Odisha news

ମୋଦୀ ଓ ଡୋନାଲଡ ଟ୍ରମ୍ପ ଙ୍କ ବୈଠକ ରେ ବ୍ୟତିବ୍ୟସ୍ତ ଚୀନ ରଖିଲା ନିଜର ମତ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ବୈଠକ କୁ ନେଇ ଚୀନ ନିଜର ପ୍ରତିକ୍ରିୟା ରଖିଛି, ଏବଂ କହିଛି ଯେ ଉଭୟ ଦେଶର ଦ୍ୱିପାକ୍ଷିକ ଆଲୋଚନା ଯାହା ବି ହେଉନା କାହିଁକି ତୃତୀୟ ଦେଶର କୌଣସି କ୍ଷତି ନହେବା ଜରୁରୀ l ଚୀନ ବିଦେଶ ମନ୍ତ୍ରଣାଳୟ ଙ୍କ ପ୍ରବକ୍ତା ଜୀୟାକୁନ ମୋଦୀ ଓ ଟ୍ରମ୍ପ ଙ୍କ ବୈଠକ କୁ ନେଇ କହିଛନ୍ତି ଯେ ଏସିଆ – ପ୍ରଶାନ୍ତ ଶାନ୍ତିପୂର୍ଣ ବିକାଶ ର କେନ୍ଦ୍ର ଅଟେ, ପ୍ରତିଦ୍ବନ୍ଦିତା କେନ୍ଦ୍ର ନୁହେଁ l ସେ ଆହୁରି କହିଛନ୍ତି ଯେ ଚୀନ କୁ ମଧ୍ୟ ମୁଦା ନକରିବା ଆବଶ୍ୟକ, ଏବଂ ଅନ୍ୟ ହିତ କୁ ମଧ୍ୟ କ୍ଷତି କରିବା ଉଚିତ ନୁହେଁ, ଏବଂ ଏହି ବୈଠକ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ଅନୁକୂଳ ହେବା ଜରୁରୀ lମୋଦୀ ଓ ଟ୍ରମ୍ପ ଙ୍କ ର ଏହି ବୈଠକ ରେ ରକ୍ଷା ସହଯୋଗ କୁ ଅଧିକ ମଜବୁତ କରିବା ବ୍ୟତୀତ ଆମେରିକା ଓ ଭାରତ ମଧ୍ୟରେ ଘନିଷ୍ଠତା ସହଯୋଗ ର ସ୍ୱତନ୍ତ୍ର ଶାନ୍ତିପୂର୍ଣ ଏବଂ ସମୃଧ ହିନ୍ଦ -ପ୍ରଶାନ୍ତ କ୍ଷେତ୍ର ପାଇଁ ମହତ୍ଵପୁର୍ଣ ମାନିବା ସହିତ ବିଭିନ୍ନ ମୁଦା କୁ ନେଇ ଆଲୋଚନା ହୋଇଥିଲା l ଉଭୟ ଦେଶର ରାଷ୍ଟ୍ର ନାୟକ ଙ୍କ ମଧ୍ୟରେ ଆଲୋଚନା ହେବା ପରେ ମିଳିତ ବୟାନ ରେ କୁହାଯାଇଥିଲା ଯେ ଉଭୟ ଦେଶ ରକ୍ଷା ସହମତ କୁ ଆଗକୁ ବଢାଇବା ପାଇଁ ପ୍ରସ୍ତୁତ ଅଛନ୍ତି l ଏବଂ ୨୧ ବିଂଶ ଶତାବ୍ଦୀ ପାଇଁ ଗୋଟିଏ ନୂତନ ଯୋଜନା ‘ୟୁଏସ-ଇଣ୍ଡିଆ କମ୍ପେକ୍ଟ ଆରମ୍ଭ ହୋଇଛି l ଭାରତ କ୍ୱାଡl ଗଠବନ୍ଧନ ର ସଦସ୍ୟ ଅଟେ, ଯେଉଁଥିରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସାମିଲ ଅଛନ୍ତି , ଚୀନ ବର୍ତମାନ କ୍ଵାଡା କୁ ନେଇ ଚିନ୍ତିତ ଅଟେ, ସେ ଭାବୁଛି ଯେ ଏହି ଗଠବନ୍ଧନ ଦ୍ୱାରା ତା ଉପରେ କୌଣସି କ୍ଷେତ୍ରରେ ରୋକ ଲାଗିବ କି ?

Leave A Reply