ନୂଆପଡା -୬/୬ ଦ୍ରୁତ ତଥ୍ଯ ଆଦାନପ୍ରଦାନ ପାଇଁ ଭାରତ ନିର୍ବାଚନ ଆୟୋଗ ଇଣ୍ଡେକ୍ସ କାର୍ଡ଼ ଏବଂ ପରିସଂଖ୍ୟାନ ରିପୋର୍ଟକୁ ମଧ୍ଯ ସୁଗମ କରୁଛନ୍ତି।ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଏବଂ ନିର୍ବାଚନ ଅଧିକାରୀ ଡକ୍ଟର ସୁଖବୀର ସିଂହ ସାନ୍ଧୁ ଓ ଡକ୍ଟର ବିବେକ ଜୋଶୀଙ୍କ ଅଧ୍ୟକ୍ଷତାରେ ଭାରତ ନିର୍ବାଚନ ଆୟୋଗ, ନିର୍ବାଚନ ପରିଚାଳନା ଉପରେ ଇଣ୍ଡେକ୍ସ କାର୍ଡ଼ ଏବଂ ବିଭିନ୍ନ ପରିସଂଖ୍ୟାନ ରିପୋର୍ଟ ସୃଷ୍ଟି କରିବାର ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥାକୁ ସୁଗମ କରିଛନ୍ତି। ଏହି ଉନ୍ନତ ପଦ୍ଧତି ପାରମ୍ପରିକ ହସ୍ତଚାଳିତ ପଦ୍ଧତିଗୁଡ଼ିକୁ ବଦଳାଇବ, ଯେଉଁଥି ପାଇଁ ବିଳମ୍ବର ପ୍ରାୟତଃ ସମ୍ଭାବନା ରହୁଥିଲା । ସ୍ବୟଂଚାଳିତା ଏବଂ ତଥ୍ୟ ସମ୍ବଳର ଉପଯୋଗ କରି, ନୂତନ ବ୍ୟବସ୍ଥା ଦ୍ରୁତ ରିପୋଟିଂକୁ ସୁନିଶ୍ଚିତ କରିବ। ଇଣ୍ଡେକ୍ସ କାର୍ଡ଼ ଏକ ଅଣ-ସାମ୍ବିଧାନିକ, ନିର୍ବାଚନ ପରବର୍ତ୍ତୀ ପରିସଂଖ୍ୟାନ ରିପୋର୍ଟି। ଏହା ଗବେଷକ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ସାମ୍ବାଦିକ ଏବଂ ସାଧାରଣ ଜନତା ସମେତ ସମସ୍ତ ଅଂଶୀଦାରଙ୍କ ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରରେ ନିର୍ବାଚନ ସମ୍ପର୍କିତ ତଥ୍ୟର ସୁଗମତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଦ୍ବାରା ଏକ ସ୍ବତଃପ୍ରବୃତ୍ତ ପଦକ୍ଷେପ । ଏହା ପ୍ରାର୍ଥୀ, ଭୋଟର,ପ୍ରାପ୍ତ ଭୋଟ୍ , ଗଣନା ହୋଇଥିବା ଭୋଟ୍, ଦଳଗତ ଏବଂ ପ୍ରାର୍ଥୀ-ୱାରୀ ଭୋଟ୍ ଅଂଶ, ଲିଙ୍ଗ-ଆଧାରିତ ଭୋଟ୍ ପଦ୍ଧତି, ଆଞ୍ଚଳିକ ପରିବର୍ତ୍ତନ ଏବଂ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟଦକ୍ଷତା ଭଳି ବହୁବିଧ ଦିଗଗୁଡ଼ିକର ତଥ୍ୟ ପ୍ରସାରଣ କରିବା ପାଇଁ ନିର୍ମାଣ କରାଯାଇଛି । ଏହି ଇଣ୍ଡେକ୍ସ କାର୍ଡ଼ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୩୫ ଟି ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ୧୪ଟି ପରିସଂଖ୍ୟାନ ରିପୋର୍ଟ ସୃଷ୍ଟି କରିବାର ମୂଳଦୁଆ ଗଠନ କରେ। ଏହି ରିପୋର୍ଟଗୁଡ଼ିକ ରାଜ୍ୟ/ପିସି/ଏସି-ୱାରୀ ଭୋଟର୍ ବିବରଣୀ, ମତଦାନ କେନ୍ଦ୍ର ସଂଖ୍ୟା, ରାଜ୍ୟ ଏବଂ ନିର୍ବାଚନ ମଣ୍ଡଳୀ ୱାରୀ ଭୋଟ୍ ହାର, ମହିଳା ଭୋଟର୍ ଙ୍କ ଅଂଶଗ୍ରହଣ, ଜାତୀୟ/ରାଜ୍ୟ ଦଳ ଏବଂ ପଞ୍ଜିକୃତ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ର କାର୍ଯ୍ୟଦକ୍ଷତା, ବିଜୟୀ ପ୍ରାର୍ଥୀଙ୍କ ବିଶ୍ଳେଷଣ, ବିସ୍ତୃତ ନିର୍ବାଚନ ମଣ୍ଡଳ ୱାରୀ ଫଳାଫଳ ଏବଂ ସାରାଂଶ ତଥ୍ୟ ରିପୋର୍ଟ ଭଳି ପରିବର୍ତ୍ତନଶୀଳ ବିଷୟଗୁଡ଼ିକୁ ପ୍ରଦାନ କରେ। ଏହି ସମୃଦ୍ଧ, ତଥ୍ୟ ଚାଳିତ ସମ୍ବଳ ଏକ ଦୃଢ଼ ଗଣତାନ୍ତ୍ରିକ ଆଲୋଚନାରେ ଯୋଗଦାନ ଦେଇ ଗଭୀର ନିର୍ବାଚନୀ ଗବେଷଣା କ୍ଷମତାକୁ ବୃଦ୍ଧି କରେ। ତଥାପି, ଏହି ପରିସଂଖ୍ୟାନ ରିପୋର୍ଟଗୁଡ଼ିକ କେବଳ ଶିକ୍ଷାଗତ ଏବଂ ଗବେଷଣା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଏବଂ ଇଣ୍ଡେକ୍ସ କାର୍ଡରୁ ଦ୍ବିତୀୟ ତଥ୍ୟ ଉପରେ ଆଧାରିତ, ଯେବେକି ପ୍ରାଥମିକ ଏବଂ ଚୂଡ଼ାନ୍ତ ତଥ୍ୟ ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ଦ୍ବାରା ପରିଚାଳିତ ବୈଧାନିକ ଫର୍ମରେ ଉପସ୍ଥିତ ଥାଏ। ପୂର୍ବରୁ, ଏହି ଇଣ୍ଡେକ୍ସ କାର୍ଡ଼ରେ ଥିବା ସୂଚନା ନିର୍ବାଚନମଣ୍ଡଳୀ ସ୍ତରରେ ବିଭିନ୍ନ ବୈଧାନିକ ଫର୍ମାଟ୍ ବ୍ୟବହାର କରି ଅଧିକାରୀଙ୍କ ଦ୍ବାରା ପୂରଣ କରାଯାଉଥିଲା। ପରବର୍ତ୍ତୀ ସମୟରେ ଏହି ଇଣ୍ଡେକ୍ସ କାର୍ଡ଼ ଗୁଡ଼ିକୁ ପରିସଂଖ୍ୟାନ ରିପୋର୍ଟ ସୃଷ୍ଟି କରିବା ପାଇଁ ଅନଲାଇନ୍ ସିଷ୍ଟମରେ ତଥ୍ୟ ପ୍ରବେଶ ପାଇଁ ବ୍ୟବହାର କରାଯାଇଥିଲା। ଏହି ହସ୍ତଚାଳିତ, ବହୁସ୍ତରୀୟ ପ୍ରକ୍ରିୟା ସମୟସାପେକ୍ଷ ଥିଲା ଏବଂ ପ୍ରାୟତଃ ତଥ୍ୟ ଉପଲବ୍ଧତା ଏବଂ ପ୍ରସାରଣରେ ବିଳମ୍ବ ଘଟାଉଥିଲା।
