ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ଥାନୀୟ ବନବାସୀ ସେବା ସମିତି ପରିସର ମଧ୍ୟରେ ଥିବା ଜ୍ଞାନ ମନ୍ଦିର ଠାରେ ସମ୍ବାଦ-ସାହିତ୍ୟ ଘର ତରଫରୁ ରାକ୍ଷୀ ପୂର୍ଣ୍ଣିମା ଓ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସମ୍ବାଦ ପ୍ରତିନିଧି ସତ୍ୟ ନାରାୟଣ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବନବାସୀ ସେବା ସମିତି ର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ବିଶ୍ୱଜିତ ଜେନା, ସରୋଜ କୁମାର ଆଲଟିଆ, ସୁଜିତ ଦିଗାଳ, ଭାଗ୍ୟଲଷ୍ମୀ କାଲଥା, ତୁଷାର କାନ୍ତ ମହନ୍ତ, ସୁଧାକର ପ୍ରଧାନ, ଚମ୍ପିକା ବେଦଥା, ଆଲୋକ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଯୁବପୀଡ଼ି ଓ ଛାତ୍ରଗୋଷ୍ଠୀ ନିଶାଠାରୁ ଦୂରେଇ ରହିବା, ନିଶା ହିଁ ନିଜ ର ହସଖୁସିର ସଂସାରକୁ ଉଜାଡିବା, ନିଶା ସାଙ୍ଗରେ ଯିଏ କରେ ପ୍ରୀତି, ଅଧା ଜୀବନରେ ଘଟେ ମହାକ୍ଷତି ଏଣୁ ନିଶାଠାରୁ ସବୁଦିନ ପାଇଁ ଦୁରେଇ ରହିବା ଆବଶ୍ୟକ ବୋଲି ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ l ପରେ ପରେ ଉପସ୍ଥିତ ପ୍ରତ୍ୟେକ ଭଉଣୀ ମାନେ ନିଜ ନିଜ ର ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇ କେବେ ମଧ୍ୟ ନିଶା ଗ୍ରହଣ କରିବେ ନାହିଁ ବୋଲି ଶପଥ କରିବା ସହ ଏକ ଉନ୍ନତ ସମାଜ ଗଠନ ରେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ସମ୍ବାଦ ପ୍ରତିନିଧି ସତ୍ୟ ନାରାୟଣ ପାଢ଼ୀ ପରିଚାଳନା କରିଥିଲେ l
