Odisha news

ଦେଶ ପାଳୁଛି ୭୯ ତମ ସ୍ୱାଧୀନତା ଦିବସ :  ଦେଶର ସ୍ୱାଧିନତାରେ ନାରୀ ଜାତିର ଭୂମିକା

0
Padmaja Pattanaik : ଭାରତୀୟ ସ୍ୱତନ୍ତ୍ରତାରେ ନାରୀ ଶକ୍ତିର ଭୂମିକା ଅଦ୍ଵିତୀୟ, ନିର୍ଭିକ ଓ ପ୍ରେରଣାଦାୟକ ଅଟେ, ଆଜିର ଆଧୁନିକ ସମାଜରେ ନାରୀ – ପୁରୁଷ ପ୍ରତ୍ୟେକ କ୍ଷେତ୍ରରେ ଏକାଠି ଜୀବିକା ନିର୍ବାହ ପାଇଁ କାର୍ଯ୍ୟ କରୁଛନ୍ତି, କିନ୍ତୁ ପରାଧୀନ ଭାରତରେ ଦେଶର ସ୍ୱାଧୀନତା ପାଇଁ ନାରୀ ମାନେ ପୁରୁଷ ମାନଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଦେଶ ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼ିଥିଲେ l ଯେଉଁ ସମୟ ରେ ନାରୀ ମାନେ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ରହୁଥିଲେ ସେହି ସମୟରେ ନାରୀ ମାନେ ସ୍ୱାଧୀନତାର ଆନ୍ଦୋଳନ କୁ ଓଲ୍ହାଇ ଏବଂ  ସ୍ୱତନ୍ତତା ଆନ୍ଦୋଳନ ର ନେତୃତ୍ୱ ମଧ୍ୟ ନେଇଥିଲେ l

ରାଣୀ ଲକ୍ଷ୍ମୀବାଇ ପ୍ରଥମ ସ୍ୱତନ୍ତ୍ରତା ସଂଗ୍ରାମ ରେ ଇଂରେଜ ଙ୍କ ବିରୁଦ୍ଧରେ ଯୁଦ୍ଧ ଭୂମିକୁ ଓଲ୍ହାଇ ଥିଲେ, ଏବଂ ଯୁଦ୍ଧଭୂମି ରେ ଜଣେ ଵୀରାଂଗନା ଭଳି ଯୁଦ୍ଧ କରିଥିଲେ l ଯାହା ଆଜି ମଧ୍ୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି l ୧୮୫୭ ରେ ସିପାହୀ ବିଦ୍ରୋହ ର ନେତୃତ୍ୱ ନେଇଥିଲେ ରାଣୀ ଲକ୍ଷ୍ମୀବାଇ l ତାତ୍ୟା ଟୋପେ ଓ ଅନ୍ୟ କ୍ରାନ୍ତି ବୀର ଙ୍କ ସହିତ ମିଶି ଇଂରେଜ ବିରୁଦ୍ଧରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିଥିଲେ l

ସରୋଜିନୀ ନାଇଡୁ ଙ୍କ ବଳିଦାନ ଦେଶର ସ୍ୱାଧୀନତା ପାଇଁ ଗୋଟିଏ ବଡ଼ ଯୋଗଦାନ ଥିଲା l ସରୋଜିନୀ ନାଇଡୁ ଜଣେ ମହାନ ଲେଖିକା, ଓଜସ୍ବି ବକ୍ତା ଓ ନିଡର ସ୍ୱତନ୍ତ୍ରତା ସେନାନୀ ଥିଲେ, ଯିଏକି ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ର ପ୍ରଥମ ଭାରତୀୟ ମହିଳା ଅଧକ୍ଷ ଭାବରେ ନେତୃତ୍ୱ ନେଇଥିଲେ ଏବଂ ଗାନ୍ଧିଜୀ ଙ୍କ ସହିତ ପ୍ରତ୍ୟେକ ବଡ଼ ଆନ୍ଦୋଳନ ରେ  ସକ୍ରିୟ ରହିଥିଲେ l ଦେଶର ମହିଳାଙ୍କୁ ସ୍ୱାଧୀନତା ସଂଗ୍ରାମ ରେ ଯୋଡିବା ଥିଲା ତାଙ୍କର ମୁଖ୍ୟ କାମ l  ଅସହଯୋଗ ଆନ୍ଦୋଳନ, ୧୯୩୦ ରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ରେ ତାଙ୍କର ଭୂମିକା ଚିର ସ୍ମରଣୀୟ l ୧୯୪୨ ରେ ଭାରତ ଛୋଡ ଆନ୍ଦୋଳନ ରେ ବ୍ରିଟିଶ ସରକାର ବିରୁଦ୍ଧରେ ସ୍ୱର ଉଠାଇ ଅନେକ ଥର ଜେଲ ମଧ୍ୟ ଯାଇଥିଲେ l ସରୋଜିନୀ ନାଇଡୁ ସ୍ୱତନ୍ତ୍ର ଭାରତର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ମଧ୍ୟ ନିଯୁକ୍ତି ହୋଇଥିଲେ l

