Odisha news

ହମସଫର ଏକ୍ସପ୍ରେସ ଠାରୁ ନେଇ ବନ୍ଦେଭାରତ , କିଭଳି ହୋଇଥାଏ ଟ୍ରେନ ମାନଙ୍କର ନାମକରଣ

0

ଭାରତୀୟ ରେଳ ର ନେଟ ୱାର୍କ ଦୁନିଆର ସବୁଠୁ ବଡ଼ ଚତୁର୍ଥ ନେଟ ୱାର୍କ , ଯଦି ପ୍ରତିଦିନ ର କଥା କହିବେ ତେବେ ଦିନକୁ ୧୩ ହଜାର ରୁ ଉର୍ଧ୍ଵ ଟ୍ରେନ ଚାଲିଥାଏ ଦେଶ ମଧ୍ୟରେ , ଏହି ଟ୍ରେନ ରହିଛି ହାମସଫର ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ବନ୍ଦେ ଭାରତ ଏକ୍ସପ୍ରେସ, ସ୍ଵର୍ଣ ଜୟନ୍ତୀ ଏକ୍ସପ୍ରେସ, ଏହିଭଳି ଅନେକ ଟ୍ରେନ ସାମିଲ ରହିଛନ୍ତି l ତେଣୁ ଏହି ଟ୍ରେନ ଗୁଡିକ ର ନାମ କରଣ କିପରି କରାଯାଇଥାଏ ତାହାକୁ ଅନେକ ସମୟରେ ମନରେ ପ୍ରଶ୍ନ ଉଠିଥାଏ l ଏବଂ ଏହା ପଛରେ କଣ ଲଜିକ ରହିଛି, ଏବଂ କାହା ପାଖରେ ଏହି ଅଧିକାର ରହିଛି ଟ୍ରେନ ମାନଙ୍କର ନାମକରଣ କରିବା ପାଇଁ l

ଭାରତୀୟ ରେଳ ଦ୍ୱାରା ଟ୍ରେନ ମାନଙ୍କର ନାମକରଣ ପ୍ରକ୍ରିୟା ଖୁବ ଭାବିଚିନ୍ତି ନିର୍ଧାରିତ କରାଯାଇଥାଏ, ଏଥିରେ ଦେଶର ସଂସ୍କୃତି, ଇତିହାସ, ଭୁଗଳ ଓ ଅନେକ ପ୍ରକାରର କାରଣ ସାମିଲ ରହିଛି l ସେହି ହିସାବ ରେ ଟ୍ରେନ ମାନଙ୍କର ନାମ କରଣ ହୋଇଥାଏ l

ଯଦି ଆମେ ହାମସଫର ଟ୍ରେନ କଥା କହିବା ତେବେ ଏହା ଯାତ୍ରୀ ମାନଙ୍କୁ ଯୋଡି ସଫର ଅର୍ଥାତ ଯାତ୍ରା କରିଥାଏ, ଏହଂହିଭଳି ଭାବରେ ମହାକାଳ ଏକ୍ସପ୍ରେସ ଉଜ୍ଜୟିନୀ ର ମହାକାଳ ମନ୍ଦିର କୁ ସମର୍ପିତ ଅଟେ, ସେହିଭଳି ବୁଢ଼ପୁର୍ଣିମା ଏକ୍ସପ୍ରେସ ଭଗବାନ ବୁଦ୍ଧଙ୍କୁ ସମର୍ପିତ ଅଟେ l ବନ୍ଦେ ଭାରତ ଏକ୍ସପ୍ରେସ ଦେଶର ଗୌରବ କୁ ଦର୍ଶାଇଥାଏ, ଜନଶତାବ୍ଦୀ ଏକ୍ସପ୍ରେସ ଜନତାଙ୍କ ପାଇଁ ସମର୍ପିତ ଅଟେ l

ଟ୍ରେନ ମାନଙ୍କର ନାମକରଣ ପ୍ରକ୍ରିୟା ରେଲୱେ ବୋର୍ଡ କରିଥାଏ, ଏହାଛଡା ରାଜ୍ୟ ସରକାର ଙ୍କୁ ଓ ରେଲୱେ ଜୋନ କୁ ମଧ୍ୟ କିଛିଟା ନାମ ମଗାଯାଇଥାଏ l ଟ୍ରେନ ର ରୁଟ ଓ ଏହାର ବିଶେଷତା କୁ ଧ୍ୟାନ ରଖି  ନାମକରଣ କରାଯାଇଥାଏ କିନ୍ତୁ ଶେଷ ନିଷ୍ପତି ରେଳ ମନ୍ତ୍ରଣାଳୟ ର ହୋଇଥାଏ l

Leave A Reply