିଥାଏ ଓ ସୁସ୍ତୀ ଦୂର ହୋଇଥାଏ l
କିନ୍ତୁ ନିକଟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ଦ୍ୱାରା ହୋଇଥିବା ଗୋଟିଏ ସର୍ଭେ ରେ ଚା କୁ ଗୋଟିଏ ହାନିକାରକ ପାନୀୟ ର ଆଖ୍ୟା ଦିଆଯାଇଛି l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ସକାଳୁ ଖାଲି ପେଟରେ ଚା ପିଇବା ଦ୍ୱାରା ଗମ୍ଭୀର ରୋଗରେ ଆପଣ ପୀଡିତ ହୋଇପାରନ୍ତି l ତେବେ ଆସନ୍ତୁ ଜାଣିବା କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ l
1 ରେ – ସକାଳୁ ଆମେ ଯେତେବେଳେ ଶଯ୍ୟା ତ୍ୟାଗ କରୁ ଏସିଡ଼ିଟି ସ୍ତର ଆମ ପେଟରେ ବଢି ରହିଥାଏ, ଯେତେବେଳେ ଆମେ ଖାଲି ପେଟରେ ଚା ପିଇଥାଉ ତାହା ପେଟର ପ୍ରାକୃତିକ ଏସିଡ ସହିତ ମିଶି ଯାଇଥାଏ, ଏହାଦ୍ୱାରା ପେଟରେ ଅତ୍ୟଧିକ ଗ୍ୟାସ, ଗମ୍ଭୀର ଏସିଡ଼ିଟି ଓ ଛାତି ରେ ପୋଡା ଆରମ୍ଭ ହୋଇଥାଏ, ପାଚନ ତନ୍ତ୍ର ପ୍ରଭାବିତ ହୁଏ, ଖାଦ୍ୟ ହଜମ ହୋଇ ନଥାଏ, ପେଟ ଫୁଲିଥାଏ, ପେଟ ସଫା ହୋଇନଥାଏ, ଓ ଅଲସର କାରଣ ମଧ୍ୟ ହୋଇଥାଏ l
2 ରେ – ଚା ରେ କାଫିନ ର ମାତ୍ରା ଅଧିକ ରହିଥାଏ, ଯାହା ଶରୀରରେ ମୂତ୍ର ବର୍ଧକ ଭାବରେ କାର୍ଯ୍ୟ କରେ, ଯେଉଁ କାରଣରୁ ବାରମ୍ବାର ପରିସ୍ରା ଲାଗିଥାଏ, ସକାଳୁ ଉଠିବା ପରେ ଆମେ ଶୌଚ ଯାଇଥାଉ ଯେଉଁଥି ପାଇଁ ପେଟ ଖାଲି ହୋଇଯାଏ ସ୍ଥିତିରେ ଖାଲି ପେଟରେ ଚା ପିଇବା କ୍ଷତିକାରକ l
3 ରେ – ଟେନିନ ନାମକ ଗୋଟିଏ ତତ୍ୱ ଚା ରେ ରହିଥାଏ, ଏବଂ ଏହି ତତ୍ୱ ଆମ ଶରୀରକୁ ଖାଦ୍ୟରେ ଯାଉଥିବା ଆଇରନ, କ୍ୟାଲସିୟମ ଏବଂ ଭିଟାମିନ କୁ ଶରୀରରେ ଅବଶୋସିତ ହେବାରେ ଅଟକାଇ ଦେଇଥାଏ, ଯେଉଁ ବ୍ୟକ୍ତିମାନେ ସକାଳୁ ଖାଲି ପେଟରେ ଚା ପିଅନ୍ତି ସେମାନେ ରକ୍ତ ହୀନତାର ଶିକାର ହୁଅନ୍ତି l
4 ରେ – ସକାଳୁ ଦାନ୍ତ ନ ଘଷି ଚା ପିଇବା ଦ୍ୱାରା ପାଟିର ବ୍ୟାକ୍ଟେରିଆ ଆମ ପେଟକୁ ଯାଇଥାଏ, ଏବଂ ଚା ରେ ଥିବା ଏସିଡ ଦାନ୍ତ ନଷ୍ଟର କାରଣ ମଧ୍ୟ ହୋଇଥାଏ l
* କେତୋଟି ଜରୁରୀ କଥାକୁ ରଖନ୍ତୁ ଧ୍ୟାନ –
– ସକାଳୁ ପାଣି ପିଇବାର ୫ ମିନିଟ ପରେ ଚା ପିଅନ୍ତୁ l
– ନଚେତ ଚା ପିଇବା ପୂର୍ବରୁ କିଛି ନିହାତି ଖାଇ ନିଅନ୍ତୁ l
– କ୍ଷୀର ଚା ବଦଳରେ ନାଲି ଚା ପିଇବା ଭଲ l
– ବିଳମ୍ବିତ ରାତିରେ ଚା ପିଅନ୍ତୁ ନାହିଁ , ନିଦ ପ୍ରଭାବିତ ହୋଇଥାଏ l
