Odisha news

୧୨ବର୍ଷ ପରେ ଜୁନ ୨ ତାରିଖରୁ  ଦେବଗୁରୁ ବୃହସ୍ପତି କରିବେ ଗୋଚର , ଏହି ୬ ରାଶି ଉପରେ ରହିବ ଶୁଭଫଳ

0

ଜ୍ୟୋତିଷ ଶାସ୍ତ୍ର ରେ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଖୁବ ମହତ୍ଵପୁର୍ଣ, ଜୁନ ୨ତାରିଖ ରାତି ୨ଟା ୨୫ ,ମିନିଟ ରେ ଦେବଗୁରୁ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କରିବେ, ୧୨ ବର୍ଷପରେ ଦୀର୍ଘ ଅନ୍ତରାଳ ପରେ ଗୁରୁ ନିଜ ଉଚ୍ଚ ରାଶି କର୍କଟ କୁ ଗୋଚର ହେବେ, ଯେଉଁଠି ସେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ରହିବେ, ଡେଵଗୁରୁଙ୍କ ର ଏହି ରାଶି ପରିବର୍ତ୍ତନ ରେ ମେଷ ରୁ ନେଇ ମୀନ ପର୍ଯ୍ୟନ୍ତ ସମସ୍ତ ରାଶି ପ୍ରଭାବିତ ହେବ, କିନ୍ତୁ ୬ଟି ରାଶି ଉପରେ ଶୁଭଫଳ ରହିବ l

କାହିଁକି ଗୁରୁଙ୍କ ଗୋଚର ମହତ୍ଵପୁର୍ଣ ?
ସୌର ମଣ୍ଡଳ ର ସବୁଠୁ ବିଶାଳ ଗ୍ରହ ହେଉଛନ୍ତି ବୃହସ୍ପତି କିନ୍ତୁ ସେ ଖୁବ  ଧୀରେ ଗୋଚର କରିଥାଆନ୍ତି , ସେ ଗୋଟିଏ ରାଶିରେ ପାଖାପାଖି ୧ବର୍ଷ ରହିଥାଆନ୍ତି, ତେଣୁ ଯେତେବେଳେ ଗୁରୁ ଗୋଚର କରିଥାଆନ୍ତି ତାର ପ୍ରଭାବ ଖୁବ ଗୁରୁତ୍ୱପୂର୍ଣ ହୋଇଥାଏ l ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଙ୍କୁ ଭାଗ୍ୟ, ଜ୍ଞାନ, ବିବାହ, ସନ୍ତାନ, ଧନ, ବିବେକ ଓ ଧାର୍ମିକ କାର୍ଯ୍ୟର କାରକ କୁହାଯାଏ, ବ୍ରହସ୍ପତିଙ୍କୁ ସବୁଠୁ ପରୋପକାରୀ ଗ୍ରହ କୁହାଯାଏ l

ଯେତେବେଳେ ବୃହସ୍ପତି ଚନ୍ଦ୍ରମାଙ୍କ ରାଶି କର୍କଟ ରେ ରୁହନ୍ତି ତାହା ଉଚ୍ଚ ରାଶି ଗମନ କୁହାଯାଏ ଓ ଶୁଭଫଳ ମିଳିଥାଏ, ଏବଂ ମକର ରାଶିରେ ଗୋଚାରକୁ ନୀଚ ରାଶି ଗୋଚର କୁହାଯାଏ ଯେଉଁଠି ଅଧିକ ଶୁଭଫଳ ମିଳିନଥାଏ l

ଏହି ୬ଟି ରାଶି ହେବେ ଲାଭାନ୍ବିତ –

* ମେଷ ରାଶିର ଜାତକ ବ୍ୟକ୍ତିଙ୍କ ପାଇଁ ଗୁରୁଙ୍କ ଗୋଚର କୌଣସି ବରଦାନ ଠାରୁ କମ ନୁହେଁ, ଦୀର୍ଘଦିନ ରୁ ଚାଲିଥିବା ପଇସାର ଅସୁବିଧା ଦୂର ହୋଇଥାଏ, ଏହି ସମୟରେ ଅନେକ ସୁଖ ସୁବିଧା ପାଇବେ, ଏବଂ ଅଟକିଥିବା କାର୍ଯ୍ୟ ହୋଇଯିବ l

* କର୍କଟ ରାଶିର ବ୍ୟକ୍ତି ଙ୍କ ପାଇଁ ଏହି ସମୟ ଗୋଲଡେନ ଟାଇମ ରହିବ, ଯଦି ଆପଣ ଦୀର୍ଘଦିନ ରୁ ନୂଆ ଚାକିରୀ ଖୋଜୁଛନ୍ତି ତେବେ ତାହା ମିଳିବାର ସମ୍ଭାବନା ରହିଛି ଜୁନ ୨ ପରେ l

* ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ କ୍ୟାରିଅର ରେ ସଫଳତା ମିଳିବ, ବ୍ୟବସାୟ ରେ ସୁଫଳ ମିଳିବ, ବ୍ୟବସାୟିକ ଡୀଲ ଭଲ ହେବ, ଚାକିରିଆ ଙ୍କୁ ପ୍ରମୋସନ ମିଳିବ l

* ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଉନ୍ନତି ର ନୂଆ ରାସ୍ତା ଖୋଲିବ, ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି, ଏହି ସମୟରେ ଆପଣଙ୍କ ଆତ୍ମବିଶ୍ୱାସ ଖୁବ ଉଚରେ ରହିଛି, ଦୀର୍ଘଦିନ ରୁ ଅଟକିଥିବା କାର୍ଯ୍ୟ ହୋଇଯିବ l

* ବିଛା ରାଶିର ବ୍ୟକ୍ତି ଯେଉଁମାନେ ଚାକିରୀ ଓ ବ୍ୟବସାୟ ରେ ଜଡିତ ସେମାନଙ୍କୁ ଶୁଭଫଳ ମିଳିବ, ବିଗିଡି ଯାଇଥିବା କାର୍ଯ୍ୟ ହୋଇଯିବ, ପରିବାର ଓ ସମ୍ପର୍କୀୟ ଙ୍କ ସହଯୋଗ ମିଳିବ, ମାନସିକ ଚାପ ଦୂର ହେବ ଓ ପରିବାର ରେ ସୁଖ ସମୃଦ୍ଧି ରହିବ l

* ମିନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଖୁବ ଭାଗ୍ୟଶାଳୀ ରହିବ, ସମାଜରେ ପ୍ରତିଷ୍ଠା ବଢିବ, ଧନ ସମ୍ବନ୍ଧିତ ସମସ୍ୟା ଦୂର ହେବ, ଚାକିରିଆ ମାନେ ପ୍ରମୋସନ ପାଇବେ ଓ ବ୍ୟବସାୟୀ ସଫଳ ହେବେ l

କରିବେ ଏହି ଉପାୟ –
– ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧିବେ
– କଦଳୀ ଗଛ କୁ ପୂଜା କରିବେ
– ଗୁରୁବାର ଦିନ ହଳଦିଆ ବସ୍ତୁ ଦାନ କରିବେ
– ପ୍ରତ୍ୟେକ ଗୁରୁବାର ‘ ଓଂ ବୃଙ୍ଗ ବୃହସ୍ପତୟେ ନମଃ ‘ ୧୦୮ ଥର ଜପ କରନ୍ତୁ l

Nalco
Leave A Reply