ସରକାର ଙ୍କ ପକ୍ଷରୁ କ୍ୟାବ କମ୍ପାନୀ ଗୁଡିକ ଯେପରିକି ଓଲା , ଉବେର ରା଼ପିଡ ଓ ଇନ ଡ୍ରାଇଭ ର ଦାବୀ କୁ ମାନି କ୍ୟାବ କମ୍ପାନୀ ଙ୍କୁ ଖୁବ ଆରାମ ତ ଦେଇଦେଲେ, କିନ୍ତୁ ବର୍ତମାନ ପିକ ଆଉର ରେ ଭଡା ବଢ଼ାଇବାର ଅନୁମତି ମଧ୍ୟ ଦେଇଦେଲେ, ପୂର୍ବରୁ ଏହି କ୍ୟାବ କମ୍ପନୀ ଗୁଡିକ ଦେଢ଼ ଗୁଣ ପର୍ଯ୍ୟନ୍ତ ଭଡା ବଢ଼ାଇ ନେଉଥିଲେ, କିନ୍ତୁ ବର୍ତମାନ ସରକାର ଦୁଇଗୁଣ ଏହାକୁ ବୃଦ୍ଧି କରିବାର ପରମିଟ ଦେଇଛନ୍ତି, ଜୁଲାଇ ୧ ତାରିଖ ରୁ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ମୋଟର ଭେଇକିଲ ଏଗ୍ରି ଗ୍ରେଟର ଗାଇଡ଼ ଲାଇନ ୨୦୨୫ ଜାରି କରାଯାଇଛି l ଏଥିରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟଙ୍କ କହିଛନ୍ତି ଆସନ୍ତା ୩ମାସ ରେ ଏହା ଲାଗୁ ହେବ l
ପ୍ରକୃତ କଥାଟି ହେଲା ସରକାର ଙ୍କ ର ଏଭଳି ନିଷ୍ପତି ଦ୍ୱାରା ପିକ ଆଉର ରେ ଭଡା ଡବଲ କରିବା ର ସ୍ୱୀକୃତି ଦେବା ପଛରେ ପ୍ୟାସେଞ୍ଜର ଉପରେ ଅଧିକ ବୋଝ ଯେପରି ନପଡେ଼ l ଏହା ସହିତ କ୍ୟାବ କମ୍ପାନୀ ଗୁଡିକ ଏହାର ଯେପରି ଭୁଲ ପ୍ରୟୋଗ ନକରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ l
କିନ୍ତୁ ଦୁଇ ଚକିଆ କ୍ୟାବ ଯାଏଁ ପାଇଁ ରାଜ୍ୟ ସରକାର ଙ୍କୁ ଅନୁମତି ଦେବାକୁ ପଡିବ l ରାଜ୍ୟ ଗୁଡିକ ପାଖରେ ଏହି ଅଧିକାର ରହିବ ଯେ ଯେପରି କମ୍ପାନୀ ର କ୍ୟାବ ଗୁଡିକ ପ୍ରଦୂଷଣ ମୁକ୍ତ ହୋଇଥିବ, ଟ୍ରାଫିକ ନିୟମ ଉଲଘଂନ ନକରିବେ, ଶାସ୍ତ୍ର ଓ ସୁବିଧାଜନକ କ୍ୟାବ ବ୍ୟବସ୍ଥା କରାଇବା, ଡେଲିଭରି ସୁବିଧା ଠିକ ରେ ହେବା l ରାପିଡୋ ସରକାର ଙ୍କର ଏହି ପଦକ୍ଷେପ କୁ ସ୍ୱାଗତ କରିଛି, ଏବଂ କହିଛି ଯେ ପରିବହନ ବ୍ୟବସ୍ଥା ସେହି କ୍ଷେତ୍ର ରେ ଅଧିକ ସୁବିଧା ହେବ ଯେଉଁଠି ଲୋକ ମାନଙ୍କ ନିକଟରେ ସୁବିଧା ପହଂଚି ପାରୁନାହିଁ l
