Odisha news

ତାଲିବାନ ଶାସନ କୁ ରୁଷ ଦେଲା ମଞ୍ଜୁରୀ, ପୁତିନ ଆମେରିକା ସହିତ ମିଶି ଖେଳିଲେ ଚାଲ , ପାକିସ୍ତାନ କୁ ଲାଗିଲା ଝଟକା

0

ଭାରତର ବିଶେଷ ବନ୍ଧୁ ରୁଷ ର ବଡ଼ ନିଷ୍ପତି ପାକିସ୍ତାନ କୁ ଚାରି ପଟରୁ ଘେରି ନେଇଛି, ଆଫଗାନିସ୍ତାନ ର ତାଲିବାନ ସରକାର ଗୁରୁବାର ଦିନ ନିଜ ବୟାନ ରେ କହିଛନ୍ତି ଯେ ରୁଷ ଅଫିସିଆଲି ତାଲିବାନ ର ଶାସନ କୁ ମାନ୍ୟତା ଦେଇଥିବା ପ୍ରଥମ ଦେଶ ହୋଇଗଲା, ଚୀନ ଓ ପାକିସ୍ତାନ ସହିତ ଅନେକ ଦେଶର ରାଜଧାନୀ ରେ ତାଲିବାନ ରାଜଦୂତ ରହିଛନ୍ତି, କିନ୍ତୁ ସେମାନେ ଇସ୍ଲାମିକ ଆମିରଟ କୁ ଅଫିସିଆଲି ମାନ୍ୟତା ଦେଇ ନାହାନ୍ତି l
ଏହି ଘୋଷଣା ଆଫଗାନିସ୍ତାନ ର ବିଦେଶ ମନ୍ତ୍ରୀ ଅମୀର ଖାନ ମୁତାକି ଓ ଆଫଗାନିସ୍ତାନ ରେ ରୁଷ ରାଜଦୂତ ଙ୍କ ଦ୍ୱାରା ଘୋଷଣା କରାଯାଇଛି l  ମୁତାକି ନିଜର ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟ ରେ କହିଛନ୍ତି ଯେ ଏହି ସାହସୀ ନିର୍ଣ୍ଣୟ ଅନ୍ୟ ମାନଙ୍କ ପାଇଁ ଗୋଟିଏ ଉଦାହରଣ ହୋଇଛି l  ଯେତେବେଳେ ମାନ୍ୟତାର ପ୍ରକ୍ରିୟା ଆରମ୍ଭ ହୋଇଛି ରୁଷ ସବୁଠୁ ଆଗରେ ରହିଛି, ତାଲିବାନ ର ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା, ଜୀୟା ଅହମଦ ଏଏଫପି କୁ କହିଛନ୍ତି ଯେ ରୁଷ ପ୍ରଥମ ଦେଶ ଯିଏକି ଅଧିକାରିକ ଭାବରେ ଇସ୍ଲାମିକ ରାଷ୍ଟ୍ର ଭାବରେ ମାନ୍ୟତା ଦେଇଛି,  ପୁଟିନ ଙ୍କ ଏହି ପଦକ୍ଷେପ ଏଥିପାଇଁ ମାଷ୍ଟର ଷ୍ଟ୍ରୋକ ଅଟେ, କାହିଁକିନା ଏହାଦ୍ୱାରା ଆମେରିକା ର କ୍ଷେତ୍ରୀୟ ପ୍ରଭାବ କୁ ଆହ୍ୱାନ ମିଳିବ, ଏବଂ ପାକିସ୍ତାନ କୁ ଗାମ୍ବିର ରଣନୀତି ର ସାମ୍ନା କରିବାକୁ ପଡିବ l ଅପରେସନ ସିନ୍ଦୁର ସମୟରେ ଟ୍ରମ୍ପ ନିଜକୁ ବଡ଼ପଣ ଦେଖାଇବା ପାଇଁ ଭାରତ ସହିତ ରହିଲେ ନାହିଁ l
କିନ୍ତୁ ପାକିସ୍ତାନ ପାଇଁ ବର୍ତମାନ ର ସ୍ଥିତି ଗୋଟିଏ ବଡ଼ ଝଟକା, ଅନେକ ଦିନରୁ ତାଲିବାନ କୁ ଖୋଲା ସମର୍ଥନ ଦେଇ ଆସୁଥିଲେ ମଧ୍ୟ ତାଲିବାନ ସରକାର କୁ ମାନ୍ୟତା ଦେଇପାରିଲା ନାହିଁ l

Nalco
Leave A Reply