ଦିଲ୍ଲୀ ପରେ ଛାତ୍ର ଆନ୍ଦୋଳନ ତେଜିଛି ଝାରଖଣ୍ଡ ରେ, ଯାହାକୁ ନେଇ ରାଜନୀତି ମାହୋଲ ସରଗରମ, ଅଗଷ୍ଟ ୧୦ ତାରିଖ ରେ ଝାରଖଣ୍ଡ ରେ ଛାତ୍ର ମାନଙ୍କର ପ୍ରଦର୍ଶନ ସାଙ୍ଘାତିକ ରୂପ ନେଇଥିଲା, ଏବଂ ପୋଲିସ ପକ୍ଷରୁ ଟିଅର ଗ୍ୟାସ ମାଡ଼, ଲାଠି ଚାର୍ଜ ଓ ପାଣି ସ୍ପ୍ରେ ହୋଇଥିଲା l ଯାହାକୁ ନେଇ CJP ସଂସ୍ଥାପକ ଅଭିଜିତ ଦିପକେ ରାଜ୍ୟ ସରକାରଙ୍କ କାର୍ଯ୍ୟ କୁ ନେଇ ପ୍ରଶ୍ନ ଉଠାଇଛନ୍ତି l
ଅଭିଜିତ କହିଛନ୍ତି ଯେ ଝାରଖଣ୍ଡ ରେ ମଧ୍ୟ ଛାତ୍ର ମାନଙ୍କର ସ୍ୱରକୁ ଡବାଇବାକୁ ଚେଷ୍ଟା କରାଯାଉଛି, ଏବଂ ଦିଲ୍ଲୀ ହେଉ କି ଝାରଖଣ୍ଡ ବାରମ୍ବାର ଛାତ୍ର ମାନଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଠିକ ନୁହେଁ, ଯାହା ଦର୍ଶାଉଛି ଯେ ଛାତ୍ର ମାନଙ୍କର ସ୍ୱରକୁ କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ଦବେଇବାକୁ ଚେଷ୍ଟା କରୁଛନ୍ତି l ଛାତ୍ର ମାନଙ୍କ ର ଅସୁବିଧାର ସମାଧାନ ପରିବର୍ତେ ପୋଲିସ ବଳ ପ୍ରୟୋଗ କରିବା କେତେଦୂର ଠିକ ?
CJP ଝାରଖଣ୍ଡ ରେ ଚାଲିଥିବା ଛାତ୍ର ଆନ୍ଦୋଳନ କୁ ସମ୍ପୂର୍ଣ ସମର୍ଥନ କରୁଛି, ଏବଂ ଆମ ଟିମ ଝାରଖଣ୍ଡ ରେ ବର୍ତମାନ ଉପସ୍ଥିତ ଅଛି, ଏବଂ ଆନ୍ଦୋଳନ ସମୟରେ ଆଘାତ ପାଇଥିବା ଛାତ୍ର ମାନଙ୍କ ପାଇଁ କାର୍ଯ୍ୟ କରୁଛି l
ବର୍ତମାନ CJP ପକ୍ଷରୁ ଗ୍ରାମୀଣ ସ୍କୁଲ ଗୁଡିକରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ ମନର କରିବା ପାଇଁ ରାଷ୍ଟ୍ରବ୍ୟାପୀ ଅଭିଯାନ କରିବା ପାଇଁ ଘୋଷଣା କରିଛି, ଏହି ଅଭିଯାନ ର ଆରମ୍ଭ ଅଗଷ୍ଟ ୧୫ ତାରିଖରୁ ହେବ, ଏହି ଅଭିଯାନ ଅନୁସାରେ CJP ଗାଁ ର ସରପଞ୍ଚ , ଅଭିଭାବକ, ଏବଂ ଗ୍ରାମୀଣ ନେତା ଙ୍କ ସହିତ ମିଶି ଆଲୋଚନା କରି ସରକାରୀ ସ୍କୁଲ ଗୁଡିକରେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାକୁ ଚେଷ୍ଟା କରିବ l
