ମହାକୁଂଭ ର ଭାଇରଲ ଗାର୍ଲ ମୋନାଲିଶା ବର୍ତମାନ ସେଲିବ୍ରେଟି ଠାରୁ କମ ନୁହନ୍ତି, ବର୍ତମାନ ସୋସିଆଲ ମିଡିଆରେ କେବଳ ତାଙ୍କରି ଫଟୋ ଓ ଭିଡିଓ ଭାଇରଲ ହେଉଛି, ପ୍ରଥମ ଥର ପାଇଁ ସେ ଜଣେ ସେଲିବ୍ରେଟି ଭାବରେ କୌଣସି କାର୍ଯ୍ୟକ୍ରମ ରେ ପହଂଚିଥିଲେ, ଏହି ସମୟ ରେ ସେ ତାଙ୍କୁ ଦେଖିବଳୁ ଜମିଥିବା ଭିଡ଼ କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ, କେବଳ ସେ ନିଜର ସୁନ୍ଦର ନୟନ ଯୁଗଳ ରେ ଭିଡ଼ କୁ ଦେଖିଥିଲେ, ଲୋକେ ତାଙ୍କର ଭିଡିଓ ଓ ଫଟୋ ପାଇଁ ଭିଡ଼ ଜମାଇଥିଲେ l
ବିଶେଷ ଘଟଣାଟି ହେଲା ମୋନାଲିଶା ଚଳଚିତ୍ର ପାଇଁ କଣ୍ଟ୍ରାକ୍ଟ ସାଇନ କରିଛନ୍ତି, ସେ ବର୍ତମାନ ଟ୍ରେନିଂ ପାଇଁ ମୁମ୍ବାଇ ରେ ଅଛନ୍ତି,ସେ ପ୍ରଥମ ଥର ପାଇଁ କୌଣସି କମର୍ସିଆଲ ଇଭେଣ୍ଟ ରେ ପହଂଚି ଥିଲେ ଏବଂ ଅଦ୍ଭୁତ ଭିଡ଼ ଦେଖିବାକୁ ମିଳିଥିଲା l ଭାଇରଲ ହେବା ପରେ ମୋନାଲିସା ଙ୍କ ନିକଟକୁ ଅନେକ ଆଡ଼ ଅଫର ଆସିଥିଲା, କିନ୍ତୁ ସେ ତାହାକୁ ଏଡାଇ ଦେଇଥିଲେ, କିନ୍ତୁ ନିକଟରେ କେରଳ ରେ ଗୋଟିଏ ସୁନା ଦୋକାନ ର ଲଂଚିଙ୍ଗ କୁ ନେଇ ସେଠାରେ ସେ ଉପସ୍ଥିତ ହୋଇଥିଲେ l
ମୋନାଲିସା ସେଠାରେ ପହଂଚିବା ଖବର ଶୁଣି ଲୋକଙ୍କ ଭିଡ଼ ଜମିଥିଲା, ଲୋକେ ତାଙ୍କ ଭିଡିଓ ଓ ଫଟୋ ନେବାକୁ ପହଂଚିଥିଲେ, ଲୋକେ ଧକା ମାରମାରୀ ହୋଇ ତାଙ୍କର ଭିଡିଓ କରିବାକୁ ଓ ଫଟୋ ଉଠାଇବାକୁ ଚାହୁଁଥିଲେ l
ଦୋକାନ ଭିତରେ ଯେତିକି ଭିଡ଼ ଦୋକାନ ବାହାରେ ମଧ୍ୟ ସେତିକି ଭିଡ଼ ଦେଖିବାକୁ ମିଳିଥିଲା, ଏହାଛଡା ଦୋକାନ ବାହାରେ ମଧ୍ୟ ଗୋଟିଏ ଷ୍ଟେଜ ତିଆରି ହୋଇଥିଲା, ଏବଂ ଷ୍ଟେଜ ନିକଟରେ ଲୋକଙ୍କ ଭିଡ଼ ଜୋରେ ଜମିଥିଲା l ମୋନାଲିସା ଙ୍କ ସହିତ ତାଙ୍କ ନିର୍ଦେଶକ ମୋନଜ ମିଶ୍ରl ମଧ୍ୟ ଉପସ୍ଥିତ ଥିଲେ, ଏବଂ ସେ ଜାଣିପାରି ନଥିଲେ ଯେ ମୋନାଲିଶା ଙ୍କର କେରଳ ରେ ଏତେ କ୍ରେଜ ରହିଛି l ଏବଂ ତାଙ୍କୁ ଦେଖିବାକୁ ଏତେ ଭିଡ଼ ଜମିବ l