Odisha news

SCO ମିଟିଂ ରେ ଭାଗ ନେବାପାଇଁ ପହଞ୍ଚିଲେ ପାକିସ୍ଥାନ ମନ୍ତ୍ରୀ

0

ଦିଲ୍ଲୀରେ ୨୦ ରୁ ୨୨ ନଭେମ୍ବର ରେ ହେବାକୁ ଯାଉଛି ସାଂଘାଇ ସହଯୋଗ ସଂଗଠନ, ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବା ପାଇଁ ପାକିସ୍ଥାନ ପର୍ଯାବରଣ ସମନ୍ୱୟ ମନ୍ତ୍ରୀ ଡକ୍ଟର ମୁସାଦିକ ମଲ୍ଲିକ ଆସି ନୂଆଦିଲ୍ଲୀ ଠାରେ ପହଂଚି ଯାଇଛନ୍ତି, ଏହା ତାଙ୍କର ପ୍ରଥମ ଭାରତ ଗସ୍ତ, ଦିଲ୍ଲୀ ଏୟାରପୋର୍ଟ ରେ ପାକିସ୍ଥାନ ର ଦୂତାବାସ ର ମୁଖ୍ୟ ସାଦ ବାରାଇଚ ସ୍ୱାଗତ କରିଛନ୍ତି l

ମୁସାଦିକ ଙ୍କ ଭାରତ ଯାତ୍ରା ଏଭଳି ସମୟରେ ହୋଇଛି, ଯେତେବେଳେ ଭାରତ-ପାକିସ୍ଥାନ ସମ୍ବନ୍ଧ ଉତେଜନା ମୂଳକ ରହିଛି, SCO ମିଟ ରେ ଏହାକୁ କୂଟନୀତିରେ ମହତ୍ଵପୁର୍ଣ ଘଟଣାକ୍ରମ ଭାବରେ ଗ୍ରହଣ କରାଯାଇଛି , ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଦିଲୀ ର ପୁରୁଣା କିଲ୍ଲା କୁ ପ୍ରଥମେ ସାଂଘାଇ ସହଯୋଗ ସଂଗଠନ ମଞ୍ଚ ର ଉଦ୍ଘାଟନ କରିଛନ୍ତି l ୩ଦିନ ର ଏହି ମଞ୍ଚର ଉଦେଶ୍ୟ କ୍ଷେତ୍ର ର ସମୃଦ୍ଧି ଓ ପରସ୍ପରସହିତ ସମ୍ପର୍କ ମଜବୁତ କରିବା ଓ ସାଂସ୍କୃତିକ ସମ୍ବାଦ କୁ ବଢାଇବା ରହିଛି ଉଦେଶ୍ୟ l

SCO ମିଟ ରେ ପାଇଁ ଭାରତ ୨୫ ଟି ଦେଶଙ୍କୁ ଆମନ୍ତ୍ରଣ କରିଛି, ଯେଉଁଥିରେ ୧୫ ଦେଶ ରୁଷ, ଚୀନ, କାଜାକିସ୍ଥାନ, ଇରାନ, ତାଜାକିସ୍ଥାନ, ଉଜବେକିସ୍ଥାନ, ବେଳରୁଷ, ଅଜରବାଇଜେନ, ଓମନିୟ, ବାହାରିନ, ନେପାଳ, ସାଉଦି ଆରବ, ତୁର୍କୀଏ, ଓ ଶ୍ରୀଲଙ୍କା ପ୍ରଭୃତି ଦେଶ ନିଜ ଭାଗିଦାରୀ ର ପୁଷ୍ଟି କରି ସାରିଛନ୍ତି l

SCO ରେ ୧୦ ସଦସ୍ୟତା ଦେଶ ରହିଛନ୍ତି, ଏବଂ ୨ ପର୍ଯ୍ୟବେକ୍ଷକ ଦେଶ ଅଛନ୍ତି, ଓ ୧୪ ସମ୍ବାଦ ଭାଗିଦାରୀ ଦେଶ ରହିଛନ୍ତି l

Ad2
Leave A Reply