ଅଭିଜିତ ଗୋଟିଏ ଭିଡିଓ ଜରିଆରେ କହିଛନ୍ତି ଯେ ଅଗଷ୍ଟ ୧୫ ରୁ ସେ ମହାରାଷ୍ଟ୍ରରେ ନିଜ ଗ୍ରାମ ହିଙ୍ଗଳି ରୁ ଏହି କାର୍ଯ୍ୟ ଆରମ୍ଭ କରିବେ, ସେ କହିଛନ୍ତି ଯଦି ସ୍ୱାଧୀନତା ପରେ କୌଣସି କାର୍ଯ୍ୟ କୁ ଅଣଦେଖା ଅଧିକ କରାଯାଇଛି ତାହା ହେଉଛି ଗାଁ ର ସରକାରୀ ସ୍କୁଲ ର ଶିକ୍ଷା ବ୍ୟବସ୍ଥା l ଯଦି ଦେଶରେ ନୂଆ ସଂସଦ ଭବନ ଓ ନୂଆ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ହୋଇ ପାରୁଛି ତେବେ ଗାଁ ଗୁଡିକରେ ନୂଆ ସ୍କୁଲ କାହିଁକି ନିର୍ମାଣ କରାଯିବ ନାହିଁ l କଣ କୃଷକ ଓ ଶ୍ରମିକ ଙ୍କ ଛୁଆ ଦେଶର ଭବିଷ୍ୟତ ନୁହନ୍ତି ?
CJP ପକ୍ଷରୁ ଦେଶର ସରପଞ୍ଚ ମାନଙ୍କୁ ନିଜ ନିଜ ଗାଁ ର ସ୍କୁଲ ସ୍ଥିତି ସୁଧାରିବାକୁ କୁହାଯାଇଛି, ଏହା ଦ୍ୱାରା ସଂଗଠନ ପକ୍ଷରୁ ଏହାକୁ ସରପଞ୍ଚ ଚ୍ୟାଲେଞ୍ଜ ଭାବରେ ଘୋଷଣା କରାଯାଇଛି l ଏବଂ ଯେଉଁ ସରପଞ୍ଚ ନିଜ ଗାଁ ର ସ୍କୁଲ କୁ ସୁଧାରିବ ତାକୁ ସମ୍ମାନିତ କରାଯିବ ବୋଲି ମାଢି ସିଜେପି ପକ୍ଷରୁ କୁହାଯାଇଛି l ଏହି ଅଭିଯାନ ଅନୁସାରେ ସରକାରୀ ସ୍କୁଲ ରେ ପଢ଼ୁଥିବା ପିଲା ମାନଙ୍କର ଅଭିଭାବକ ମାନେ ନାଗରିକ-ଆଧାରିତ ସୋସିଆଲ ଅଡିଟ କରିପାରିବେ, ଏବଂ ସେମାନେ ନିଜ ଛୁଆ ର ସ୍କୁଲ କୁ ଯାଇ ସେଠାରେ ବିଜୁଳି ଅଛି କି ନାହିଁ, ପିଇବା ପାଇଁ ସଫା ପାଣି ଅଛିକି ନାହିଁ, ସ୍କୁଲ ରେ ଶୌଚାଳୟ ଅଛିକି ନାହିଁ, ମଧ୍ୟାହ୍ନ ଭୋଜନ ଠିକ ରେ ମିଲୁଚିକି ନାହିଁ ଯାଞ୍ଚ କରିବେ, ଏବଂ ଯଦି ସ୍କୁଲ ରେ ଏହିସବୁ ସୁବିଧା ନାହିଁ ତେବେ ଏହାର ଭିଡିଓ କରି ନିଜ ଅଞ୍ଚଳ ର ବିଡ଼ିଓ କିମ୍ବା ଉଚ୍ଚ ପଦସ୍ଥ ସରକାରୀ ଅଫିସର ଙ୍କୁ ସାକ୍ଷତ କରନ୍ତୁ l
