ଦିନଥିଲା ସେପ୍ଟେମ୍ବର 11 ତାରିଖ 2001 ମସିହା ସକାଳ ସମୟ , ନିୟୁୟର୍କ ର ୱାର୍ଲଡ ଟ୍ରେଡ଼ ସେଣ୍ଟର ସହିତ ଧକା ହୋଇଥିଲା ଗୋଟିଏ ବିମାନ, ଯେଉଁଥିରେ କେବଳ ଆମେରିକା ନୁହେଁ ଆମେରିକୀୟ ସମାଜ ଓ ରାଜନୀତିର ଦିଗକୁ ହିଁ ପରିବର୍ତନ କରି ରଖି ଦେଇଥିଲା, ଦେଶରେ ସୁରକ୍ଷା ଆତଙ୍କବାଦ ଓ ରାଷ୍ଟ୍ରୀୟ ସୁରକ୍ଷା କୁ ନେଇ ଅନେକ ଚର୍ଚା ଆରମ୍ଭ ହୋଇଯାଇଥିଲା, ଏହି ଚର୍ଚାରେ ଗୋଟିଏ ଏଭଳି ସମୁଦାୟ ସାମ୍ନା କୁ ଆସିଥିଲା ଯାହାକୁ ସନ୍ଦେହ ରେ ଦେଖାଯାଇ ଆସୁଥିଲା, ଦିନଥିଲା ଆମେରିକାରେ ମୁସଲମାନ ହେବା କେବଳ ନିଜ ପରିଚୟ ପାଇଁ ସଫେଇ ଦେବା ସାର ହେଉଥିଲା, କିନ୍ତୁ ଇତିହାସ ସବୁବେଳେ ଏକ ପାଖିଆ ହୋଇ ଚାଲିନଥାଏ l
ଯେଉଁ ଆମେରିକାରେ 9/11 ପରେ ମୁସଲମାନ ଙ୍କ ପରିଚୟ କୁ ସନ୍ଦେହ ଦୃଷ୍ଟିରେ ଦେଖା ଯାଉଥିଲା, ସେହି ଆମେରିକାରେ ଆଜି ମୁସ୍ଲିମ ନେତା ରାଜନୀତି ରେ ବଡ଼ ସ୍ଥାନ ଗ୍ରହଣ କରୁଛନ୍ତି l କିଏ ନିୟୁୟର୍କ ଭଳି ପ୍ରଭାବଶାଳୀ ସହରର ମେୟର ହୋଇ ସାରିଛି ତ କିଏ ଆମେରିକୀୟ ସଂସଦ ରେ ନିଜ ସ୍ଥାନ ଅଧିକାର କରିସାରିଛି l ଜୋହର ମମଦାନୀ , ଇଲହାନ ଉମର ଓ ଅବଦୁଲ ଅଲ ସାଇଦ ଙ୍କ ରାଜନୀତିରେ ଯାତ୍ରା କୁ ଦେଖିବା ଠିକ ହେବ ନାହିଁ, ଆମେରିକୀୟ ସମାଜ ରେ ମୁସଲମାନ ଙ୍କ ପ୍ରତିନିଧିତ୍ବ ଖୁବ ଦେଖିବାକୁ ମିଳୁଛି l
ଏଠି ପ୍ରଶ୍ନ ଉଠୁଛି ଯେ ଆମେରିକାରେ ମୁସ୍ଲିମ ସମାଜ କୁ ନେଇ ମନୋଭାବ ବଦଳୁଛି ନା ଏହା ମୁସଲମାନ ସମ୍ପ୍ରଦାୟର ଶକ୍ତି ଅଟେ, ଯାହାକି ଅନେକ ପ୍ରତିରୋଧ ସତ୍ୱେ ପାୱାର କୁ ଫେରିବା ପାଇଁ ରାସ୍ତା ତିଆରି କରିବାରେ ସକ୍ଷମ ହୋଇଛନ୍ତି l ଯେଉଁଠି 9/11 ଆକ୍ରମଣ ପରେ ମୁସଲମାନ ସମାଜ ଆଗରେ ଆମେରିକାରେ ନିଜର ପରିଚୟ କୁ ରଖିବା ଆହ୍ୱାନ ମୂଳକ ହୋଇଥିଲା, ଅନେକ ମୁସଲମାନ ପରିବାର ଙ୍କୁ ନିଜ ପିଲା ମାନଙ୍କର ପାଳନ ପୋଷଣ ପାଇଁ ଧାର୍ମିକ ସ୍ଥିତିକୁ ମଧ୍ୟ ଲୁଚାଇବାକୁ ପଡିଥିଲା l
