ଆଇଫା ( IIFA ) ଆୱାର୍ଡ ୨୦୨୫ ମାର୍ଚ୍ଚ ୭ତାରିଖ ରୁ ରାଜସ୍ଥାନ ର ଜୟପୁର ରେ ଆୟୋଜନ ହୋଇଛି , ଏହା ୭ମାର୍ଚ୍ଚ ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ୨୦୦୦ ମସିହାରେ ଆରମ୍ଭ ହୋଇଥିବା ଆଇଫା ଆୱାର୍ଡ ବର୍ତମାନ ୨୬ ବର୍ଷର ହୋଇଯାଇଛି l
ଆଇଫା କଣ –
ଆଇଫା ର ଫୁଳଫର୍ମ ଇଣ୍ଟରନେଶନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ ଆୱାର୍ଡସ , ଏହି ଆୱାର୍ଡ ଭାରତୀୟ ଚଳଚିତ୍ର ସହିତ ଜଡିତ କଳାକାର ଙ୍କୁ ଦିଆଯାଇଥାଏ, ଏହାର ଅର୍ଥ ଏଥିରେ କେବଳ ବଲିଉଡ ଚଳଚିତ୍ର ନୁହେଁ ଦକ୍ଷିଣ ଭାରତୀୟ ଚଳଚିତ୍ର କୁ ମଧ୍ୟ ସମ୍ମାନିତ କରାଯାଇଥାଏ l ଏହି ପୁରସ୍କାର ମିୟୁଜିକ , ଷ୍ଟୋରି, ଡ଼ାଇରେକ୍ଟର, ଆକ୍ଟର୍ସ ସହିତ ସମସ୍ତ କାଟାଗୋରି କୁ ସମ୍ମାନିତ କରାଯାଇଥାଏ l
କିଏ ଅର୍ଗାନାଇଜ କରାଇଥାଏ ଆଇଫା –
ଏହି ଆୱାର୍ଡ ସେରିମନି କୁ ବୀଜକ୍ରାଫ୍ଟ , ଇଣ୍ଟରନେଶନାଲ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ନାମକ କମ୍ପାନୀ ପ୍ରସ୍ତୁତ କରିଥାଏ, ଏହା ଗୋଟିଏ ଇଣ୍ଟରନେଶନାଲ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଅଟେ, ଏଥିରେ ଅନଲାଇନ ଭୋଟିଂ ଜରିଆରେ ଭାରତୀୟ ଚଳଚିତ୍ର କୁ ତାଙ୍କ ପ୍ରଶଂସକ ମାନେ ଭୋଟ କରନ୍ତି, ବିଶ୍ୱ ସାରା ପୋଲିଂ ପରେ ଅଲଗା ଅଲଗା କାଟାଗୋରି ରେ ପୁରସ୍କାର ଦିଆଯାଇଥାଏ l
କେବେ ଓ କେଉଁଠୁ ଆରମ୍ଭ ହୋଇଥିଲା ଆଇଫା –
ଆଇଫା ର ଆରମ୍ଭ ଇଂଲଣ୍ଡ ର ଲଣ୍ଡନ ରେ ୨୦୦୦ ରେ ହୋଇଥିଲା, ବର୍ତମାନ ପର୍ଯ୍ୟନ୍ତ ଏହା ଅନେକ ଅଲଗା ଅଲଗା ଦେଶରେ ପ୍ରଦର୍ଶିତ କରାଯାଇଛି l ବର୍ତମାନ ସୁଦ୍ଧା ୧୭ ଟି ଦେଶରେ ଆଇଫା ଅର୍ଗାନାଇଜ କରାଯାଇଛି, କରୋନା ସମୟ ରେ ୨୦୨୦ -୨୧ ଏହି ଆୱାର୍ଡ କୁ ବନ୍ଦ କରିଦିଆ ଯାଇଛି l