ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶାଳବଣ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ସଂଘ ପରିସରରେ କବି ସମାରୋହ ଓ ଆଲୋଚନା ଚକ୍ର ଏବଂ ସ୍ଵଭାଵ କବି ସ୍ବର୍ଗତ ଗଙ୍ଗାଧର ମେହେର ଙ୍କ ୧୬୫ ତମ ଜୟନ୍ତୀ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ପବ୍ଲିକ କୌଶିକ ସାହୁ, ଅନ୍ୟତମ ଅତିଥି ଭାବେ ଶାଳବଣ ସାହିତ୍ୟ ସଂସଦ ର ସଭାପତି ଡ଼.ମଧୁସୂଦନ ମହାପାତ୍ର, ସମ୍ପାଦକ, ରବିନ୍ଦ୍ର ନାଥ ରଥ, କବି ସୌରଭ କୈଳାଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଗଙ୍ଗାଧର ମେହେର ଓ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ଫୋଟଚିତ୍ର ରେ ଦୀପ ଧୂପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ପ୍ରାରମ୍ଭରେ ଡ଼.ମଧୁସୂଦନ ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ସାହିତ୍ୟ ପ୍ରେମୀ ଶ୍ରୀମତୀ ସସ୍ମିତା ପଣ୍ଡା ମହାଭାରତର ବଳି -ବାମନ ଉପାଖ୍ୟାନ ମାଧ୍ୟମ ରେ ରାକ୍ଷୀ ପୂର୍ଣ୍ଣିମା ର ତାତ୍ପର୍ଯ୍ୟ ସମ୍ପର୍କ ରେ ବୁଝାଇଥିଲେ l ସାହିତ୍ୟ ପ୍ରେମୀ ଅନନ୍ତ ଚରଣ ପୃଷ୍ଟି ଓ ପ୍ରମିଳା ପୃଷ୍ଟି ରାକ୍ଷୀ ବନ୍ଧନ ର ମାହାତ୍ମ୍ୟ ସମ୍ପର୍କ ରେ ବୁଝାଇଥିଲେ l ତତ୍ପରେ କବି କୈଳାଶ ଚନ୍ଦ୍ର ବେହେରା ସ୍ବର୍ଗତ ଗଙ୍ଗାଧର ମେହେର ଙ୍କ ଜୀବନୀ ଓ ଲେଖନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ସାହୁ ସ୍ବର୍ଗତ ମେହେର ଙ୍କ ସାହିତ୍ୟ କ୍ଷେତ୍ରରେ ଅବଦାନ ବିଷୟରେ ବଖାଣିଥିଲେ l ଶ୍ରୀ ରଥ ତପସ୍ୱିନୀ ଓ କିଚକ ବଦ୍ଧ ବିଷୟରେ ଆଲୋକପତ କରିଥିଲେ l ସଭାପତି ଡ଼. ମହାପାତ୍ର ସୀତା ଓ ରାମ ଙ୍କୁ ନେଇ ତପସ୍ୱିନୀ କାବ୍ୟରେ ଥିବା କାହାଣୀ ବର୍ଣ୍ଣନା କରିଥିଲେl ଶେଷରେ ବରିଷ୍ଠ ନାଗରିଜ ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ଉପସ୍ଥିତ ସମସ୍ତ ସାହିତ୍ୟ ପ୍ରେମୀ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
