Odisha news

ଏହି ୫ଟି କାରଣରୁ ବିକୀ କୌଶଲ ଙ୍କ ଚଳଚିତ୍ର ‘ଛାବା ‘ ନିହାତି ଦେଖିବା ଜରୁରୀ

0

ଵିକକୀ କୌଶଳ ବଲିଉଡ ର ମସ୍ତ ଟ୍ୟାଲେଣ୍ଟେଡ ଆକ୍ଟର ଙ୍କ ଲିଷ୍ଟ ରେ ସାମିଲ ହୋଇଛନ୍ତି, ବିକୀ ବର୍ତମାନ ସୁଦ୍ଧା ନିଜ କ୍ୟାରିଅର ର ସବୁଠୁ ସର୍ବତ୍କୃଷ୍ଟ ଆକ୍ଟିଙ୍ଗ ଦ୍ୱାରା ଦର୍ଶକ ଙ୍କ ମନ ଜିଣିଛନ୍ତି l କିନ୍ତୁ ବିକି କୌଶଳ ଙ୍କ ‘ଛାବା ‘ ଚଳଚିତ୍ର ବକ୍ସ ଅଫିସ ଦୋହଲାଇ ଦେବ ବୋଲି ସିନେ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l ଏହି ଚଳଚିତ୍ର ପରେ ବିକି ପୁନର୍ବାର ସୂଚେଇ ଦେଇଛନ୍ତି ଯେ କାହିଁକି ସେ ଉନ୍ନତ କଳାକାର ଙ୍କ ମଧ୍ୟରେ ସାମିଲ ହୋଇଛନ୍ତି, ସିନେ ବିଶେଷଜ୍ଞ କହିଛନ୍ତି ୨୦୨୫ ରେ ‘ଛାବା ‘ ଚଳଚିତ୍ର ବିକି ଙ୍କ କ୍ୟାରିଅର ର ସବୁଠୁ ଶ୍ରେଷ୍ଠ ଚଳଚିତ୍ର ହେବ l

ଆସନ୍ତୁ ଆଜି ଜାଣିବା କେଉଁ ୫ଟି କାରଣରୁ ‘ଛାବା ‘ ଦେଖିବା ଜରୁରୀ –
‘ଛାବା ‘  ଗୋଟିଏ ଐତିହାସିକ ଚଳଚିତ୍ର ଅଟେ, ଯାହାକୁ ଗୋଟିଏ ମାଷ୍ଟର ପିସ ବୋଲି କୁହାଯାଉଛି, ଏହି ଚଳଚିତ୍ର ଟି ରିଲିଜ ହେବାର ପ୍ରଥମ ଦିନ ବକ୍ସ ଅଫିସ କୁ ଦୋହଲାଇ ଦେଇଥିଲା, ଏବଂ ୩୧ କୋଟିର କଲେକ୍ସନ ସହିତ ଓପନିଂ କରିଥିଲା, ଏହି ଚଳଚିତ୍ର ରେ ଏଭଳି ଅନେକ କାରଣ ରହିଛି ଯେଉଁ କାରଣରୁ ଏହାକୁ ଦେଖିବା ଜରୁରୀ l

୧ –  ଗୋଟିଏ ଯୋଦ୍ଧା ଙ୍କ ଜୀବନୀ କୁ ନେଇ ଚଳଚିତ୍ର ଟି –
ମରହଟା ବୀର ଛତ୍ରପତି ଶିବାଜୀ ମହାରାଜ ଙ୍କୁ ଆମେ ପ୍ରାୟ ସମସ୍ତେ ଅଳ୍ପ ବହୁତେ ଜାଣିଚୁ, କିନ୍ତୁ ତାଙ୍କ ପୁତ୍ର ଛତ୍ରପତି ସଂଭାଜୀ ମହାରାଜ ଙ୍କ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି, କିନ୍ତୁ ‘ଛାବା ‘  ଚଳଚିତ୍ର ରେ ସଂଭାଜୀ ମହାରାଜ ଙ୍କ ସୈନ୍ୟ ପ୍ରତିଭା, ରାଜନୀତି ଓ ବ୍ୟକ୍ତିଗତ ଯିବନି ବିଷୟରେ ପ୍ରସ୍ତୁତି ହୋଇଛି ‘ଛାବା ‘ ଚଳଚିତ୍ର l
୨ – ଏହି ଚଳଚିତ୍ର ର କିଛି ତା ଡାଇଲଗ ଏଭଳି ରହିଛି ଯାହାକି ଛାତି ଥରାଇ ଦେବ ଓ ଲୋମ ମୂଳ ଟାଙ୍କୁରୀ ଉଠିବ l ଯାହା ଦର୍ଶକ ଙ୍କ ମନରେ ଆନ୍ଦୋଳନ ସୃଷ୍ଟି କରିବା ସହିତ ଇତିହାସ ବିଷୟରେ କିଛି ଜାଣିବାର ଖୋରାକ ଯୋଗାଇବ l
୩ – ‘ଛାବା ‘ ଚଳଚିତ୍ର ରେ ପାୱାରଫୁଲ ଷ୍ଟାର  କାଷ୍ଟ କରାଯାଇଛି, ଯେଉଁଥିରେ ଔରାଙ୍ଗଜେବ ଭୂମିକା ରେ ଅକ୍ଷୟ ଖାନା ଓ ମହାରାଣୀ ୟେଷୁବାଇ ଭୂମିକା ରେ ରଶ୍ମିକା ମନ୍ଦାନା କାମ କରିଛନ୍ତି l
୪ – ଚଳଚିତ୍ର ଟିରେ ଖୁବ ସୁନ୍ଦର ଯୁଦ୍ଧ ସିନ ରହିଛି ଯାହା ଦର୍ଶକ ଙ୍କୁ ଐତିହାସିକ କାହାଣୀ ର ଗଭୀରକୁ ନେଇଯିବ l ଏବଂ ଚଳଚିତ୍ର ଟିରେ ଏ.ଆର.ରହମାନ ଙ୍କ ସଂଗୀତ ରେ ଦର୍ଶକ ଝୁମିବେ ବୋଲି ଆଶା କରାଯାଉଛି l
୫ – ଚଳଚିତ୍ର ଟିକୁ ନିର୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉଟେକର , ‘ଛାବା ‘ ରେ ସେ ଐତିହାସିକ ଭବ୍ୟତା କୁ ଗଭୀର ଭାବରେ ଭାବନାର ସହିତ ଯୋଡ଼ିଛନ୍ତି l ତେଣୁ ଚଳଚିତ୍ର ଟିକୁ ଆପଣ ଦେଖି ଡ଼ାଇରେକ୍ଟର ଙ୍କ ପ୍ରଶଂସା ନକରି ରହିପାରିବେ ନାହିଁ l

Leave A Reply