କିନ୍ତୁ ସେହି ସମୟରେ ଆମେରିକାର ରାଷ୍ଟ୍ରପତି ଥିବା ଜର୍ଜ. ଡବ୍ଲ୍ୟୁ ବୁଶ କହିଥିଲେ ମୁସଲମାନ ହେବା ଆତଙ୍କବାଦ ର ଅସଲ ଚେହେରା ନୁହେଁ, କିନ୍ତୁ ଏହାକୁ ଆମେରିକୀୟ ସମାଜ ସହଜରେ ଗ୍ରହଣ କରିପାରି ନଥିଲା l ସେହି ସମୟରେ ମୁସଲମାନ ଙ୍କ ପାଇଁ ଯାହା ଥିଲା ଆହ୍ୱାନ ମୂଳକ ତାହା ଆଜି ବଦଳିଯାଇଛି, ବର୍ତମାନ ଜଣେ ମୁସ୍ଲିମ ମହିଳା ରାଜନୀତି ରେ ନିଜର ନିଜସ୍ୱ ସ୍ଥାନ ତିଆରି କରିପାରିଛି l
ସୋମାଲିଆ ରେ ଜନ୍ମିତ ଇଲାହନ ଉମର ଛୋଟ ବେଳରୁ ବିସ୍ଥାପନ, ଗୃହଯୁଦ୍ଧ, ଓ ଶରଣାର୍ଥୀ ଜୀବନ ଅନୁଭବ କରିଛନ୍ତି, କିନ୍ତୁ ନିଜ ପରିବାର ସହିତ କେନିଆ ଶରଣାର୍ଥୀ ଶିବିର ରୁ ଆମେରିକା ଆସିବା ପରେ କିଛିବର୍ଷ ପୂର୍ବରୁ ନିଜର ମୁସଲମାନ ପରିଚୟ କୁ ନେଇ ଭୟ ରଖୁଥିଲେ , ବର୍ତମାନ ଆମେରିକା ରାଜନୀତିରେ ଜଣେ ଜଣାଶୁଣା ଚେହେରା 2016 ରେ ସେ ପ୍ରଥମଥର ପାଇଁ ମିନେସୋଟା ରେ ଟେଷ୍ଟ ହାଉସ ରେ ବିଜୟଲାଭ କରି ସୋମାଲୀ-ଆମେରିକୀ ବିଧାୟକ ହୋଇଥିଲେ l ଏହା ଆମେରିକୀୟ ରାଜନୀତି ରେ ଗୋଟିଏ ବଡ଼ ଚ୍ୟାଲେଞ୍ଜ ହୋଇଥିଲା , ଯେଉଁଠି କୌଣସି ମୁସଲମାନ ରାଜନୀତି ରେ ନିଜ ପାରଦର୍ଶିତା ଦେଖାଇ ପାରିଥିଲା l
ଟ୍ରମ୍ପ ଙ୍କ ରାଷ୍ଟ୍ରପତି ହେବା ପରେ ଏହା ବହୁତ ଅଲଗା ସ୍ଥିତି ହୋଇଥିଲା, କିନ୍ତୁ ଇଲହାନ ଆଦୌ ନିରାଶ ହୋଇନଥିଲେ l 2026 ରେ ପୁଣି ବିଜୟଲାଭ କରି ସେ ପ୍ରତିନିଧି ସଭାରେ ନିଜ ସ୍ଥାନ ବଜାୟ ରଖିଥିଲେ l
