Odisha news

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ କବିତା ପାଠୋତ୍ସବ

0
ନୂଆପଡା -୮/୩ (ସୁରେନ୍ଦ୍ର ତିୱାରୀ) : ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସଂସ୍କୃତି ପରିଷଦ ନୂଆପଡା ଆନୁକୁଲ୍ୟରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହରେ  କେବଳ ନାରୀ କବି (କବୟିତ୍ରୀ) ମାନଙ୍କୁ ନେଇ ସନ୍ଧ୍ୟାରେ ଏକ ସ୍ବରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଦିଚ୍ଛା କ୍ରମେ ଏବଂ ତାଙ୍କ ଅଧ୍ୟକ୍ଷତାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଏଲ୍ ଡି ଏମ୍ ସୀତାରାମ ମେହେର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୩୯ ଜଣ ଲବ୍ଧପ୍ରତିଷ୍ଠ ଏବଂ ନବାଗତା ନାରୀ କବି ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ। ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନର ସଭାପତି ତଥା କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟାପିକା ସଂଜୀବନୀ ସୁଧା ରଥ କବିତା ପାଠୋତ୍ସବ ସଂଯୋଜନା କରିଥିଲେ। ନାରୀ କବିମାନଙ୍କ ଏହି କବିତା ପାଠ ସମାରୋହ ଅତ୍ୟନ୍ତ ପ୍ରାଣସ୍ପର୍ଷି ତଥା ମନୋମୁଗ୍ଧକର ହୋଇଥଲା। କବୟିତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗଦେଇ ଏହି ସମାରୋହକୁ ସଫଳ କରିଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଏମାନେ ଭବିଷ୍ୟତରେ ନୂଆପଡାର କଳା ସଂସ୍କୃତିର ବାର୍ତ୍ତାବହ ହେବେ ବୋଲି ଆଶା ପୋଷଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ କରିଥିବା  ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ  ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବିଭିନ୍ନ ଅଧିକାରୀ, କର୍ମଚାରୀ, ଜିଲ୍ଲାର କବିତା ପ୍ରେମୀ ଶ୍ରୋତାବୃନ୍ଦ, ଗଣ ମାଧ୍ୟମର ପ୍ରତିନିଧି ପ୍ରମୂଖ ଯୋଗ ଦେଇଥିଲେ।
Govt
Leave A Reply