ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କର ରାଶି ପରିବର୍ତ୍ତନ ଅତ୍ୟନ୍ତ ମହତ୍ଵପୁର୍ଣ ଅଟେ, ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜୁନ ୨ ୨୦୨୬ ରୁ ଦେବଗୁରୁ ବୃହସ୍ପତି ଗୋଚର କରୁଛନ୍ତି, ବୃହସ୍ପତିଙ୍କର ଏହି ଗୋଚର ବିଶେଷ ଭାବରେ ଲାଭ ଦୃଷ୍ଟି ରାଜଯୋଗ ର ନିର୍ମାଣ କରୁଛି, ଯାହାକି କିଛି ରାଶିଙ୍କ ପାଇଁ ଖୁବ ଶୁଭ ଓ ଫଳପ୍ରଦ ରହିବ l ଆସନ୍ତୁ ଜାଣିବା ଦେବଗୁରୁ ବୃହସ୍ପତି ଙ୍କର ଏହି ଗୋଚର କେଉଁ ରାଶିଙ୍କ ଉପରେ ରହିବ ଶୁଭଫଳ l
ଯେତେବେଳେ ବୃହସ୍ପତି ନିଜର ଶୁଭ ଦୃଷ୍ଟି କୌଣସି ବିଶେଷ ଭାବି ଉପରେ ପକାଇ ଥାଆନ୍ତି, ତେବେ ସେହି ସ୍ଥିତି ଲାଭ ଦୃଷ୍ଟି ରାଜଯୋଗ ର ନିର୍ମାଣ କରିଥାଏ, ଏହି ଯୋଗ କ୍ୟାରିଅର ରେ ଉନ୍ନତି, ଆଥିକ ସମୃଦ୍ଧି, ପଦ -ପ୍ରତିଷ୍ଠା ରେ ବୃଦ୍ଧି ଓ ଅଟକିଥିବା କାର୍ଯ୍ୟ କୁ ସମ୍ପୂର୍ଣ କରିବାରେ ସାହାଯ୍ୟ କରିଥାଏ l
– ମେଷ ରାଶିର ଜାତକର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଆୟ ର ନୂଆ ସ୍ରୋତ ଖୋଲିବ, କାର୍ଯ୍ୟକ୍ଷେତ୍ର ରେ ସଫଳତା ମିଳିବ, ଦୀର୍ଘଦିନ ରୁ ଅଟକି ଥିବା କାର୍ଯ୍ୟ ହୋଇଯିବ l
– ବୃହସ୍ପତି ଙ୍କ ଗୋଚର ମିଥୁନ ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ, କ୍ୟାରିଅର ରେ ମାନସମ୍ମାନ ମିଳିବ, ବ୍ୟବସାୟ ଭଲରେ ଚାଲିବ, ଆତ୍ମବିଶ୍ୱାସ ବୃଦ୍ଧି ହେବ ଏବଂ ପ୍ରତ୍ୟେକ ନିର୍ଣ୍ଣୟ ରେ ସଫଳତା ପାଇବେ l
– ସିଂହ ରାଶି ର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଭାଗ୍ୟ ଚମକିବ, ପ୍ରତ୍ୟେକ ନୂଆ କାର୍ଯ୍ୟ ରେ ସଫଳତା ପାଇବେ, ଧାର୍ମିକ କାର୍ଯ୍ୟରେ ରୁଚି ରହିବ ଓ ପରିବାରର ସହଯୋଗ ମିଳିବ l
– ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର କ୍ୟାରିଅର ରେ ସଫଳତା ଆଣିବ କାର୍ଯ୍ୟସ୍ଥଳ ରେ ସହଯୋଗ ମିଳିବ, ଆର୍ଥିକ ପକ୍ଷ ମଜବୁତ ହେବ l
– ଧନୁ ରାଶିର ସ୍ୱାମିଂରଃ ବୃହସ୍ପତି ଅଟନ୍ତି, ତେଣୁ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଶୁଭଫଳ ପ୍ରଦ ହେବ, ବ୍ୟକ୍ତିତ୍ୱରେ ବିକାଶ ହେବ, ଦାମ୍ପତ୍ୟ ଜୀବନ ସୁଖମୟ ହେବ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ l