ବାଲିଗୁଡା,୩୦/୫-;୬ଦିନ ହେବ କୋଟଗଡ ବ୍ଲକ ଅନ୍ଧାରରେ,ବିଦୁ୍ୟତ ସରବରାହ ବନ୍ଦ ରହିଛି । ଏହାକୁ ନେଇ କୋଟଗଡ ବାସିନ୍ଦା ଆଜି ରାଜରାସ୍ତାକୁ ଓଲ୍ଲାଇ ରାଜରାସ୍ତାକୁ ବନ୍ଦ ରଖି ଆନେ୍ଦାଳନ କରୁଛନ୍ତି ଏଥି ସହିତ କୋଟଗଡ ବନାଂଚଳ କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି । ଡାଙ୍ଗସୁରୁୁଡାର- କୋଟଗଡ କୁ ୩୩କେଭି ବିଦୁ୍ୟତ ସଂଯୋଗ ନିମନ୍ତେ ପୁର୍ବ ସରକାର ଅର୍ଥ ମଂଜୁର କରି ଟେଣ୍ଡର ପକ୍ରିୟା ସରିଛି ତାକୁ କାର୍ଯ୍ୟକାରି କରିବାକୁ ବାଲିଗୁଡା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ ଦେଉନାହାନ୍ତି ଏହି ରାସ୍ତାରେ ହାତିଚଲାପଥ ରହିଛି କହି କାମ କରିବାକୁ ଅନୁମତି ଦେଉନାହାନ୍ତି । ତଳଦିନେ ବନଖଣ୍ଡ ଅଧିକାରୀ ତୁରନ୍ତ କାମ ଆରମ୍ଭ ହେବ ବୋଲି ଲିଖିତ ଭାବେ ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କାମ ହେଉନାହିଁ ଓ ବନଖଣ୍ଡ ଅଧିକାରୀ ଏହି କାମ ନକରିବାକୁ କହୁଛନ୍ତି ଏବଂ ଏହାକୁ ନେଇ ବନଖଣ୍ଡ ଅଧିକାରୀଙ୍କୁ ବାରମ୍ବାର କହିଲେବି ଶୁଣୁନାହାନ୍ତି ।ଏଣୁ ବନଖଣ୍ଡ ଅଧିକାରୀ ଏଠାକୁ ଆସି ଚିଠି କରିବେ ଏବଂ ଡାଙ୍ଗସୁରୁୁଡାର କାମ ଆରମ୍ଭ ହୋଇନି ସେତିକି ପର୍ଯ୍ୟନ୍ତ ଆମେ ରାଜରାସ୍ତାରୁ ଓଲ୍ଲାଇବୁ ନାହିଁ ବୋଲି କୋଟଗଡ ବାସିନ୍ଦା କହିଛନ୍ତି । ଖବର ଲେଖିବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଛି । ଘଟଣା ସ୍ଥଳକୁ ସ୍ଥାନୀୟ ଆଇଆଇସି ସମ୍ବିତ ସ୍ୱାଇଁ ବୁଝାସୁଝା କଲେବି କେହି ଶୁଣୁନାହାନ୍ତି । ରାସ୍ତାରୋକ କାରଣରୁ ରାସ୍ତାର ଉଭୟ ପାସ୍ୱର୍ରେ ଯାନବାହାନ ଅଟକି ରହିଛି ।