ଦେଶର ସ୍ୱାଧୀନତା ପାଇଁ କ୍ରାନ୍ତି ସଂଗ୍ରାମ ରେ ମହିଳା ମାନଙ୍କ ଯୋଗଦାନ ମଧ୍ୟ ଖୁବ ରହିଥିଲା, କ୍ୟାପଟେନ ଲକ୍ଷ୍ମୀ ସହଗଲ , ମାଡାମ କାମା , ପ୍ରୀତିଲତା ବଡଦରା ଓ କନକଲତା ବରୁଆ ଙ୍କ ଯୋଗଦାନ ଅବିସ୍ମରଣୀୟ l କ୍ୟାପଟେନ ଲକ୍ଷ୍ମୀ ସହଗାଲ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଆଜାଦ ହିନ୍ଦ ଫୌଜ ମହିଳା ଉଇଙ୍ଗ କମାଣ୍ଡର ଥିଲେ, ଏବଂ ବ୍ରିଟିଶ ଶାସନ ବିରୁଦ୍ଧରେ ବୀରତ୍ବର ସହିତ ଲଢ଼ି ଥିଲେ l

ଏବଂ ମାଡାମ କାମା ଙ୍କୁ ଭରତୀୟ କ୍ରାନ୍ତି ର ମା ବୋଲି କୁହାଯାଏ,  ୧୯୦୭ ରେ ବିଦେଶ ମାଟି ଜର୍ମାନୀ ରେ  ଆୟୋଜିତ ଅନ୍ତରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ରେ ଭାରତୀୟ ସ୍ୱତନ୍ତ୍ରତା ଧ୍ବଜା କୁ ପ୍ରଥମ ଥର ଉଡାଇ ଥିଲେ l ଏପରି କରି ସେ ଦୁନିଆ ସାମ୍ନାରେ ଇଂରେଜ ଶାସନ ର ମୁଖା କୁ ଉଜାଗର କରିଥିଲେ l ବିଦେଶରୁ କ୍ରାନ୍ତିକାରୀ ଲେଖା ବାହାର କରି ଦୁନିଆ ନିକଟରେ ପହଞ୍ଚାଇବାର କାର୍ଯ୍ୟ କରୁଥିଲେ ମାଡାମ କାମା , ମାଡାମ କାମା କହୁଥିଲେ ଯେ ବିନା ମହିଳାଙ୍କ ଭାଗିଦାରୀ ରେ ଦେଶର ସ୍ୱାଧୀନତା ଅସମ୍ଭବ l

ପ୍ରୀତିଲତା ବାଡେଦାର ଓ କନକଲତା ବରୁଆ ନିଜ ପ୍ରାଣର ଆହୁତି ଦେଇ ବ୍ରିଟିଶ ସରକାରୀ ଅଫିସ ଓ ପୋଲିସ ଷ୍ଟେସନ ରେ ତ୍ରିରଙ୍ଗା ଉଡ଼ାଇଥିଲେ l

କ୍ରମଶଃ ….

Nalco
Leave A Reply