ଲଣ୍ଡନ ର ଚେଥମ ହାଉସ ରେ ଭାରତ ବିଦେଶମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନ ଅଧିକୃତ କାଶ୍ମୀର କୁ ନେଇ ଗୋଟିଏ ବୟାନ କଣ ଦେଇଦେଲେ ଉମର ଅବଦୁଲା ଙ୍କ ଠାରୁ ନେଇ ପାକିସ୍ତାନ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହୋଇଗଲା, ବିଶେଷ ଭାବରେ ଏହି କାର୍ଯ୍ୟକ୍ରମ ସମୟରେ ପାକିସ୍ତାନୀ ପତ୍ରକାର ପ୍ରଶ୍ନ ର ଉତର ଦେଇ ଏସ. ଜୟଶଙ୍କର କହିଥିଲେ ପାକିସ୍ତାନ ମୁଦା ସେତେବେଳେ ସମାଧାନ ହୋଇପରିବ ଯେତେବେଳେ ପାକିସ୍ତାନ ଭାରତରୁ ଚୋରି କରି ଅବୈଧ ଭାବରେ ମାଡି ବସିଥିବା ଜାଗାକୁ ଆମକୁ ଦେଇଦେବ, ଏହି ବୟାନ ପରେ ପାକିସ୍ତାନ ଭୟଭୀତ ହୋଇ ଯାଇଛି, ଏବଂ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ସଫକତ ଅଲ୍ଲୀ ଖାଁ ଜୟଶଙ୍କର ଙ୍କ ବୟାନ କୁ ଆଧାର ହୀନ ବୋଲି କହିଥିଲେ l
ପାକିସ୍ତାନ କବ୍ଜା କରିଛି POK କୁ –
POK ସବୁବେଳେ ଭାରତର ଅଂଶ ଥିଲା, କିନ୍ତୁ ପାକିସ୍ତାନ ଏହାକୁ ଜବରଦସ୍ତି ଅଧକାର କରିଛି, ଯଦି ଆଜି ତାରିଖରେ ଭାରତ ପାକିସ୍ତାନ ଉପରେ ପିଓକେ ପାଇଁ ଆକ୍ରମଣ କରିଦେଲା ତେବେ କଣ ହେବ ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଆସିଛି, ଅନେକ ଲୋକ କହି ଥାଆନ୍ତି ଆକ୍ରମଣ କରି ନେଇ ଆସିବା ଜରୁରୀ l
ପାଖାପାଖି ଗୋଟିଏ ମାସ ପୂର୍ବରୁ ଗ୍ଲୋବାଲ ଫାୟାର ପାୱାର ଗୋଟିଏ ତାଲିକା ଜାରି କରିଥିଲେ, ଏହି ସଂସ୍ଥା ବିଶ୍ୱର ଦେଶମାନଙ୍କର ସୈନ୍ୟ ଶକ୍ତି ଆଧାର ରେ ରିଅଙ୍କିଙ୍ଗ ନିର୍ଧାରିତ କରିଥାଏ, ମଜବୁତ ସେନା ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି, ଏବଂ ପାକିସ୍ତାନ ୧୨ ସ୍ଥାନରେ ରହିଛି, ୨୦୨୪ ରେ ପାକିସ୍ତାନ ନବମ ସ୍ଥାନରେ ରହିଥିଲା l ଏବଂ ପ୍ରଥମ ସ୍ଥାନରେ ଆମେରିକା ରହିଛି, ଦ୍ଵିତୀୟ ସ୍ଥାନରେ ରୁଷ ଓ ତୃତୀୟ ସ୍ଥାନରେ ଚୀନ ରହିଛି l