Odisha news

ବାଲିଗୁଡା ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ 

0
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):  ପବିତ୍ର ରକ୍ଷା ବନ୍ଧନ ଉତ୍ସବ, ଏହି ଦିନଟିକୁ ବେସ୍ ଆନନ୍ଦର ସହ ପାଳନ କରିବା ସହ ନିଜର ରକ୍ଷା କବଚ ଭାବେ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳ ରେ ମହାସମାରୋହରେ ପାଳିତ ହୋଇଯାଇଛି l ଟାଉନ ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଛାତ୍ରୀ ମାନେ ଛାତ୍ର ମାନଙ୍କୁ ଏବଂ ଜରାନିବାସ କୁ ଯାଇ ଦୀପ ଧୂପ ପ୍ରଜ୍ଜ ଳନ ପୂର୍ବକ ଫୁଲ ଚନ୍ଦନ ଅର୍ପଣ କରି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିବା ବେଳେ ଶିକ୍ଷା ନିକେତନ ପକ୍ଷରୁ ନିଆରା ଢଙ୍ଗରେ ପାଳନ ହୋଇଛି ରକ୍ଷା ବନ୍ଧନ । ସ୍ଥାନୀୟ ୧୩୭ ବାଟାଲିୟନ ବିଏସଏଫ କ୍ୟାମ୍ପରେ ଶିକ୍ଷା ନିକେତନର କୁନିକୁନି ଛାତ୍ରୀ,ଅଭିଭାବିକା ଓ ଶିକ୍ଷୟତ୍ରୀ ପହଁଞ୍ଚି ଜବାନଙ୍କ ହାତରେ ରାକ୍ଷୀ ବାନ୍ଧି ବେସ୍ ଆତ୍ମ ସନ୍ତୁଷ୍ଟି ଲାଭ କରିଛନ୍ତି । ସେହିପରି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ଭଉଣୀ ମାନେ ଭାଇ ଙ୍କୁ ଏବଂ ଜରାନିବାସ ଯାଇ ସେଠିକାର ଅନ୍ତେ ବାସୀ ଙ୍କୁ ରାକ୍ଷୀ ପିନ୍ଧାଇ ମିଠା ଖୁଆଇ ବେଶ ଉତ୍ସାହ ର ସହ ପାଳନ କରିଥିଲେ l
Nalco
Leave A Reply