ବର୍ଷା ଋତୁ ଆସିବା ମାତ୍ରକେ ବିଭିନ୍ନ ପ୍ରକାର ସଂକ୍ରମଣ ଆରମ୍ଭ ହୋଇ ଯାଇଥାଏ l ବର୍ଷା ଋତୁ ସହିତ ବିଭିନ୍ନ ପ୍ରକାର ସଂକ୍ରମଣ ର ସମ୍ପର୍କ ରହିଛି ଏହା ଆମେ ସମସ୍ତେ ଜାଣିଛୁ l ତାପମାତ୍ରା କମିବା ଦ୍ୱାରା ଆର୍ଦ୍ରତା ବୃଦ୍ଧି ହୋଇଥାଏ l ଏଭଳି ସନ୍ଧି ଭଳି ଋତୁରେ ବିଭିନ୍ନ ଜୀବାଣୁ ବୃଦ୍ଧି ହେବା ପାଇଁ ସୁଵିଧା ହୋଇଥାଏ l ଏହାଛଡା ଏହି ସମୟରେ ସୁକ୍ଷ୍ମ ଜୀବ ମାନଙ୍କ ର ବୃଦ୍ଧି ହୋଇଥାଏ , ଯେଉଁ ମାନେ ବିଭିନ୍ନ ପ୍ରକାର ରୋଗର ସଂକ୍ରମଣ କରି ଥାଆନ୍ତି 𝚕
ଏହି ଜୀବାଣୁ ଗୁଡିକ ଉପରେ ମଶା ମାଛି ଇତ୍ୟାଦି ବସି ରୋଗ ସଂକ୍ରମଣ କରି ଥାଆନ୍ତି l ଯାହା କି ଜୀବନ ପ୍ରତି ବିପଦ ଆଣିଥାଏ l ଏହି ରିତୁରେ ଏଭଳି କିଛି ରୋଗ ବ୍ୟାପି ଥାଏ ଯାହା କି ମୃତ୍ୟୁ ର ମଧ୍ୟ କାରଣ ହୋଇଥାଏ l ସେହି ରୋଗ ମାନଙ୍କ ମଧ୍ୟରେ ହେଲେ :-
* ବିଶେଷ ଭାବେ ଏହି ଋତୁରେ ବର୍ଷା ହୋଇ ଚାରିଆଡ ପାଣି ଜମି ଯାଇଥାଏ ଓ ମଶା ମାନଙ୍କର ପ୍ରଜାନନ କ୍ଷମତା ବୃଦ୍ଧି ହୋଇ ଯାଇଥାଏ l ଯେଉଁ କାରଣରୁ ଡେଙ୍ଗୁ ଓ ଚିକେନ ଗୁନିଆ ଭଳି ରୋଗ ବୃଦ୍ଧି ହୋଇଥାଏ l
* ବର୍ଷା ଋତୁରେ ବ୍ୟାକଟେରିଆ ଦ୍ରୁତ ଗତିରେ ଖାଦ୍ୟ ସାମଗ୍ରୀ ରେ ବୃଦ୍ଧି ହୋଇ ଥାଆନ୍ତି l ଏହାଛଡା ବର୍ଷା ଦିନରେ ମାଛି ଓ ମଶା ଙ୍କ ସଂଖ୍ୟା ବୃଦ୍ଧି ହେତୁ ଖାଦ୍ୟ ପଦାର୍ଥ ଉପରେ ବସି ଥାଆନ୍ତି ଓ ଖାଦ୍ୟ କୁ ଦୁଷ୍ଠିତ କରି ଥାଆନ୍ତି l ତେଣୁ ହଇଜା ଅତି ସହଜ ରେ ବ୍ୟାପି ଥାଏ l
* ଏହି ଋତୁରେ ସବୁଠୁ ସାଧାରଣ ହେଉଛି ଭାଇରଲ ରୋଗ ସର୍ଦି ଓ ଫ୍ଲୁ l ବାୟୁ ରେ ଅତ୍ୟଧିକ ଭାଇରସ କାରଣରୁ ସର୍ଦି ଓ ଫ୍ଲୁ ସମସ୍ୟା ହୋଇଥାଏ l
* ବର୍ଷା ଦିନରେ ବାୟୁ ଜନିତ ରୋଗ ଓ ଜଳ ଜନିତ ରୋଗ ଅଧିକ ସଂକ୍ରମଣ ହୋଇଥାଏ l ପାଣିରେ ଅନେକ କୀଟାଣୁ ରହି ଥାଆନ୍ତି , ଯାହାକି ବିଶେଷ ଭାବରେ ରୋଗ ବାଣ୍ଟି ଥାଆନ୍ତି , ସେହି ରୋଗ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଜଣ୍ଡିସ l
